ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ବାବା ଭାଙ୍ଗା ଋଷିଆକୁ ନେଇ କରିଥିବା ଏହି ଭବିଷ୍ୟବାଣୀ ସତ ହେବ କି?

ବାବା ଭାଙ୍ଗା ଋଷିଆକୁ ନେଇ କରିଥିବା ଏହି ଭବିଷ୍ୟବାଣୀ ସତ ହେବ କି

ଭବିଷ୍ୟବାଣୀକୁ ନେଇ କିଛିଲୋକ ବିଶ୍ବାସ କରୁଥିବା ବେ‌ଳେ ଆଉ କିଛି ଲୋକ ଏହାକୁ ବିଶ୍ବାସ କରି ନଥାଆନ୍ତି। ଦୁନିଆରେ ଅନେକ ବଡ଼ବଡ଼ ଜ୍ୟୋତିର୍ବିଦ ଅଛନ୍ତି। ଏମାନଙ୍କ ମଧ୍ୟରୁ ଏମିତି କିଛି ଜ୍ୟୋତିର୍ବିଦ ଅଛନ୍ତି ଯେଉଁମାନେ ଭବିଷ୍ୟବାଣୀ କରି ଚର୍ଚ୍ଚାରେ ରହିଛନ୍ତି। ଦୁନିଆର ସବୁଠାରୁ ଚର୍ଚ୍ଚିତ ଜ୍ୟୋତିର୍ବିଦ କହିଲେ ସର୍ବପ୍ରଥମେ ନାମ ଆସେ ବୁ‌ଲଗେରିଆର ପ୍ରସିଦ୍ଧ ଜ୍ୟୋତିର୍ବିଦ ଭାନଭେଲିୟା ପାଣ୍ଡେଭା ଗୁସ୍ତେରୋଭା ଓରଫ୍ ବାବା ଭାଙ୍ଗା ।

ବାବା ଭାଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି, ଆଉ ସେଥିମଧ୍ୟରୁ ଅନେକ ସତ୍ୟ ମଧ୍ୟ ପ୍ରମାଣିତ ହୋଇଛି । ବାବା ଭାଙ୍ଗା ମୃତ୍ୟୁ ପୂର୍ବରୁ ୫୦୭୯ ମସିହା ପର୍ଯ୍ୟନ୍ତ ଭବିଷ୍ୟବାଣୀ କରି ଯାଇଥିଲେ । ତାଙ୍କର ଭବିଷ୍ୟବାଣୀ ମଧ୍ୟରୁ ୮୫ ପ୍ରତିଶତ ଭବିଷ୍ୟବାଣୀ ସତ ହୋଇଛି ବୋଲି ଅନେକ ରିପୋର୍ଟରୁ ଜଣାପଡ଼ିଛି ।

୨୦୦୪ରେ ଆସିଥିବା ସୁନାମୀ ସମ୍ପର୍କରେ ଜ୍ୟୋତିର୍ବିଦ ଭାନଭେଲିୟା ପାଣ୍ଡେଭା ଗୁସ୍ତେରୋଭା ଓରଫ୍ ବାବା ଭାଙ୍ଗା ଭବିଷ୍ୟତବାଣୀ କରିଥିଲେ । ୨୦୨୧ରେ ପଙ୍ଗପାଳ ସାରା ବିଶ୍ୱର ଫସଲକୁ ନଷ୍ଟ କରିଦେବେ ବୋଲି ବି ସେ କହିଥିଲେ ।

ତେବେ କେତେକ ରିପୋର୍ଟ ଅନୁସାରେ ଋଷିଆ ସମ୍ପର୍କରେ ବାବା ଭାଙ୍ଗା ଦେଇଥିବା ଭବିଷ୍ୟବାଣୀ ସତ ହେବାକୁ ଯାଉଛି ବୋଲି କୁହାଯାଉଛି। ତେବେ ଋଷିଆ ସମ୍ପର୍କରେ ବାବା ଭାଙ୍ଗା କରିଥିବା ଭବିଷ୍ୟତବାଣୀ ହେଉଛି, ଋଷିଆ ଦୁନିଆର ସ୍ବାମୀ ହୋଇଯିବ। ୟୁରୋପ ମରୁଭୂମି ପାଲଟିଯିବ। ଏହାପରେ ଋଷିଆକୁ ଚାହିଁଲେ ବି କେହି ଅଟକାଇ ପାରିବେ ନାହିଁ । ସବୁ କିଛି ବରଫ ପରି ତରଳି ଯିବ । ଦେଖୁଦେଖୁ ଭ୍ଲାଦିମିର୍ ପୁଟିନ୍‌ଙ୍କ ଗୌରବ ଚାରିଆଡ଼େ ହେବ । କେହି ବି ଋଷିଆ ସାମ୍ନାକୁ ଆସିବାକୁ ସାହସ କରିବେ ନାହଁ । ଋଷିଆ ବିଶ୍ୱକୁ ଶାସନ କରିବ ।

Related posts

ସମ୍ଭାବ୍ୟ ବାତ୍ୟା ପାଇଁ ଅଧିକ ଅତ୍ୟାବଶ୍ୟକ ଜିନିଷ ମହଜୁଦ ରଖନ୍ତୁ ନାହିଁ

Odisha Halchal

ଲୁଟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଅଫିସର! ଦମ୍ପତ୍ତିଙ୍କୁ ଗିରଫ କଲା ପୋଲିସ

Odisha Halchal

ପୂର୍ବ ଶତ୍ରୁତାରୁ ଛୁରାମାଡ଼, ଗୋଟିଏ ପରିବାରର ୩ ଗୁରୁତର

Odisha Halchal

Leave a Comment