ଓଡ଼ିଶା ଖବରନ୍ୟୁଜ୍

ବସ ଦୁର୍ଘଟଣାରେ ଜଣେ ମୃତ୍ୟୁ ୧୪ଗୁରୁତର

ବସ ଦୁର୍ଘଟଣାରେ ଜଣେ ମୃତ୍ୟୁ ୧୪ଗୁରୁତର

ରାୟଗଡା :-(ରିପୋର୍ଟ-ପ୍ରସାଦ ସାହୁକାର)ବସ ଦୁର୍ଘଟଣା, ଜଣେ ମୃତ ପ୍ରାୟ ୩୦ ଆହାତ ସେଥିମଧ୍ୟରୁ ୧୪ ଗୁରୁତରଙ୍କୁ ରାୟଗଡ଼ା ଜିଲ୍ଲା ଚିକିତ୍ସାଲୟ ରେ ଭର୍ତ୍ତି କରାଯାଇଛି, ମୃତ୍ୟୁ ହୋଇଥିବା ଜଣେ ମହିଳା ତାଙ୍କ ପରିଚୟ ମିଳିପାରିନାହିଁ।

ଦୁର୍ଘଟଣାଟି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ହାତିଖମ୍ବା ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଘରୋଇ ବସ, ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଆହାତ ହୋଇଥିବା ବେଳେ ୧୪ ଜଣ ସଙ୍କଟାପନ ରହିଛନ୍ତି, ସେମାନଙ୍କୁ ରାୟଗଡ଼ା ଜିଲ୍ଲା ମେଡିକାଲ, ଗୁଣୁପୁର ଓ ମୁକୁନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ରାତି ପ୍ରାୟ ୧୨ଟା ବେଳେ ଦୁର୍ଘଟଣା ଘଟିଛି। ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କରାଯାଇ ମେଡିକାଲ ରେ ଭର୍ତ୍ତି କରାଯାଇଛି, ବସ ଟି ପାରଳାଖେମୁଣ୍ଡି ଠାରୁ ଉମରକୋର୍ଟ ଯାଉଥିବା OD18 D 8282 ନମ୍ବର ସାଇକୃପା ନାମକ ଘରୋଇ ବସ ବୋଲି ଜଣାପଡ଼ିଛି। ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ସମସ୍ତଙ୍କୁ ଚିକିତ୍ସା ଜାରି ରହିଛି।

Related posts

ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମିଳିଲା ଅନ୍ତରୀଣ ଜାମିନ

Odisha Halchal

ପ୍ରେମିକାର ଅନ୍ୟତ୍ର ବାହାଘର ହେଉଥିବା ଖବର ଶୁଣି ଗଛରେ ଝୁଲି ପଡ଼ିଲେ ପ୍ରେମିକ

Odisha Halchal

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବର୍ତିଲେ ଯାତ୍ରୀ

Odisha Halchal

Leave a Comment