27.1 C
Bhubaneswar
Wednesday, September 29, 2021
No menu items!
Home ଏକ୍ସକ୍ଲୁସିଭ୍ ଭିଡ଼ିଓ ବାତ୍ୟା ‘ୟଶ୍‌’ ପାଇଁ ୯୦ ଟି ଟ୍ରେନ୍ ବାତିଲ କଲା ପୂର୍ବ ତଟ୍ଟ ରେଳପଥ

ବାତ୍ୟା ‘ୟଶ୍‌’ ପାଇଁ ୯୦ ଟି ଟ୍ରେନ୍ ବାତିଲ କଲା ପୂର୍ବ ତଟ୍ଟ ରେଳପଥ

ଓଡ଼ିଶା ମୁହାଁ ହୋଇପାରେ ବାତ୍ୟା ୟଶ୍ । ସାମ୍ଭାବ୍ୟ ସାମୁଦ୍ରିକ ଝଡ ୟଶ୍ କୁ ନେଇ ରାଜ୍ୟରେ ପୂର୍ବ ପ୍ରସ୍ତୁତି ଜାରି ରହିଥିବା ବେଳେ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ପଡିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ରେଳ ଚଳାଚଳ ମଧ୍ୟ ବାତିଲ୍ କରାଯାଇଛି । ସାମ୍ଭାବ୍ୟ ବାତ୍ୟା ୟଶ୍ ପାଇଁ ୯୦ ଟି ଟ୍ରେନ୍ ବାତିଲ୍ କରିଛି ପୂର୍ବ ତଟ୍ଟ ରେଳପଥ ।

ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ଦିଆଯାଇଛି । ତେବେ ପୂର୍ବରୁ ବାତ୍ୟାର ଆଶାଙ୍କା କରି ରାଜ୍ୟରେ ୭୪ ଟି ଟ୍ରେନ୍ କୁ ବାତିଲ କରାଯାଇଥିଲା ଏବଂ ଶନିବାର ଆଉ ୧୬ ଟି ଟ୍ରେନ୍ କୁ ବାତିଲ କରାଯାଇଛି । ସର୍ବୋମୋଟ ବାତ୍ୟା ୟଶ୍ ପାଇଁ ୯୦ ଟି ଟ୍ରେନ୍ ବାତିଲ୍ କରାଯାଇଛି ।

ଆଜି ମୈସୁରରୁ ଛାଡିବାକୁ ଥିବା ମୈସୁର-ହାୱଡା ସ୍ପେଶାଲ ଟ୍ରେନ୍ କୁ ବାତିଲ କରାଯାଇଥିବା ବେଳେ, ମେ’ ୨୪ ତାରିଖରୁ ଗୌହାଟିରୁ ଛାଡ଼ୁଥିବା ଗୌହାଟି- ଯଶବନ୍ତପୁର ସ୍ପେଶାଲ୍ ଟ୍ରେନ୍‌କୁ ବାତିଲ କରାଯାଇଛି । ସେହିଭଳି ୨୫ ତାରିଖରେ ହାୱଡ଼ାରୁ ଛାଡ଼ୁଥିବା ହାୱଡ଼ା-ଯଶବନ୍ତପୁର ସ୍ପେଶାଲ୍ ଟ୍ରେନ୍ କୁ ମଧ୍ୟ ବାତିଲ କରାଯାଇଛି । ଅନ୍ୟପଟେ ମେ ୨୫ ତାରିଖରେ ଛାଡିବାକୁ ଥିବା ଭିଲ୍ଲପୁରମରୁ ଛାଡ଼ୁଥିବା ଭିଲ୍ଲପୁରମ୍‌-ଖଡ଼ଗପୁର ସ୍ପେଶାଲ୍ ଟ୍ରେନ୍ ଓ ୨୭ ତାରିଖରେ ଖଡ଼ଗପୁରରୁ ଛାଡ଼ୁଥିବା ଖଡ଼ଗପୁର-ଭିଲ୍ଲପୁରମ୍ ସ୍ପେଶାଲ୍ ଏକ୍ସପ୍ରେସ୍‌କୁ ବାତିଲ କରାଯାଇଛି ।

