ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ବଢିଲା ସେନାର ଶକ୍ତି: ସେନାରେ ସାମିଲ ହେଲା ସ୍ନାଇପର ରାଇଫଲ,ଏଣିକି ଶତୃକୁ ଦିଆଯିବ କଡା ଜବାବ୍‌

ବଢିଲା ସେନାର ଶକ୍ତି ସେନାରେ ସାମିଲ ହେଲା ସ୍ନାଇପର ରାଇଫଲ,ଏଣିକି ଶତୃକୁ ଦିଆଯିବ କଡା ଜବାବ୍‌

ଦିନକୁ ଦିନ ବୃଦ୍ଧି ପାଉଛି ଭାରତୀୟ ସେନାର ଶକ୍ତି । ଅତ୍ୟାଧୁନିକ ଜ୍ଞାନକୌଶଳରେ ତିଆରି ଅସ୍ତ୍ରଶସ୍ତ୍ର ଏବେ ନିୟମିତ ଭାବରେ ସେନାରେ ସାମିଲ କରାଯାଉଛି ଯାହାକୁ ନେଇ ଶତୃ ଛାତିରେ ମଧ୍ୟ ଛନକା ସୃଷ୍ଟି ହେଉଛି ।

ତେବେ ଏହାରିମ ଧ୍ୟରେ ଆଜି ଭାରତୀୟ ସେନାରେ ସାମିଲ କରାଯାଇଛି ଫିଡ଼ଲାଣ୍ଡ ଦ୍ୱାରା ନିର୍ମିତ ସ୍ନାଇପର ରାଇଫଲ । ପ୍ରଥମ ଥର ପାଇଁ ଏହାକୁ ଏଲଓସିରେ ନିୟୋଜିତ ଜବାନ୍ ମାନଙ୍କୁ ଯୋଗାଇ ଦିଆଯାଇଛି ।

ସେନା ଦ୍ୱାରା ବ୍ୟବହୃତ ଅନ୍ୟ ରାଇଫଲ ତୁଳନାରେ ଏହି ସ୍ନାଇପର ରାଇଫଲ ଗୁଡିକର ମାରକ କ୍ଷମତା ଅଧିକ ରହିଛି । ଯାହା ଦ୍ୱାରା ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ଶତୃକୁ କଡା ଜବାବ୍ ଦିଆଯାଇପାରିବ ବୋଲି ଆଜି ସେନାର ଜଣେ ବରିଷ୍ଠ ଅଧିକାରୀ ମତ ରଖିଛନ୍ତି ।

ବିଶେଷ ଭାବରେ ଏଲଓସି ଓ ଅନ୍ତରାଷ୍ଟ୍ରିୟ ସୀମାରେ ସ୍ନାଇପିଂ ଏକ ବଡ଼ ସମସ୍ୟା ସୃଷ୍ଟି କରୁଥିବା ବେଳେ ୨୦୧୮-୧୯ ମଧ୍ୟରେ ହଠାତ୍ ଏହାର ବୃଦ୍ଧି ଘଟିଥିଲା ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସୈନିକ ମାନଙ୍କୁ ଉନ୍ନତ ମାନର ସ୍ନାଇପର ରାଇଫଲ ଯୋଗାଇ ଦିଆଯିବାକୁ ନିଷ୍ପତି ନିଆଯାଇଥିଲା ଆଉ ଆଜି ଏହା ସଫଳ ହୋଇଛି ।

Related posts

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସଂଘ ବୈଠକ

Odisha Halchal

ଦୁଇ କଲେକ୍ଟରଙ୍କ ବିବାହ କୌଣସି ବଲିଉଡ କାହାଣୀଠାରୁ କମ ନୁହେଁ

Odisha Halchal

ବିଫଳତା ହିଁ ସଫଳତା ର ମାପ କାଠି

Odisha Halchal

Leave a Comment