ଅପରାଧଓଡ଼ିଶା ଖବରନ୍ୟୁଜ୍

ବିଧବା ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ବିଧବା ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଘରେ ପଶି ବିଧବା ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ ବାଣିଗୋଛା ଥାନା ଜୁରାଗଣ୍ଡା ଗାଁରେ । ଅଭିଯୁକ୍ତ ଦହନ ଜାନୀକୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ । ଅସଦାଚରଣ କରୁଥିବା ନେଇ ଗ୍ରାମରେ ଅଭିଯୋଗ କରିବାରୁ ହତ୍ୟା ।

ଖବର ଅନୁଯାୟୀ, ଗତ କିଛି ଦିନ ତଳେ ଦହନ ବିଧବା ମହିଳା ବିମଳିଙ୍କୁ ତାଙ୍କ ଘରେ ପଶି ଅସଦାଚରଣ କରିଥିଲା । ବିମଳି ଏହାର ବିଚାର କରିବାକୁ ଗାଁରେ ଅଭିଯୋଗ କରିଥିଲେ । ଆଜି ଏହି ଘଟଣାର ବିଚାର ପାଇଁ ଗାଁରେ ନିଷ୍ପତି ହୋଇଥିଲା । କିନ୍ତୁ ରବିବାର ବିଳମ୍ବିତ ରାତିରେ ବିମଳି ଶୋଇଥିବା ସମୟରେ ଦହନ ଘରେ ପଶି ତାଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବିମଳିଙ୍କ ମୃତ୍ୟୁ ହୋଇଥିଲା । ପାଟିତୁଣ୍ଡ ଶୁଣି ଗ୍ରାମବାସୀ ଦହନକୁ ଧରି ପୋଲିସ ଜିମା ଦେଇଛନ୍ତି । ବାଣିଗୋଛା ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେହିପରି ଅଭିଯୁକ୍ତ ଦହନ ବିଭିନ୍ନ ସମୟରେ ଗାଁ ଏବଂ ଆଖପାଖ ଗାଁର ଝିଅବୋହୁଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇଆସୁଥିଲା ।

Related posts

ଗୁଳି ଫୁଟାଇ ଦୁର୍ଦ୍ଦାନ୍ତ ଅପରାଧୀକୁ ଅପହରଣ

Odisha Halchal

ପୌର ନିର୍ବାଚନ ସମୟରେ ନିରପେକ୍ଷ ରହିବାକୁ ସମସ୍ତ ସରକାରୀ ଅଧିକାରୀଙ୍କୁ କହିଲେ ରାଜ୍ୟ ସରକାର

Odisha Halchal

ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବନି -ସୁପ୍ରିମକୋର୍ଟ

Odisha Halchal

Leave a Comment