ଓଡ଼ିଶା ଖବରନ୍ୟୁଜ୍

ବିରଳ ପ୍ରଜାତିର ସୁନେଲି ରଙ୍ଗର କଇଁଛ ଉଦ୍ଧାର

ବିରଳ ପ୍ରଜାତିର ସୁନେଲି ରଙ୍ଗର କଇଁଛ ଉଦ୍ଧାର

ଵିଭିନ୍ନ ପ୍ରଜାତିର କଇଁଛ ଦେଖାଯାଉଥିବା ଵେଳେ ଆଉ ଏକ ବିରଳ ପ୍ରଜାତିର ସୁନେଲି ରଙ୍ଗ ର କଇଁଛ ଦେଖିବାକୁ ମିଳିଛି। । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଗୋଗୁଆ ପଞ୍ଚାୟତ ରତନପୁର ଗ୍ରାମର ଚନ୍ଦ୍ରକାନ୍ତ ସେଠୀ ନଦୀରେ ମାଛ ଧରୁଥିବା ସମୟରେ ଜାଲରେ ଏକ ସୁନେଲି ରଙ୍ଗ ର କଇଁଛ ପଡିଥିଲା ।

ଚନ୍ଦ୍ରକାନ୍ତ କଇଁଛ କୁ ଘରକୁ ନେଇ ମା ଲକ୍ଷ୍ମୀ ଆସିଛନ୍ତି କହି ପୂଜାପାଠ କରୁଥିଲା । ଯାହାକୁ ଦେଖିବାପାଇଁ ଆଖପାଖ ଗାଁର ଲୋକମାନଙ୍କର ଭିଡ ଲାଗିଥିଲା ।ଚନ୍ଦ୍ରକାନ୍ତ ସରକାରଙ୍କର ଜନହିତକର ଯୋଜନାରୁ ସଂପୂର୍ଣ୍ଣ ବଞ୍ଚିତ ଅଛନ୍ତି। ଚନ୍ଦ୍ରକାନ୍ତ ଙ୍କ ଘର ରୂପ ଭେକକୁ ଦେଖିଲେ ସରକାର ଙ୍କର ଲୋକାଭିମୁଖୀ ଯୋଜନା କେତେ ଗରିବ ଖଟିଖିଆ ଦିନମଜୁରିଆ ଙ୍କ କାମରେ ଆସୁଛି ତାହା ଅନୁମେୟ କରାଯାଇପାରେ।

ଖବର ପାଇ ବନ ବିଭାଗ ଜମ୍ବୁ ରେଞ୍ଜ ଅଫିସର କର୍ମଚାରୀ ପହଞ୍ଚି କଇଁଛ ଟିକୁ ଉଦ୍ଧାର କରି ନଦୀରେ ଛାଡିଦେଇଛନ୍ତି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ରେଞ୍ଜ ଅଧିକାରୀ ମାନସ ଚନ୍ଦ୍ର ଦାସ କହିଛନ୍ତି ଏହି କଇଁଛଟି ଆଲବିନୋ ପ୍ରଜାତିର ଏହି କଇଁଛ ମାନେ ମଧୁର ଜଳରେ ବସବାସ କରିଥାନ୍ତି।

Related posts

ଝୁଲନ୍ତା ଅବସ୍ଥାରେ ମୃତ ଦେହ

Odisha Halchal

ଶର୍ମିଷ୍ଠାଙ୍କ ସଂପୂର୍ଣ୍ଣ ଅଫିସରେ ପହଂଚିଲା କ୍ରାଇମବ୍ରାଞ୍ଚ ଟିମ୍‌

Odisha Halchal

ୟୁକ୍ରେନ ଯୁଦ୍ଧରେ ଋଷ ସେନା ବିରୋଧରେ ସଙ୍ଗୀନ ଆରୋପ

Odisha Halchal

Leave a Comment