ଅପରାଧଦେଶ ବିଦେଶନ୍ୟୁଜ୍

ବିଜେପି ଯୁବ ନେତାଙ୍କୁ ନୃଶଂସ ହତ୍ୟା

ବିଜେପି ଯୁବ ନେତାଙ୍କୁ ନୃଶଂସ ହତ୍ୟା

ବିଜେପି ଯୁବ ନେତାଙ୍କୁ ନୃଶଂସ ହତ୍ୟା। ମଙ୍ଗଳବାର ବିଳମ୍ବିତ ରାତିରେ କର୍ଣ୍ଣାଟକର ଡାକସିନା କନ୍ନଡ ଜିଲ୍ଲାର ଜଣେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟଙ୍କୁ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରାଯାଇଛି। ମୃତକ ହେଲେ ପ୍ରବୀଣ ନେଟାରୁ । ଏହି ଘଟଣା ପରେ ଡାକସିନା କନ୍ନଡ ଜିଲ୍ଲାର ବେଲାରେ ଗ୍ରାମରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆଇନ ଶୃଙ୍ଖଳାକୁ କଡ଼ାକଡ଼ି କରିବା ପାଇଁ ମାଙ୍ଗାଲୋର ଏବଂ ଉଦୁପିରୁ ଅତିରିକ୍ତ ପୋଲିସ ଫୋର୍ସ ପଠାଯାଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପାଞ୍ଚଟି ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଛି।

ଏହି ପାଞ୍ଚଟି ମଧ୍ୟରୁ ତିନିଟି ଟିମ୍‌କୁ କେରଳର ମାଡିକେରି ଓ କର୍ଣ୍ଣାଟକର ହାସନକୁ ପଠାଯାଇ ଥିବା ପୁଲିସ କହିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ବିଜେପି ଯୁବ କର୍ମୀଙ୍କ ହତ୍ୟା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ପ୍ରବୀଣ ନେଟ୍ଟାରଙ୍କ ବର୍ବର ହତ୍ୟାକୁ ସେ ନିନ୍ଦା କରିଛନ୍ତି।

ଏଭଳି ଘୃଣ୍ୟ କାଣ୍ଡରେ ସମ୍ପୃକ୍ତ ଥିବା ଅପରାଧୀଙ୍କୁ ଶୀଘ୍ର ଗିରଫ କରାଯିବ ଏବଂ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ସେ ଟ୍ୱିଟ କରି ଜଣାଇଛନ୍ତି। ପୋଲିସ କହିଛି ଯେ ସେମାନେ ପ୍ରମାଣ ଯୋଗାଡ଼ କରୁଛନ୍ତି। କେବଳ ଗଣମାଧ୍ୟମରେ ଆମେ କେରଳ ବାଇକ୍ ନମ୍ବର ପ୍ଲେଟ ସୂଚନା ପାଇଥିବା ପୁଲିସ କହିଛି। ଆମେ ସୀମାରେ ସୁରକ୍ଷାକୁ କଡାକଡି କରିଛୁ। ସମସ୍ତ ଦିଗରେ ଯାଞ୍ଚ କରାଯାଉଛି ବୋଲି ପୁଲିସ କହିଛି। ଜଣେ ସ୍ଥାନୀୟ ମୁସଲିମ ବ୍ୟକ୍ତିଙ୍କ ହତ୍ୟାକାଣ୍ଡର ପ୍ରତିଷୋଧ ସୂରୂପ ପ୍ରବୀରଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି ହୋଇଛି।

Related posts

ଗୂଋବୁଢା ପର୍ବତ ଭାଲୁର ମୃତ ଦେହ ଉଦ୍ଧାର

Odisha Halchal

ଭିଜିଲାନ୍ସ ରିମାଣ୍ଡରେ ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ

Odisha Halchal

ଅନ୍ଧାର ରାତିରେ ଫରେଷ୍ଟର ମାଥି ହାଁସଦାଙ୍କୁ ଗୁଳି

Odisha Halchal

Leave a Comment