ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ବ୍ୟାଙ୍କ ଗ୍ରାହକଙ୍କୁ ଏବେ ମିଳିବ ବଡ଼ ସୁବିଧା : ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା

ବ୍ୟାଙ୍କ ଗ୍ରାହକଙ୍କୁ ଏବେ ମିଳିବ ବଡ଼ ସୁବିଧା ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା

ଏବେ ସମବାୟ ବ୍ୟାଙ୍କର ଗ୍ରାହକଙ୍କୁ ସରକାରଙ୍କର ସମସ୍ତ କଲ୍ୟାଣକାରୀ ଯୋଜନାର ସୁବିଧା ଦିଆଯିବ । ସରକାର ଏଥିପାଇଁ ଡାଇରେକ୍ଟ ବ୍ୟାଙ୍କ ଟ୍ରାନ୍ସଫର (ଡିବିଟି) ସହିତ ସମବାୟ ବ୍ୟାଙ୍କଗୁଡ଼ିକୁ ସଂଯୋଗ କରିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏହି ସୂଚନା ଦେଇଛନ୍ତି । ସରକାରଙ୍କ ୫୨ ଟି ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ୩୦୦ ଟି ଯୋଜନାର ଲାଭ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ଦିଆଯାଉଛି, ଅର୍ଥାତ୍ ଏବେ ସମସ୍ତ ଯୋଜନାର ଲାଭ ସମବାୟ ବ୍ୟାଙ୍କର ଗ୍ରାହକମାନଙ୍କୁ ମିଳିବ ।

ଅମିତ ଶାହା ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପୂର୍ବ ଅପେକ୍ଷା ବହୁତ ଉନ୍ନତି ହୋଇଛି ଏବଂ ଏହି କାରଣରୁ ଦେଶର ନାଗରିକମାନଙ୍କୁ ବ୍ୟାଙ୍କିଙ୍ଗ ସେବାର ସୁବିଧା ମିଳୁଛି । ଏହା ବ୍ୟତୀତ ଜନ ଧନ ଯୋଜନା ଯୋଗୁଁ ୪୫ କୋଟି ନୂଆ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲାଯାଇଛି । ଏହିପରି ୩୨ କୋଟି ଲୋକଙ୍କୁ ରୁପେ ଡେବିଟ୍ କାର୍ଡର ଲାଭ ମିଳୁଛି ।

ଏହା ସହ ଅମିତ ଶାହା କହିଛନ୍ତି ଯେ, ଦେଶର ସମୃଦ୍ଧତା ଏବଂ ଆର୍ôଥକ ଉନ୍ନତିରେ ସମବାୟ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ଖୋଲାଯାଇଥିବା କୋଟି କୋଟି ନୂଆ ଖାତାର ଡିଜିଟାଲ କାରବାର ମଧ୍ୟ ଏକ ଟ୍ରିଲିୟନ ଡଲାର ଅତିକ୍ରମ କରିଛି । ୨୦୧୭-୧୮ ବର୍ଷର ଡିଜିଟାଲ୍ କାରବାର ତୁଳନାରେ ଏଗୁଡିକ ୫୦ ଗୁଣ ବୃଦ୍ଧି ପାଇଛି । ଡିବିଟି ସହିତ ସମବାୟ ବ୍ୟାଙ୍କଗୁଡିକର ଯୋଗଦାନ ସହିତ ନାଗରିକଙ୍କ ସହ ଅଧିକ ସଂଯୋଗ ବୃଦ୍ଧି ପାଇବ ଏବଂ ସମବାୟ କ୍ଷେତ୍ର ମଜବୁତ ହେବ

ଏବେ ଲୋନ୍ ନେବା ଶସ୍ତା:-
ଅମିତ ଶାହା କହିଛନ୍ତି ଯେ ବ୍ୟାଙ୍କିଙ୍ଗ ପାଇଁ ଆରବିଆଇ ଏବଂ ନାବାର୍ଡ ଦ୍ୱାରା ପ୍ରସ୍ତୁତ ହୋଇଥିବା ସମସ୍ତ ପାରାମିଟରରେ କୃଷି ବ୍ୟାଙ୍କ ନିଜକୁ ପ୍ରମାଣିତ କରିଛି । ପୂର୍ବରୁ ବ୍ୟାଙ୍କରୁ ୧୨ ରୁ ୧୫ ପ୍ରତିଶତ ସୁଧରେ ଲୋନ୍ ମିଳୁଥିଲା ଯାହା ବର୍ତ୍ତମାନ ୧୦ ପ୍ରତିଶତକୁ ଖସି ଆସିଛି । କେବଳ ଏତିକି ନୁହେଁ, ଲୋନ୍ ପରିଶୋଧ କରୁଥିବା ହିତାଧିକାରୀଙ୍କୁ ମଧ୍ୟ ଦୁଇ ପ୍ରତିଶତ ରିହାତି ପ୍ରଦାନ କରାଯାଇଛି ।

Related posts

ଦୁଇ ବର୍ଷ ପରେ ଗୋପାଳପୁର ବେଳା ଭୂମି ମହୋତ୍ସବ

Odisha Halchal

ଅଳିଆ ଆବର୍ଜ୍ଜନା ରେ ପରିପୂର୍ଣ୍ଣ ମନମୁଣ୍ଡା ସହର

Odisha Halchal

ମେ’ ମାସ ଆରମ୍ଭରେ ଲଗାତର ୪ଦିନ ବ୍ୟାଙ୍କ ଛୁଟି ରହିବ

Odisha Halchal

Leave a Comment