ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ବାତ୍ୟା ମୁକାବିଲା ନେଇ ଏସ୍‌ଆର୍‌ସିଙ୍କ ଜରୁରୀ ସୂଚନା

ବାତ୍ୟା ମୁକାବିଲା ନେଇ ଏସ୍‌ଆର୍‌ସିଙ୍କ ଜରୁରୀ ସୂଚନା

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ଏହାପୂର୍ବରୁ ଏସଆରସିଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ବୈଠକ ବସିଥିଲା । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଛନ୍ତି ଏସଆରସି । ସମ୍ଭାବ୍ୟ ବାତ୍ୟା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି ।

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପାଣିପାଗ ବିଭାଗ ସଠିକ୍‌ ସୂଚନା ପ୍ରଦାନ କରିବା ନେଇ ସେ କହିଛନ୍ତି । ଅବପାତ ବାତ୍ୟାରେ ପରିଣତ ହେବ କି ନାହିଁ କାଲି ଜଣାପଡ଼ିବ । କିନ୍ତୁ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ । ଯଦି ବାତ୍ୟା ହୁଏ ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି । ତଥାପି ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି କରାଯାଇଛି । ୧୮ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯାଇଛି । ଅଗ୍ନିଶମ, ଓଡ୍ରାଫ୍‌ ଟିମ୍‌ ସହ ମଧ୍ୟ ଆଜି ଆଲୋଚନା କରାଯାଇଥିବା ସେ କହିଛନ୍ତି ।

ସ୍ଥିତିକୁ ନଜରରେ ରଖି ୧୭ ଏନ୍‌ଡିଆର୍‌ଏଫ୍‌, ୨୦ ଓଡ୍ରାଫ, ୧୭୫ ଅଗ୍ନିଶମ ଟିମ୍‌ ପ୍ରସ୍ତୁତ ରହିଛନ୍ତି । ବିଦ୍ୟୁତ୍‌, ପାନୀୟ ଜଳ ଯୋଗାଣ ନେଇ ସଚିବଙ୍କ ସହ ଆଲୋଚନା ହୋଇଛି । ଯାହା ପ୍ରସ୍ତୁତ କରିବା କଥା, ଆମେ କରୁଛୁ ବୋଲି କହିଛନ୍ତି ଏସ୍‌ଆର୍‌ସି । ବାତ୍ୟା ହେବ କି ନାହିଁ ସ୍ପଷ୍ଟ ସୂଚନା ନାହିଁ । ତେଣୁ ଭୟଭୀତ ହେବାନାହିଁ ।

ଶକ୍ତି ବିଭାଗ ପୁରା ପ୍ରସ୍ତୁତ ହେଉଛି। ଆସନ୍ତାକାଲି ଟେଲିକମ ଅଧିକାରୀଙ୍କ ସହ ଆଲୋଚନା କରାଯିବ। ଖବର ପରିବେଷଣକୁ ନେଇ ଲୋକଙ୍କ ଭିତରେ ଭୟ ସୃଷ୍ଟି ହେଉଛି। ବାତ୍ୟା ନେଇ ଏବେବି ସ୍ପଷ୍ଟ ହୋଇନି। ଅଯଥାରେ ଦର ବୃଦ୍ଧି ହେଉଛି। କିଣା ବିକା ହେଉଛି । ତେଣୁ ଜିଲାପାଳମାନଙ୍କୁ ନଜର ରଖିବା ସହ କାର୍ଯ୍ୟନୁଷ୍ଠାନ ନେବାକୁ କୁହାଯାଇଛି। ବଜାରରେ ସାମଗ୍ରୀ ମହଜୁତ ରହିଛି। ସମର ସାଇକ୍ଲୋନ ହେଇଥିବାରୁ ବନ୍ୟା ହେବାର ସମ୍ଭାବନା ନାହିଁ। ଲୋକମାନେ ସତର୍କ ହୁଅନ୍ତୁ ବୋଲି ଏସ୍‌ଆର୍‌ସି କହିଛନ୍ତି ।

Related posts

ପେସ୍‌ଙ୍କ ସହ କୋର୍ଟ ମ୍ୟାରେଜ୍‌ କରିବେ କିମ୍‌

Odisha Halchal

ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଏତଲା

Odisha Halchal

ଅଶାନ୍ତ ସମୁଦ୍ରରେ ମାଛ ମାରି ଫେରୁଥିବା ବେଳେ ଓଲଟିଲା ଡ଼ଙ୍ଗା

Odisha Halchal

Leave a Comment