ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ବଜେଟ୍ ୨୦୨୨-୨୩: ଜାଣନ୍ତୁ କଣ ହେଲା ଶସ୍ତା? କଣ ହେଲା ମହଙ୍ଗା?

ବଜେଟ୍ ୨୦୨୨-୨୩: ଜାଣନ୍ତୁ କଣ ହେଲା ଶସ୍ତା? କଣ ହେଲା ମହଙ୍ଗା?

ଆଜି ଲୋକସଭାରେ ବର୍ଷ ୨୦୨୨-୨୩ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । ଦେଶରେ କରୋନା ଅର୍ଥନୀତିକୁ ସମ୍ପୂର୍ଣ୍ଣ ଭାବରେ ଅସ୍ତବ୍ୟସ୍ତ କରି ରଖିଛି ଏବଂ ଏହାରି ମଧ୍ୟରେ ବଜେଟ୍ ଉପସ୍ଥାପିତ ହୋଇଥିବାରୁ ଚଳିତ ବର୍ଷ କଣ ସବୁ ଶସ୍ତା ହୋଇଛି ଓ କଣ ସବୁ ମହଙ୍ଗା ହୋଇଛି ତାହା ଉପରେ ସମସ୍ତଙ୍କ ନଜର।

ଚଳିତ ବଜେଟ୍‌ରେ କୃଷିଜାତ ଦ୍ରବ୍ୟ ଶସ୍ତା ହୋଇଛି । ଏହା ବ୍ୟତୀତ ବଜେଟରେ କଟା ଏବଂ ପଲିସ୍ ହୋଇଥିବା ହୀରା ଉପରେ କଷ୍ଟମ୍ ଡ୍ୟୁଟି ମଧ୍ୟ ହ୍ରାସ କରାଯାଇଛି । ସେହିଭଳି ପଲିସ ହିରା ଉପରେ ଆମଦାନୀ ଶୁଳ୍କ ୫ ପ୍ରତିଶତକୁ ହ୍ରାସ ପାଇଛି ।

ଏହି ସମୟରେ, ବିଦେଶୀ ଛତା କିଣିବା ମହଙ୍ଗା ହେବ । ଛତା ଉପରେ କଷ୍ଟମ୍ ଡ୍ୟୁଟି ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ସେହିପରି ମଦ, ଖାଇବା ତେଲ, ଏଲଇଡି ଲାଇଟ୍ ମହଙ୍ଗା ହୋଇଛି ।

ଅନ୍ୟପଟେ ମୋବାଇଲ୍ ଫୋନ୍ ଚାର୍ଜରର ଟ୍ରାନ୍ସଫର୍ମର ଏବଂ କ୍ୟାମେରା ଲେନ୍ସ ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଯାଇଛି । ଘରୋଇ ମୋବାଇଲ୍ ଫୋନ୍ ଚାର୍ଜର୍ ଶସ୍ତା ହେବ । ଘରୋଇ ସ୍ତରରେ ମୋବାଇଲ୍ ଉତ୍ପାଦନକୁ ଉତ୍ସାହିତ କରାଯିବ । ଏହା ବ୍ୟତୀତ ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ ମଧ୍ୟ କିଛି ରାସାୟନିକ ପଦାର୍ଥ ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ଏଥିମଧ୍ୟରେ ମିଥାନୋଲ୍ ମଧ୍ୟ ଅନ୍ତର୍ଭୁକ୍ତ । ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଏହା କରାଯାଇଛି ବୋଲି ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ କହିଛନ୍ତି । ଇସ୍ପାତ ସ୍କ୍ରାପ ଉପରେ କଷ୍ଟମ ଡ୍ୟୁଟି ଛାଡକୁ ଆଉ ଏକ ବର୍ଷ ବଢାଇବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

Related posts

ଜୁଲାଇ ୧୫ରେ ମା ତାରିଣୀଙ୍କ ଆଷାଢ଼ୀ ପର୍ବ; ବନ୍ଦ ରହିବ ଘଟଗାଁ ମନ୍ଦିର

Odisha Halchal

ଡିଲ୍ ବେଳେ ମାଡିବସିଲା ବନବିଭାଗ, ଗୋଟିଏ କଲରାପତରିଆ ବାଘ ଛାଲ ସହ ୭ ଗିରଫ

Odisha Halchal

ରାଷ୍ଟ୍ରପତି ନିର୍ବାଚନରେ ସତ୍ୟେନ୍ଦ୍ର ଜୈନ ଓ ସନୀ ଦେଓଲ ସମେତ ୧୩ ସଦସ୍ୟ ଭୋଟ ଦେଲେନି

Odisha Halchal

Leave a Comment