ଅପରାଧଓଡ଼ିଶା ଖବରନ୍ୟୁଜ୍

ବିଲରୁ ମିଳିଲା ଅବସରପ୍ରାପ୍ତ ଅଧ୍ୟାପକଙ୍କ ମୃତଦେହ

ବିଲରୁ ମିଳିଲା ଅବସରପ୍ରାପ୍ତ ଅଧ୍ୟାପକଙ୍କ ମୃତଦେହ

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟିଛି ବୀଭତ୍ସ କାଣ୍ଡ । ଜଣେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ତାଙ୍କ ପତ୍ନୀ । ଏପରି ଅଭାବନୀୟ କାଣ୍ଡ ସିମୁଳିଆ ଥାନା ବାଲିଖଣ୍ଡ ବଜାର ନିକଟରେ ଘଟିଥିବା ବେଳେ ଅଭିଯୁକ୍ତଙ୍କ ପତ୍ତା ମିଳିନି। ମୃତକ ହେଲେ ଆନନ୍ଦ ବିହାରୀ ପତ୍ରୀ । ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ ପତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଆଜି ସକାଳେ ବାଲିଖଣ୍ଡ ବଜାର ନିକଟ ବିଲ ଭିତରେ ଉଲଗ୍ନ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ପାଖକୁ ଯାଇ ମୃତକଜଣକ ଆନନ୍ଦ ବିହାରୀ ପତ୍ରୀ ବୋଲି ଚିହ୍ନଟ କରିଥିଲେ। ଆନନ୍ଦ ବିହାରୀଙ୍କ ଶରୀରର ବିଭିନ୍ନ ସ୍ଥାନକୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ।

ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କ ଘରକୁ ଯାଇ ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲ ଓ ପରେ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଆନ୍ଦ ବିହାରୀ ବାଲିଖଣ୍ଡ ସଂସ୍କୃତ କଲେଜରେ ଅଧ୍ୟାପକ ଭାବେ କାମ କରୁଥିବା ବେଳେ କିଛି ବର୍ଷ ପୂର୍ବେ ଅବସର ଗ୍ରହଣ କରିଛନ୍ତି। ସେ ବାଲିଖଣ୍ଡ ବଜାର ନିକଟରେ ଘର କରି ପତ୍ନୀଙ୍କ ସହ ରହୁଥିଲେ। ତାଙ୍କ ଏକମାତ୍ର ପୁଅ ବାହାରେ ରହୁଥିବା ଜଣାଯାଇଛି। ଆନନ୍ଦ ପତ୍ରୀଙ୍କ ଘର ପାଖାପାଖି ଘର ନ ଥିବାରୁ ଏହି ସୁଯୋଗରେ କିଛି ଦୁର୍ବୃତ୍ତ ଉଭୟ ପତିପତ୍ନୀଙ୍କୁ ଆକ୍ରମଣ କରିଥିବା ଅନୁମାନ କରାଯାଉଛି । ତେବେ ଆକ୍ରମଣର କାରଣ ସ୍ପଷ୍ଟ ହୋଇନି।

ପୂର୍ବ ଶତ୍ରୁତା କାରଣରୁ ନା ଲୁଟ ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ଏପରି ଅମାନୁଷିକ କାଣ୍ଡ ଘଟାଇଛନ୍ତି, ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ୍‌ ଛାନଭିନ ଆରମ୍ଭ କରିଛି।

Related posts

ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Odisha Halchal

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

Odisha Halchal

ପୁରୀରେ ଜଘନ୍ୟ କାଣ୍ଡ; ଶ୍ରୀମନ୍ଦିର ସେବାୟତଙ୍କୁ ବୀଭତ୍ସ ହତ୍ୟା

Odisha Halchal

Leave a Comment