ଅପରାଧଦେଶ ବିଦେଶନ୍ୟୁଜ୍

ବଡ଼ ଖୁଲାସା, ଲରେନ୍ସ ଗ୍ୟାଙ୍ଗର ଟାର୍ଗେଟ୍‌ରେ ଥିଲେ ଅନେକ ବଲିଉଡ ଷ୍ଟାର୍‌

ବଡ଼ ଖୁଲାସା, ଲରେନ୍ସ ଗ୍ୟାଙ୍ଗର ଟାର୍ଗେଟ୍‌ରେ ଥିଲେ ଅନେକ ବଲିଉଡ ଷ୍ଟାର୍‌

ପୁଣି ଚର୍ଚ୍ଚାରେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲଙ୍କ ହତ୍ୟା ମାମଲାରେ ଜଡିତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗକୁ ନେଇ ହୋଇଛି ବଡ ଖୁଲାସା। ପଞ୍ଜାବୀ ମ୍ୟୁଜିକ ଇଣ୍ଡଷ୍ଟ୍ରି ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବଲିଉଡରେ ଏଣ୍ଟ୍ରି କରିବାକୁ ରଚିଥିଲେ ଷଡଯନ୍ତ୍ର। କେବଳ ସେତିକି ନୁହେଁ ଏହି ଗ୍ୟାଙ୍ଗର ଟାର୍ଗେଟ୍‌ରେ ବଲିଉଡର ଅନେକ ନିର୍ଦ୍ଦେଶକ, ପ୍ରଯୋଜକ ଓ ବଡ ବଡ ଷ୍ଟାର୍‌ ଥିଲେ। ଏନେଇ ଗ୍ୟାଙ୍ଗଷ୍ଟର ମହାକାଳ ଦାବି କରିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଲରେନ୍ସ ଗ୍ୟାଙ୍ଗର କୁଖ୍ୟାତ ଗ୍ୟାଙ୍ଗଷ୍ଟର ସୌରଭ ଓରଫ ମହାକାଳ ସ୍ୱୀକାର କରିଛି ଯେ, ‘କେବଳ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଷଡଯନ୍ତ୍ର ନୁହେଁ, ସୁସେୱାଲାଙ୍କ ହତ୍ୟା ପରେ ବଲିଉଡର ଅନେକ ଅଭିନେତାଙ୍କୁ ଧମକପୂର୍ଣ୍ଣ ଚିଠି ଦେଇ ବି-ଟାଉନ୍‌ରେ ମଧ୍ୟ ଆତଙ୍କ ସୃଷ୍ଟି କରିବାର ଯୋଜନା ଥିଲା।’

ଯଦିଓ ଗ୍ୟାଙ୍ଗଷ୍ଟର ମହାକାଳର ଦାବି ପରେ ମୁମ୍ବାଇରେ ଚାଲିଥିବା ତଦନ୍ତରେ କିଛି ନିଶ୍ଚିତ କରାଯାଇ ନାହିଁ, କିନ୍ତୁ ସୂତ୍ର ଅନୁଯାୟୀ ଲରେନ୍ସ ଗ୍ୟାଙ୍ଗର ଲୋକମାନେ ବଲିଉଡରେ ପ୍ରବେଶ କରିବାକୁ ଯୋଜନା କରୁଥିଲେ। ମହାରାଷ୍ଟ୍ର ପୁଲିସ ଆଗରେ ମହାକାଳ ଏଭଳି ଅନେକ ବଡ ଖୁଲାସା କରିଥିବା ଜଣାପଡିଛି। ତେବେ ମହାକାଳ ଦେଇଥିବା ବିବୃତ୍ତି ପ୍ରକୃତରେ ସତ କି ନାହିଁ ସେ ନେଇ ତଦନ୍ତ ଜାରି ରହିଛି।

ମହାକାଳର ବୟାନ ମୁତାବକ, ଫିଲ୍ମ ନିର୍ମାତା କରଣ ଜୋହର ଠାରୁ ସୁଶାନ୍ତ ସିଂହ ରାଜପୁତ ମାମଲାରେ ସଜୟ ଶର୍ମା, ବିକ୍ରମ ବ୍ରାର, ମୋନୁ ଜାଟ ଓ ଅରୁଣ ଜାଟ ୫ କୋଟି ଟଙ୍କା ମାଗିବାକୁ ଯୋଜନା କରିଥିଲେ। ଏମାନେ ସମସ୍ତେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଲୋକ। କେବଳ ସେତିକି ନୁହେଁ ପଞ୍ଜାବୀ ଗାୟକ ମୁସେୱାଲାଙ୍କ ହତ୍ୟା ପରେ ଲରେନ୍ସ ଗ୍ୟାଙ୍ଗ ସଲିମ ଖାନ ଏବଂ ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ପଠାଇ ବଲିଉଡରେ ଆତଙ୍କ ସୃଷ୍ଟି କରି ସେମାନଙ୍କ ନାଁ ଫେମସ୍‌ କରିବାକୁ ଚାହୁଁଥିଲେ।

କେବଳ ଏତିକି ନୁହେଁ, ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିବା ପାଇଁ ବିକ୍ରମ ବ୍ରାର ଏକ ଭିନ୍ନ ଯୋଜନା କରାଯାଇଥିଲା। ଏଥିପାଇଁ ମହାକାଳଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପ୍ରଲୋଭନ ମଧ୍ୟ ଦିଆଯାଇଥିଲା। ବିକ୍ରମ ବ୍ରାର ଲରେନ୍ସ ବିଷ୍ଣୋଇଙ୍କର ଜଣେ ଘନିଷ୍ଠ ବନ୍ଧୁ। ସେ ରାଜସ୍ଥାନର ହନୁମାନଗଡ ବାସିନ୍ଦା। ସେ ୨୮ ଜୁନ୍ ୨୦୧୮ରୁ ଦୁବାଇ ପଳାଇଥିଲା।

Related posts

ରାଜଧାନୀରେ ଆତଙ୍କ ଖେଳାଇ ରଖିଥିବା କେବିଏନ୍ ଗ୍ୟାଙ୍ଗର ମୁଖ୍ୟ ‘ବୁବୁ’ ଗିରଫ

Odisha Halchal

କଫା ବଝୋଇ ଘାଡି ଓଳଟି ପଡି ରହିଛି

Odisha Halchal

ଗ୍ରାମୀଣ ବିକାଶ ପାଇଁ ଗଣ ମାଧ୍ୟମର ଭୂମିକା ଗୁରୁତ୍ଵ ପୂର୍ଣ୍ଣ

Odisha Halchal

Leave a Comment