ଦେଶ ବିଦେଶନ୍ୟୁଜ୍ବ୍ୟବସାୟ

ବଢ଼ିଲା ସୁନା ଓ ରୁପା ମୂଲ୍ୟ; ୧୦ ଗ୍ରାମ ପ୍ରତି କେତେ ହେଲା ଜାଣନ୍ତୁ ଦାମ

ବଢ଼ିଲା ସୁନା ଓ ରୁପା ମୂଲ୍ୟ; ୧୦ ଗ୍ରାମ ପ୍ରତି କେତେ ହେଲା ଜାଣନ୍ତୁ ଦାମ

ବଢ଼ିଲା ସୁନା ମୂଲ୍ୟ। ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ ୨୩୧ ଟଙ୍କା ବୃଦ୍ଧି ହୋଇଛି। ଫଳରେ ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ ୫୦,୬୦୮ ଟଙ୍କା ହୋଇଛି। ଏଚ୍‌ଡିଏଫ୍‌ସି ସିକ୍ୟୁରିଟି ପକ୍ଷରୁ ଏହି ସୂଚନା ମିଳିଛି। ଏହା ପୂର୍ବରୁ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦,୩୭୭ ଟଙ୍କା ଥିଲା।

ତେବେ କେବଳ ସୁନା ନୁହେଁ ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ରୁପା ମୂଲ୍ୟରେ କିଲୋପ୍ରତି ୫୮୫ ଟଙ୍କା ବୃଦ୍ଧି ହୋଇଛି। ଫଳରେ ରୁପା କେଜି ୬୧,୬୫୭ ଟଙ୍କା ହୋଇଛି। ଏହା ପୂର୍ବରୁ ରୁପା ମୂଲ୍ୟ କେଜି ପ୍ରତି ୬୧,୦୭୨ ଟଙ୍କା ଥିଲା।

ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ମୂଲ୍ୟ ଉଚ୍ଚାରେ ରହିଛି। ସୁନା ମୂଲ୍ୟ ଆଉନ୍ସ ପ୍ରତି ୧,୮୪୫ ଆମେରିକୀୟ ଡଲାର ରହିଥିବା ବେଳେ ରୁପା ମୂଲ୍ୟ ଆଉନ୍ସ ପ୍ରତି ୨୧.୯୧ ଆମେରିକୀୟ ଡଲାର ରହିଛି।

Related posts

ଘଟଣାକୁ ଯେତେ ସମୟ ବିତୁଛି ସେତେ ନୂଆ ନୂଆ କଥା ସାମ୍ନାକୁ ଆସୁଛି

Odisha Halchal

ଆଜିର ଖବର

Odisha Halchal

ସେନା ବାହିନୀରେ ଯୋଗଦେବା ପାଇଁ ବିଶେଷ ସୁଯୋଗ

Odisha Halchal

Leave a Comment