ଅପରାଧଓଡ଼ିଶା ଖବରନ୍ୟୁଜ୍

ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡିକୁ ଆକ୍ରମଣ

ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡିକୁ ଆକ୍ରମଣ

ବିଧାୟକଙ୍କ ଗାଡିକୁ ଆକ୍ରମଣ । ବଲାଙ୍ଗୀର ଲୋଇସିଂହ ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ ହୋଇଛି । ଏଥିରେ ବିଧାୟକଙ୍କଗ ପିଏସ୍‌ଓ ଏବଂ ଡ୍ରାଇଭର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଲୋଇସିଂହା ବିଧାୟକ କୌଣସି କାମରେ ଯାଉଥିଲେ । ଠିକ୍‌ ଏହି ସମୟରେ ସମ୍ବଲପୁର-ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥ ବୁରଡ଼ା ଛକ ନିକଟରେ ବିଧାୟକଙ୍କ ଗାଡିକୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ ।

ଏଥିରେ ବିଧାୟକଙ୍କ ପିଏସ୍ଓ ଏବଂ ଡ୍ରାଇଭର ଆହତ ହୋଇଛନ୍ତି ।ଘଟଣାସ୍ଥଳରୁ ଆହତ ୨ଜଣଙ୍କୁ ଉଦ୍ଧାର କରି ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ଯାଏଁ ବିଧାୟକଙ୍କ ଗାଡ଼ିକୁ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି ।

Related posts

ଜୁଆ ଆଡ୍ଡା ଉପରେ ଚଡାଉ

Odisha Halchal

ବ୍ଲକ ଉପାଧ୍ୟକ୍ଷଙ୍କ ଦାଦାଗିରି

Odisha Halchal

ସଇତାନ ସାଜିଲା ପ୍ରେମିକ, ପଥରରେ ଛେଚି ପ୍ରେମିକାକୁ କଲା ହତ୍ୟା

Odisha Halchal

Leave a Comment