ହାଓଡ଼ା ଓ ହାଇଦ୍ରାବାଦ ଭିତରେ ଚାଲୁଥିବା ହାଓଡ଼ା-ହାଇଦ୍ରାବାଦ ସ୍ପେଶାଲ୍ ଟ୍ରେନ୍‌କୁ ବାତିଲ କରାଯାଇଛି । ୨୫, ୨୬ ଓ ୨୭ ତାରିଖରେ ହାଓଡ଼ାରୁ ଛାଡ଼ୁଥିବା ଏହି ଟ୍ରେନ୍ ବାତିଲ ହୋଇଛି । ସେହିପରି ୨୪, ୨୫ ଓ ୨୬ ତାରିଖରେ ହାଇଦ୍ରାବାଦରୁ ଛାଡ଼ୁଥିବା ଏହି ଟ୍ରେନ୍‌କୁ ମଧ୍ୟ ବାତିଲ କରାଯାଇଛି । ଏହିଭଳି ୯୦ ଟି ଷଯ୍ରନ୍ ବାତିଲ କରାଯାଇଥିବା ପୂର୍ବ ତଟ ରେଳପଥ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଲ୍ୟାଣ୍ଡଫଲ କଲା ବାତ୍ୟା“ଗୁଲାବ” ତିନି ଘଣ୍ଟା ଧରି ଚାଲିବ ପ୍ରକ୍ରୀୟା

ଆନ୍ଧ୍ରପ୍ରଦେଶର କାଲିଙ୍ଗପାଟନମ୍ ଏବଂ ଓଡିଶାର ଗୋପାଳପୁର ମଧ୍ୟରେ ବାତ୍ୟା “ଗୁଲାବ” ଲ୍ୟାଣ୍ଡଫଲ ପ୍ରକ୍ରୀୟା ଆରମ୍ଭ କରିଛି। ଏହି ଅବତରଣ ପ୍ରକ୍ରିୟା ତିନି ଘଣ୍ଟା ଧରି ଚାଲିବ ବୋଲି ଭାରତ ପାଣିପାଗ ବିଭାଗ ଡିଜି...

ଗୁଣିଗାରେଡ଼ି ସନ୍ଦେହରେ ଗଲା କାଟି ହତ୍ୟା

ମାଲକାନଗିରି 🙁 ରିପୋର୍ଟ- କ୍ରିଷ୍ଣପଦୋ ରାୟ) କାଲିମେଳା ବ୍ଲକ ଅନ୍ତର୍ଗତ ଏମ:ଭି ୭୯ ଥାନା ଅଧିନସ୍ଥ କୋଟମେଟଲା ଗ୍ରାମ ରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ସୁବା...

ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ଅଗ୍ରସର

ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି । ଏହା ଗୋପାଳପୁର ଠାରୁ ରିପୋର୍ଟ ଲେଖାଯିବା ବେଳକୁ ୩୧୦ କିମି ଦୂରରେ ରହିଛି । ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର...

ରାଜ୍ୟ ସ୍ତରୀୟ ମାଟିଲଗ୍ନା ଛାତ୍ର ମେଧା ସମ୍ମାନ

ମାଲକାନଗିରି :-(ରିପୋର୍ଟ- କ୍ରିଷ୍ଣପଦୋ ରାୟ)ମାଆ, ମାତୃଭୂମି ଓ ମାତୃଭାଷାର ସୁରକ୍ଷା ପାଇଁ ଗତ ଏକ ବର୍ଷ ଧରି ଓଡ଼ିଶାର ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡିଥିବା ମାଟିଲଗ୍ନା ସାହିତ୍ୟ...

Recent Comments