ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ପ୍ରଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଇତିହାସରେ କେବେ ହୋଇନଥିଲା

ପ୍ରଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଇତିହାସରେ କେବେ ହୋଇନଥିଲା

ସରିଛି ପୌର ନିର୍ବାଚନ ଓ ଏହାର ଫଳାଫଳ ମଧ୍ୟ ବାହାରି ସାରିଛି । ଯେଉଁଠାରେ ଶାସକ ଦଳ ବହୁମତ ହାସଲ କରି ବିଜୟ ହୋଇଛନ୍ତି । ତେବେ ଗତକାଲି ଓଡ଼ିଶାର ପ୍ରଶାସନିକ ଅଧିକାରୀମାନେ ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ବର୍ତ୍ତମାନ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ବୁଦ୍ଧିଜୀବି ମହଲ ପର୍ଯ୍ୟନ୍ତ ସବୁଠାରେ ଏହାକୁ ଘୋର ନିନ୍ଦା କରାଯାଇଛି । ଗୋଟିଏ ପଟେ ବିରୋଧୀ ଦଳ ଏହାକୁ ନିନ୍ଦା କରିଥିବା ବେଳେ ଅନ୍ୟପଟେ ପ୍ରଗତି ପାଇଁ ଅଧିକ ପ୍ରତିବଦ୍ଧତା ଜରୁରୀ ବୋଲି ରାଜ୍ୟର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ କର୍ମଚାରୀ ସଂଘ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଥିବାରୁ ରବିବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ପୁଲିସ ଡିଜି ସୁନିଲ କୁମାର ବଂଶଲ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ଅଧିକାରୀ ଓ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ବି‌େଜଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ । କେବଳ ଏତିକି ନୁହେଁ ପୁଲିସ ଏଡିଜି ଲଳିତ ଦାସ, ଏଡିଜି ଆର୍‌କେ ଶର୍ମା, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ଓଏଏସ୍ ଆସୋସିଏସନ୍, ଓଡ଼ିଶା ଫାଇନାନ୍ସ ସର୍ଭିସ୍ ସଂଘ, ପୁଲିସ ସେବା ସଂଘ, ଓଡ଼ିଶା ସେକ୍ରେଟେରିଏଟ୍ ସର୍ଭିସ୍‌, ରାଜସ୍ବ ସେବା, କନଷ୍ଟେବଳ ଓ ହାବିଲଦାର ସଂଘ, ବିଭାଗୀୟ ମୁଖ୍ୟ ସଂଘ, ମେଡିକାଲ ସେବା ସଂଘ,ଅମଲା ସଂଘ, ପ୍ରାଣୀ ଚିକିତ୍ସା ସେବା, ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ, ଗ୍ରାମ ରୋଜଗାର ସେବକ ସଂଘ, ଡ୍ରାଇଭର ସଂଘ, ଠିକା କର୍ମଚାରୀ ସଂଘ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।

