ଜୀବନଚର୍ଯ୍ୟାନ୍ୟୁଜ୍ମନୋରଞ୍ଜନ

ବିଗ୍‌ ବିଙ୍କ ନାତୁଣୀଙ୍କୁ ଡେଟ୍‌ କରୁଛନ୍ତି ସିଦ୍ଧାନ୍ତ ଚତୁର୍ବେଦି

ବିଗ୍‌ ବିଙ୍କ ନାତୁଣୀଙ୍କୁ ଡେଟ୍‌ କରୁଛନ୍ତି ସିଦ୍ଧାନ୍ତ ଚତୁର୍ବେଦି

ବଲିଉଡର ମେଗାଷ୍ଟାର ତଥା ବିଗ୍-ବି ଅମିତାଭ୍ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲୀ ନନ୍ଦା ଏବେ ଖୁବ୍ ଚର୍ଚ୍ଚାରେ। ବଲିଉଡ୍ ଇଣ୍ଡଷ୍ଟ୍ରିରୁ ନଥିଲେ ମଧ୍ୟ ଖୁବ ଲୋକପ୍ରିୟ। ସେ ବଡ ପରଦାକୁ ଆସିନଥିଲେ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି । ହେଲେ ତାଙ୍କର ଫିଲ୍ମକୁ ନେଇ କୌଣସି ରୁଚି ନଥିବା ବେଳେ ସେ ଖୁବ୍ କମ୍ ବୟସରେ ବ୍ୟବସାୟ କ୍ଷେତ୍ରରେ ପାଦ ଥାପିଛନ୍ତି।

ହେଲେ ବର୍ତ୍ତମାନ ସେ ପୁଣି ଥରେ ବ୍ୟକ୍ତିଗତ କାରଣକୁ ନେଇ ଚର୍ଚ୍ଚାରେ ଆସିଛନ୍ତି। ଏହାର କାରଣ ହେଉଛି ଗଲି ବଏ ଫେମ୍‌ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦି। ନବ୍ୟା ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଏକ ଦୋକାନ ନିକଟରେ ଠିଆ ହୋଇଛନ୍ତି। ସେହି ଫଟୋ ଉପରେ ସିଦ୍ଧାନ୍ତ ମଧ୍ୟ କମେଣ୍ଟ ଦେଇଛନ୍ତି । ଯାହା ସମସ୍ତଙ୍କ ଆଖିକୁ ଦୃଷ୍ଟି ଆକର୍ଷଣ କରୁଛି। ଏଭଳି ପରିସ୍ଥିରେ ଉଭୟଙ୍କ ଲିଙ୍କଅପ୍ ବିଷୟରେ ଆଲୋଚନା ମଧ୍ୟ ଆରମ୍ଭ ହୋଇ ଯାଇଛି । ଏହା ପ୍ରଥମ ଥର ନୁହେଁ ଯେ ନନ୍ୟା ଏବଂ ସିଦ୍ଧାନ୍ତଙ୍କ ଲିଙ୍କଅପ୍ ବିଷୟରେ ଆଲୋଚନା ହେଉଛି।

ଏହା ପୂର୍ବରୁ ଅନେକ ଦୁହିଁଙ୍କ ନାଁ ମଧ୍ୟ ଯୋଡା ଯାଇଛି। ଏହା ସହ ଏକ ସାକ୍ଷାତକାରରେ ସିଦ୍ଧାନ୍ତ କହିଥିଲେ ଯେ ନବ୍ୟାଙ୍କ ସହ ତାଙ୍କର କେବଳ ବନ୍ଧୁତା ସମ୍ପର୍କ ରହିଛି। ସିଦ୍ଧାନ୍ତଙ୍କ ପୂର୍ବରୁ ନବ୍ୟାଙ୍କ ନାମ ଜାଭେଦ୍ ଜାଫ୍ରିଙ୍କ ପୁଅ ମିଜାନ୍‌ଙ୍କ ସହ ମଧ୍ୟ ଯୋଡା ଯାଇଥିଲା। ହେଲେ ବର୍ତ୍ତମାନ ଏହି ସବୁ ଫଟୋରେ ସିଦ୍ଧାନ୍ତ ପ୍ରତିକ୍ରିୟା ବି-ଟାଉନ୍‌ରେ ଆଲୋଚନାର ବିଷୟ ପାଲଟିଛି ।

Related posts

ହୋଡିଂକୁ କଲେ ହାଇଜାକ

Odisha Halchal

ଟଙ୍କା ଭାଗବଂଟାକୁ ନେଇ ଗଣ୍ଡଗୋଳ ଜଣେ ମୃତ ୪ ଗୁରୁତର

Odisha Halchal

ବନବିଭାଗ ତରଫରୁ ୫୨ଟି କଇଁଚ ଜବତ, ଦୁଇ ଗିରଫ

Odisha Halchal

Leave a Comment