ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ବକ୍ସ ଅଫିସ୍‌ ପରେ ଏବେ OTTରେ ଧମାଲ କରିବ ‘କେଜିଏଫ୍ -୨’, ଏତିକି କୋଟିରେ ହେଲା ବିକ୍ରି

ବକ୍ସ ଅଫିସ୍‌ ପରେ ଏବେ OTTରେ ଧମାଲ କରିବ ‘କେଜିଏଫ୍ -୨’, ଏତିକି କୋଟିରେ ହେଲା ବିକ୍ରି

ସୁପରଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ୍ -୨’ ବହୁତ ବଡ ସଫଳତା ହାସଲ କରିଛି । ବକ୍ସ ଅଫିସରେ ଫିଲ୍ମର ହିନ୍ଦୀ ଭର୍ସନ ମଧ୍ୟ ଦମଦାର କଲେକ୍ସନ କରିଛି। ଏହି ଚଳଚ୍ଚିତ୍ର ବର୍ତ୍ତମାନ ସମସ୍ତ ହିଟ୍‌ ଫିଲ୍ମକୁ ପଛରେ ପକାଇ ଦେଇଛି । ବର୍ତ୍ତମାନ ଏହା OTT ରାଇଟସ୍‌ ବିଷୟରେ ଏକ ବଡ ଖବର ଆସିଛି ।

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ‘କେଜିଏଫ୍ -୨’ର OTT ରାଇଟସ୍‌ ପ୍ରାୟ ୩୨୦ କୋଟିରେ ବିକ୍ରି କରାଯାଇଛି । ଯାହା ଏକ ଭାରତୀୟ ଚଳଚ୍ଚିତ୍ର ପାଇଁ ସବୁଠାରୁ ବଡ ଡିଲ୍ ବୋଲି ପ୍ରମାଣିତ ହୋଇଛି। ଏହା ସହିତ ନିର୍ମାତାମାନେ OTT ରାଇଟସ୍‌ରୁ କୋଟି କୋଟି ଟଙ୍କା ମଧ୍ୟ ସଂଗ୍ରହ କରିଛନ୍ତି। ଖବର ଅନୁଯାୟୀ, ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ‘କେଜିଏଫ୍ ୨’ କନ୍ନଡ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀ ଭଳି ଭାଷାରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ଏହାପୂର୍ବରୁ, ଫିଲ୍ମଟି ୨୭ ମେ’ ଆମାଜନ ପ୍ରାଇମ ଭିଡିଓରେ ପ୍ରସାରିତ ହେବ କୁହାଯାଉଥିଲା । ହେଲେ ଫିଲ୍ମର OTT ରିଲିଜ୍ ସମ୍ପର୍କରେ ନିର୍ମାତାମାନେ କୌଣସି ଅଫିସିଆଲ୍ ବିବୃତ୍ତି ଜାରି କରାଯାଇ ନାହିଁ ।

କହିବାକୁ ଗଲେ ୟଶଙ୍କ ଫିଲ୍ମ ‘କେଜିଏଫ୍ -୨’ ବକ୍ସ ଅଫିସ୍‌ରେ ଅମୀରଙ୍କ ଖାନଙ୍କ ଫିଲ୍ମ ‘ଦଙ୍ଗଲ’କୁ ଟପିଛି। ବର୍ତ୍ତମାନ ‘କେଜିଏଫ୍ ୨’ ଦେଶର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। ଫିଲ୍ମର ହିନ୍ଦୀ ଭର୍ସନ ବୁଧବାର ପର୍ଯ୍ୟନ୍ତ ୩୯୧.୬୫ କୋଟି ଟଙ୍କା ସଂଗ୍ରହ କରିଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ୪୦୦ କୋଟି ଆଡକୁ ଗତି କରୁଛି ।

Related posts

ଦୁଇ କିନ୍ନର ଗୋଷ୍ଠୀଙ୍କ ଗଣ୍ଡଗୋଳ ଘଟଣା, ୪ ଅଟକ

Odisha Halchal

ଜୋର ଧରୁଛି ବିଧାୟକଙ୍କ ଗିରଫଦାରୀ ରାଜନୀତି; ଆଜି ଦେବଗଡ଼ ବନ୍ଦ

Odisha Halchal

ସରକାରୀ ବିଦ୍ୟାଳୟରେ ପାଠପଢ଼ି ଓଏଏସ

Odisha Halchal

Leave a Comment