ଅପରାଧଓଡ଼ିଶା ଖବରନ୍ୟୁଜ୍

ବରଗଡ଼ରେ ଡବଲ୍ ମର୍ଡ଼ର, ପାରିବାରିକ କଳହରୁ ବାପା ଓ ପୁଅଙ୍କୁ କଟୁରୀରେ ହାଣିଲେ ୨ ସମ୍ପର୍କୀୟ

ବରଗଡ଼ରେ ଡବଲ୍ ମର୍ଡ଼ର, ପାରିବାରିକ କଳହରୁ ବାପା ଓ ପୁଅଙ୍କୁ କଟୁରୀରେ ହାଣିଲେ ୨ ସମ୍ପର୍କୀୟ

ବରଗଡ଼ରେ ଡବଲ ମର୍ଡର । ବରଗଡ଼ ଟାଉନ ଥାନା ଅନ୍ତର୍ଗତ ରୁହୁନିଆ ଗାଁରେ ପାରିବାରିକ କଳହକୁ କେନ୍ଦ୍ର କରି ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଘଟଣାସ୍ଥଳରେ ବରଗଡ଼ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ରୁହୁନିଆ ଗାଁର ଦେବ ସିନ୍ଧିରିଆ ,ପୁଅ ରତନ ସିନ୍ଧିରିଆ ଓ ବହୁ ସୁକାନ୍ତି ସିନ୍ଧିରିଆକୁ ପାରିବାରିକ କଲହକୁ ନେଇ ସମ୍ପର୍କୀୟ ଭାଇ ଅମିଲ ସିନ୍ଦିରିଆ ଓ କମିଲ ସିନ୍ଦିରିଆଙ୍କୁ କଟୁରିରେ ଆକ୍ରମଣ କରିଥିଲେ । ଯାହାଫଳରେ ୫୫ ବର୍ଷୀୟ ଦେବ ସିନ୍ଧିରିଆଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପୁଅ ରତନ ସିନ୍ଧିରିଆ ଓ ବହୁ ସୁକାନ୍ତି ସିନ୍ଧିରିଆଙ୍କୁ ପ୍ରଥମେ ବରଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରତନ ସିନ୍ଧିରିଆଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବରଗଡ଼ ଟାଉନ ପୋଲିସ ପହଁଚି ଆରମ୍ଭ କରିଛି ।ସେହିପରି ଘଟଣାସ୍ଥଳରୁ ହତ୍ୟାକାରୀ ଭାଇ ଅମିଲ ସିନ୍ଧିରିଆ ପୋଲିସ ହାତରେ ଧରା ପଡିଥିବା ବେଳେ କମିଲ ସିନ୍ଧିରିଆ ଫେରାର ହୋଇଯାଇଛି । ପୋଲିସ କମିଲକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

Related posts

ଅନୁସନ୍ଧାନ ଓ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ

Odisha Halchal

ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ

Odisha Halchal

ଏମ୍ ପି ଭି -୧୨ ଗ୍ରାମରେ ଫୁଟବଲ ଖେଳ

Odisha Halchal

Leave a Comment