ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଭାରତୀୟ ରେଳୱେ ଇତିହାସରେ ପ୍ରଥମ ଘଟଣା, ୧୦ ମାସର ଶିଶୁ କନ୍ୟାକୁ ମିଳିଲା ଚାକିରୀ

ଭାରତୀୟ ରେଳୱେ ଇତିହାସରେ ପ୍ରଥମ ଘଟଣା, ୧୦ ମାସର ଶିଶୁ କନ୍ୟାକୁ ମିଳିଲା ଚାକିରୀ

୧୦ ମାସର ଶିଶୁ କନ୍ୟାକୁ ଛତିଶଗଡର ରେଳୱେରେ ଚାକିରୀ ଦିଆଯାଇଛି । ପିତାମାତା ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଥଇଥାନ ଯୋଜନାରେ ରେଳୱେ ପକ୍ଷରୁ ତାଙ୍କର ୧୦ ମାସର ଶିଶୁ କନ୍ୟାଙ୍କୁ ଚାକିରୀ ଦିଆଯାଇଛି ।ଶିଶୁକନ୍ୟାର ପିତା ରାଜେନ୍ଦ୍ର କୁମାର ଛତିଶଗଡ ଭିଲାଇ ରେଳୱେ ପିପିଆର୍ଡରେ ସହକାରୀ ଭାବେ କାର୍ଯ୍ୟ କରୁଥିଲେ ।

ଚୋରଡାରେ ଥିବା ସରକାରୀ ବାସଭବନରେ ରହୁଥିଲେ । ତେବେ ଗତ ଜୁନ୧ ତାରିଖ ଦିନ ମୋଟର ସାଇକେଲ ଯୋଗେ ସ୍ତ୍ରୀ ମଞ୍ଜୁଲତା ଏବଂ ୧୦ ମାସର ଶିଶୁ କନ୍ୟାଙ୍କ ସହିତ ସେ ଭିଲାଇ ଯାଉଥିଲେ ।ଏହି ସମୟରେ ସଡକ ଦୁର୍ଘଟଣ ହୋଇଥିଲା । ଏହି ଦୁର୍ଘଟଣାରେ ଉଭୟ ପତୀପତ୍ନୀଙ୍କର ମୃତ୍ୟୁ ହୋଇଥିଲା ।

ହେଲେ ସୌଭାଗ୍ୟବଶତଃ ୧୦ ମାସର ଶିଶୁ କନ୍ୟାଟି ଏଥିରୁ ବର୍ତ୍ତି ଯାଇଥିଲା । ପରେ ଦକ୍ଷିଣ-ପୂର୍ବ କେନ୍ଦ୍ର ରେଳ ବିଭାଗ ଏହି ଘଟଣାକୁ ଗୁରୁତର ସହ ନେଇଥିଲା ।ଏହାସହିତ ୧୦ ମାସର ଶିଶୁକୁ ଚାକିରୀ ଦେବାକୁ ନିଷ୍ପତ୍ତି ହୋଇଥିଲା । ତେବେ ଶିଶୁ କନ୍ୟାକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ବାପାଙ୍କ ଦରମା ସହିତ ସମାନ ଦରମା ପାଇବ । ଏହା ପରେ ଯୋଗ୍ୟତା ଅନୁସାରେ ରେଳୱେରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି ।

Related posts

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଡିସ୍କୋ କିଙ୍ଗ

Odisha Halchal

ଏପ୍ରିଲରୁ ରୋଷେଇରୁ ଆରମ୍ଭ କରି ବିଦ୍ୟୁତ ଓ ପରିବହନ ହୋଇପାରେ ମହଙ୍ଗା, ବଢ଼ିବ ପ୍ରାକୃତିକ ଗ୍ୟାସ ଦର

Odisha Halchal

ପ୍ରଖ୍ୟାତ ଅଭିନେତା ଓ ନିର୍ଦ୍ଦେଶକ ପ୍ରତାପ ପୋଥେନ୍‌ଙ୍କ ପରଲୋକ

Odisha Halchal

Leave a Comment