ଓଡ଼ିଶା ଖବରନ୍ୟୁଜ୍

ଫେଲ ମାରିଛି ବାର୍ଦ୍ଧକ୍ୟତା

ଫେଲ ମାରିଛି ବାର୍ଦ୍ଧକ୍ୟତା

ରାଜଗାଙ୍ଗପୁର :-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବିଧାନ ସଭା ମଣ୍ଡଳୀ ରେ ନିଜର ବାର୍ଦ୍ଧକ୍ୟତା କୁ ପଛରେ ପକାଇ ଆଗାମୀ ତ୍ରିସ୍ତରୀୟପଞ୍ଚାୟତ ନିର୍ବାଚନ ରେ ଜୋର ଦାର ପ୍ରଚାର ପ୍ରସାର ରେ ନିଜର ସହଯୋଗୀ ଙ୍କ ସହ ଲାଗିଛନ୍ତି ବିଜେଡି ରାଜ୍ୟ ଉପସଭାପତି ତଥା ରାଜଗାଙ୍ଗପୁର ପୂର୍ବତନ ବିଧାୟକ ମଙ୍ଗଳା କିଷାନ |

ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ର ବିଗୁଲ ବାଜି ଯାଇ ଥିବା ବେଳେ ସମସ୍ତ ପ୍ରାର୍ଥୀ ମାନଙ୍କୁ ନିଜର ନିଜର ଚିହ୍ନ ମିଳି ଯାଇଥିବା ବେଳେ ନିର୍ବାଚନ ପ୍ରଚାର ବିଜୁ ଜନତା ଦଳ ର ଜୋର ସୋର ରେ ଚାଲି ଥିବା ବେଳେ ଅନ୍ୟ ଦଳ ର ପ୍ରଚାର ଫିକା ପଡିଥିବା ଦେଖିବାକୁ ମିଳୁଛି |ଏମିତିକି ନିଜର ବାର୍ଦ୍ଧକ୍ୟତା ମଧ୍ୟ ଫେଲ ମାରିଛି ମଙ୍ଗଳା କିଷାନ ଙ୍କ ଆଗରେ |

ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର ସୋର ରେ ଚାଲିଥିବା ବେଳେ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁଟୁଣିଆ ଗ୍ରାମ ପଞ୍ଚାୟତ ଆଜି ବିଜେଡ଼ି ତରଫରୁ ନିଜର ସମର୍ଥିତ ପ୍ରାର୍ଥୀ ଙ୍କ ପାଇଁ ପ୍ରଚାର କରାଯିବା ସହ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ଲୋକ ଅଭିମୁଖୀ କାର୍ଯ୍ୟ ଓ ବିଭିନ୍ନ ଯୋଜନା ମାନ ଯାହା ଦ୍ୱାରା ଜନ ସାଧାରଣ ଉପକୃତ ହୋଇଛନ୍ତି ,ଓ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଓ ବିଭିନ୍ନ ଲୋକ ଅଭିମୁଖୀ କାର୍ଯ୍ୟ ବିଷୟ ରେ ଅବଗତ କରାଇବା ସହ ଆଗାମୀ ଦିନରେ କିଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ସହ କୁଟୁଣିଆ ପଞ୍ଚାୟତ ର ସର୍ବାଙ୍ଗିନ ଉନ୍ନତି ପାଇଁ ଅଧିକ ରୁ ଅଧକ ମାତ୍ରା ରେ ଭୋଟ ଦେଇ ଜୟ ଯୁକ୍ତ କରିବା ନେଇ ଅନୁରୋଧ କରିଥିଲେ |

ରାଜଗାଙ୍ଗପୁର ପୂର୍ବତନ ବିଧାୟକ ମଙ୍ଗଳା କିଷାନ ମଧ୍ୟ କୁଟୁଣିଆ ପାଞ୍ଚାୟତ ରେ ଗାଁ ଗାଁରେ ବୁଲି ନିଜ ଦଳ ର ସମର୍ଥିତ ପ୍ରାର୍ଥୀ ପାଇଁ ଭୋଟ ଭିକ୍ଷା କରିଥିଲେ |ଏହା ଛଡା କୁଟୁଣିଆ ପଞ୍ଚାୟତ ରେ ମଧ୍ୟ ଲୋକ ମାନେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଜନ ହିତ କାରୀ କାର୍ଯ୍ୟରେ ଲୋକମାନେ ଅନୁପ୍ରାଣିତ ହୋଇ ସେମାନଙ୍କୁ ନିଜର ପାରମ୍ପରିକ ବାଦ୍ୟ ,ସଙ୍ଗୀତ ତାଳେ ତାଳେ ଗ୍ରାମକୁ ପାଛୋଟି ନେଉଥିବା ଦେଖିବାକୁ ମିଳିଥିଲା |ଆଜି କୁଟୁଣିଆ ଗ୍ରାମପାଞ୍ଚାୟତ ର ଚନ୍ଦା ପଡା ,ଚମରା ପଡା ,ସୋନା ଖଣ୍ଡି ,ଭିକା ପଡା ,ଡୁବୁକୁ ,ଫଦା ପଡା,ଓ ଅନ୍ୟନ ଗ୍ରାମରେ ବିଜେଡି ତରଫରୁ ନିର୍ବାଚନ ପ୍ରଚାର ସହ ଗ୍ରାମବାସୀ ଙ୍କ ଠାରୁ ତାଙ୍କ ର ବହୁ ମୂଲ୍ୟ ଭୋଟ ଭିକ୍ଷା କରିଥିଲେ |

ଏହି ନିର୍ବାଚନ ପ୍ରଚାର ରେ ରାଜଗାଙ୍ଗପୁର ବିଜେଡି ବ୍ଲକ ସଭାପତି ରାମ କୁଜୁର,ବ୍ଲକ ଚ୍ୟାରମେନ ବସନ୍ତ ଟପ୍ପୋ ,ସମିତି ସଭ୍ୟ ପ୍ରାଥିନି ସବିନା ମିଞ୍ଜ,ସରପଞ୍ଚ ପ୍ରାର୍ଥୀ ବିଷ୍ଣୁ କିଷାନ ,ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସୁଶିଳା ଟପ୍ପୋ ,ସୁଭମ ଏକ୍କା ,ଓ ବହୁ ବିଜୁ ଜନତା ଦଳୀୟ ସମର୍ଥକ ଲୋକ ମାନଙ୍କ ଠାରୁ ତାଙ୍କର ବହୁ ମୂଲ୍ୟ ଭୋଟ ଭିକ୍ଷା କରିବା ସହ ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା |

Related posts

ବଡ଼ଭାଇର ଦାୟିତ୍ୱ ନେଲା ଭାରତ, ପଠାଇଲା ୧୧ ହଜାର ମେଟ୍ରିକ୍ ଟନ୍ ଚାଉଳ

Odisha Halchal

ରାଜଧାନୀରେ ଆଉ ଏକ ନିର୍ଭୟା କାଣ୍ଡ

Odisha Halchal

ଜିଲ୍ଲା ସ୍ତରୀୟ କ୍ଷୁଦ୍ର ଶସ୍ୟ କ୍ରୟ କମିଟିର ବୈଠକ

Odisha Halchal

Leave a Comment