ଅପରାଧଓଡ଼ିଶା ଖବରନ୍ୟୁଜ୍

ବିକଟାଳ ଶଦ୍ଦ କରୁଥିବା ୫୧ଟି ବୁଲେଟର ସାଇଲେନସର ଜବତ

ବିକଟାଳ ଶଦ୍ଦ କରୁଥିବା ୫୧ଟି ବୁଲେଟର ସାଇଲେନସର ଜବତ

ରାଜଧାନୀରେ କମିଶନରେଟ ପୋଲିସର ଚଢାଉ । ଏକ ସ୍ୱତନ୍ତ୍ର ଟିମ୍ ପଟିଆ ଛକରେ ଥିବା ବନଦୁର୍ଗା କାଇନେଟିକ ୱାଲର୍ଡ, ଅରମାନ ବାଇକ ୱାଲର୍ଡ ସ୍ପେଆର ପାର୍ଟସ ସୋରୁମରେ ଚଢାଉ କରିଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ନିର୍ଦ୍ଦେଶ କ୍ରମେ ବିକଟାଲ ଶଦ୍ଦ କରୁଥିବା ବୁଲେଟ ସାଇଲେନସର ଜବତ କରିଛନ୍ତି ।

ତେବେ ଏହି ଚଢାଉ ସହିଦ ନଗର, ଚନ୍ଦ୍ରଶେଖର ଓ ଇନଫୋସିଟି ଥାନା ସହିତ ଟ୍ରାଫିକ ପୋଲିସର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ । ପଟିଆ ବନଦୁର୍ଗା କାଇନେଟିକ ୱାଲର୍ଡରୁ ୨୧ଟି ଓ ଡମଣା ଅରମାନ ବାଇକ ୱାଲର୍ଡରୁ ୩୦ଟି ସାଇଲେନସର ଜବତ କରିଛି କମିଶନରେଟ ପୋଲିସ ।

ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ଏଭଳି ବିକଟାଳ ଶଦ୍ଦ କରୁଥିବା ବାଇକ ଓ ବୁଲେଟ ଚଲାଇବା ଉପରେ କମିଶନରେଟ ପୋଲିସ ରୋକ ଲଗାଇଥିଲା । ପ୍ରଦୂଷଣକୁ ନିୟନ୍ତ୍ରଣ ପାଇଁ ରାଜଧାନୀରେ କିଛି ଗାଡି ଜବତ ବି ହୋଇଥିଲା ।

Related posts

ରୁଚିକାଙ୍କୁ ନ୍ୟାୟ ଦାବିରେ ଆଜି ଓଡ଼ିଶା ବନ୍ଦ ଡାକରା

Odisha Halchal

ଦୁର୍ଘଟଣା ସବୁ ଖୁସି ଛଡାଇ ନେଲା

Odisha Halchal

କଚାଡି ମାରିଲା ଦନ୍ତା ହାତୀ

Odisha Halchal

Leave a Comment