ଅପରାଧଓଡ଼ିଶା ଖବରନ୍ୟୁଜ୍

ପ୍ରାର୍ଥନା କ୍ଲାସରେ ବିଳମ୍ବରେ ପହଞ୍ଚିବାରୁ ଶହେ ଥର ଉଠବସ୍ କରାଇଲେ ଶିକ୍ଷକ, ୭ ଛାତ୍ରୀ ଅସୁସ୍ଥ

ପ୍ରାର୍ଥନା କ୍ଲାସରେ ବିଳମ୍ବରେ ପହଞ୍ଚିବାରୁ ଶହେ ଥର ଉଠବସ୍ କରାଇଲେ ଶିକ୍ଷକ, ୭ ଛାତ୍ରୀ ଅସୁସ୍ଥ

ପ୍ରାର୍ଥନା ନକରିବାରୁ କାନ ଧରି ଉଠବସ କରାଇଲେ ଶିକ୍ଷକ । ଫଳରେ ବେହୋସ୍ ହୋଇଗଲେ ୭ ଜଣ ଛାତ୍ରୀ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ସୁନାମୁଦି ସ୍ଥିତ ବାପୁଜୀ ହାଇସ୍କୁଲରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଆଜି ସକାଳ ୭ଟା ସମୟରେ ସୁନାମୁଦି ବାପୁଜି ବାଳିକା ହାଇସ୍କୁଲରେ ପ୍ରତିଦିନ ଭଳି ପ୍ରାର୍ଥନା ହେଉଥିଲା । ହେଲେ କିଛି ଛାତ୍ରୀ ପ୍ରାର୍ଥନା ସମୟରେ ବିଳମ୍ବରେ ପହଞ୍ଚିଥିଲେ ।

ଭୂଗୋଳ ଶିକ୍ଷକ ବିକାଶ ଧରୁଆ ଛାତ୍ରୀମାନଙ୍କୁ ରାଗି ଯାଇ ଶହେ ଥର କାନ ଧରି ଉଠବସ୍ ହେବା ପାଇଁ କହିଥିଲେ । ଫଳରେ ୭ ଛାତ୍ରୀ ବେହୋସ ହୋଇ ତଳେ ପଡିଯାଇଥିଲେ । ପରେ ସେମାନଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Related posts

ଛତ୍ରପୁର ତହସିଲଦାର ଭାବେ ଦିବ୍ୟା ମହାନ୍ତି ଙ୍କ ଦାୟିତ୍ୱ ଗ୍ରହଣ

Odisha Halchal

ପୁଣି ଥରେ ମହାମାରୀ କୋରନାର ପ୍ରକୋପ

Odisha Halchal

ଆତ୍ମହତ୍ୟା ପୂର୍ବରୁ ଟ୍ରେନ୍‌ ଲାଇନ୍‌ରୁ ମା’ପୁଅଙ୍କୁ ଉଠାଇନେଲା ପୁଲିସ

Odisha Halchal

Leave a Comment