ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ବଳ ଗୋଟାଇ ଫେରୁଛି କରୋନା, ଆଲର୍ଟ ଜାରି କଲା ଭାରତ

ବଳ ଗୋଟାଇ ଫେରୁଛି କରୋନା, ଆଲର୍ଟ ଜାରି କଲା ଭାରତ

ମାତ୍ର କେଇଟା ଦିନ ନିସ୍କ୍ରିୟତା ପୁଣି ଥରେ ସକ୍ରିୟ ହୋଇ ଲେଉଟିଛି କରୋନା। ଚାଇନା, ହଙ୍ଗକଙ୍ଗ, ସିଙ୍ଗାପୁର, ଦକ୍ଷିଣ କୋରିଆରେ କରୋନା ମାତିବା ପରେ ପୁଣି ଥରେ ଚିନ୍ତା ବଢ଼ିଛି। ଏହି ଦେଶ ଗୁଡ଼ିକରେ ଭାଇରସ୍‌ ପ୍ରକୋପ ବୃଦ୍ଧି ପାଇବା ପରେ ଭାରତ ସରକାର ସତର୍କ ହୋଇଛନ୍ତି ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟ ରହିବାକୁ କହିଛନ୍ତି।
କୋଭିଡ୍‌-୧୯ ସଂକ୍ରାନ୍ତରେ ବୁଧବାର ହୋଇଥିବା ସମୀକ୍ଷା ବୈଠକରେ ମାଣ୍ଡଭୀୟ ଯୋଗ ଦେଇ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ସେହିପରି ମାର୍ଚ୍ଚ ୨୭ରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ସମ୍ପର୍କରେ ସମୀକ୍ଷା କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ବୁଧବାର ହୋଇଥିବା ବୈଠକରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏଥିରେ ସ୍ୱାସ୍ଥ୍ୟ ସଚିବ, ଫାର୍ମା ସଚିବ ମୁଖ୍ୟ ବିଜ୍ଞାନୀ ପରାମର୍ଶଦାତ୍ତା ଉପସ୍ଥିତ ଥିଲେ। ନୀତିଆୟୋଗର ସଦସ୍ୟ ଭିକେ ପଲ, ଆଇସିଏମଆର ନିର୍ଦ୍ଦେଶକ ଜେନେରାଲ ବଳରାମ ଭାର୍ଗଭା ପ୍ରମୁଖ ମଧ୍ୟ ଉପସ୍ଥତି ଥିଲେ। ବୁଧବାର ସମଗ୍ର ଦେଶରେ ୨୮୭୬ଟି ନୂଆ କେସ୍‌ ରେକର୍ଡ଼ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୩୨,୮୧୧ଟି ଟି ମାମାଲା ଆକ୍ଟିଭ ରହିଛି। ଯଦି ବର୍ତ୍ତମାନ ଦେଶରେ କୋଭିଡ୍‌ ସ୍ଥିତି ଉତ୍କଟ ନୁହଁ ତଥାପି ସମ୍ଭାବ୍ୟ ଚାଲେଞ୍ଜକୁ ନେଇ ଚିନ୍ତା ପ୍ରକଟ କରିଛି ଭାରତ।

Related posts

ରାଷ୍ଟ୍ରଦୂତମାନଙ୍କୁ ବରଖାସ୍ତ କଲେ ୟୁକ୍ରେନୀୟ ରାଷ୍ଟ୍ରପତି

Odisha Halchal

ବର୍ଷା ଓ ବଜ୍ରାଘାତ ନେଇ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରୀ

Odisha Halchal

ସିବିଆଇ ରେଡ୍‌, ଚୀନ୍‌ ନାଗରିକଙ୍କ ଭିସା ନେଇ ଖୋଲତାଡ଼ କରୁଛି ଟିମ୍‌

Odisha Halchal

Leave a Comment