ତେବେ ଏହାକୁ ନେଇ ବିରୋଧୀ ଦଳ ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ “ ଯେଉଁଭଳି ଭାବରେ ଭେଟି ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ, ଏହା ଓଡ଼ିଶାର ଗଣତନ୍ତ୍ରକୁ ଉପହାସ କଲା ଭଳି ମନେ ହେଉଛି । ଆମେ ଏହାକୁ କଡ଼ା ଶବ୍ଦରେ ନିନ୍ଦା କରୁଛୁ । ଗତକାଲି ମୁଖ୍ୟ ଶାସନ ସଚିବ ଓ ଡ଼ିଜିପିଙ୍କ ସମେତ ଓଡ଼ିଶା ପ୍ରଶାସନିକ ସେବା ସଂଘ, ରେଭେନ୍ୟୁ ସର୍ଭିସ, ମେଡ଼ିକାଲ ସର୍ଭିସ ସଂଘ ତଥା ଅନ୍ୟ ସରକାରୀ ଅଧକାରୀ ବିଜେଡ଼ି ସଭାପତିଙ୍କୁ ଭେଟି ନିର୍ବାଚନ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ, ଯାହା ଓଢ଼ିଶା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଜରୁରୀକାଳୀନ ପରିସ୍ଥିତି ସମୟରେ ଅଫିସରମାନେ ସର୍ବେସର୍ବା ହୋଇ କାର‌୍ୟ୍ୟ କରୁଥିଲେ। ଆଜି ଓଡ଼ିଶାରେ ଠିକ୍ ସେହି ଭଳି ଅଧିକାରୀମାନେ କାର‌୍ୟ୍ୟ କରୁଛନ୍ତି। ପ୍ରଶାସନିକ ଅଫିସରମାନେ ଯଦି ରାଜନୈତିକ ଦଳର ହାତବାରିଶି ହେବେ ତା’ ହେଲେ ରାଜ୍ୟରେ ଅବସ୍ଥା କଣ ହେବ ? ଆଜି ଏହା ବହୁତ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ପୋଲିସ ଡ଼ିଜି ହେଉଛନ୍ତି ରାଜ୍ୟ ପୋଲିସର ମୁଖିଆ । ପୋଲିସ ପ୍ରଶାସନକୁ ନିରପେକ୍ଷ ଭାବେ ସଂଚାଳନ କରିବା ଏବଂ ଗରିବ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ତାଙ୍କର ନୈତିକ ଦାୟିତ୍ୱ । ମାତ୍ର ଏତେ ବଡ଼ ଗୁରୁଦାୟିତ୍ୱରେ ରହି ନିଜ ଦାୟିତ୍ୱକୁ ଭୁଲି ବିଜେଡ଼ି ସଭାପତିଙ୍କୁ ଖୁସି କରିବା ପାଇଁ ଶୁଭେଚ୍ଛା ଜଣାଇବା ଉଚିତ୍ କି? ପୋଲିସ ଡିଜି ନିଜ କାର‌୍ୟ୍ୟକୁ ସୁଚାରୁରୂପେ ପାଳନ ନ କରିବା ଭଳି ଅନେକ ଉଦାହରଣ ରହିଛି । ହିଞ୍ଜିଳିରେ ୪ଜଣଙ୍କ ହତ୍ୟା ହେଉ, ଖୋର୍ଦ୍ଧାରେ ବିଧାୟକ ଜନତାଙ୍କୁ ଗାଡ଼ି ମଡାଇ ହତ୍ୟା ଉଦ୍ୟମ ହେଉ ଅବା ଭୋଟ୍ ପାଇଁ ବିଜେଡ଼ି ଟଙ୍କା ବାଣ୍ଟିବା ହେଉ, ପୋଲିସ ଡିଜି ନିରବଦ୍ରଷ୍ଟା ସାଜିବା ଓଡ଼ିଶାବାସୀଙ୍କୁ କଷ୍ଟ ଦେଇଛି ।

ଆପଣମାନେ ଏଭଳି ଗଣତନ୍ତ୍ର ବିରୋଧୀ କାର‌୍ୟ୍ୟରୁ ଦୂରେଇ ରହିବା ଉଚିତ୍ । ପ୍ରଶାସନିକ ବିଧିବ୍ୟବସ୍ଥାକୁ ଯଦି ପାଦରେ ଦଳିଚକଟି ଦେବେ ତା’ ହେଲେ ନୂଆପିଢ଼ି କ’ଣ ଶିକ୍ଷାଲାଭ କରିବ? ଯଦି ଏଭଳି କାର‌୍ୟ୍ୟରୁ ଆପଣମାନେ ନିବୃତ୍ତ ନ ରହିବେ ତା ହେଲେ ଓଡ଼ିଶାର ଜନସାଧାରଣ ଏହାର ଉଚିତ୍ ଜବାବ ଦେବେ । ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ରାଜ୍ୟରେ ଜନସେବା ପାଇଁ ଅଛନ୍ତି ନା ବିଜେଡ଼ିର ସେବା ପାଇଁ ? ଏହି ସବୁ ଘଟଣାରୁ ଲାଗୁଛି ପ୍ରଶାସନିକ ଅଧିକାରୀ ଓ ବିଜେଡ଼ି ମଧ୍ୟରେ ମଧୂଚନ୍ଦ୍ରିକା ରହିଛି । ଯେଉଁ ସନ୍ଦେହ ଆମେ ଦୀର୍ଘ ଦିନରୁ କହି ଆସୁଥିଲୁ, ଆଜି ତାହା ସତରେ ପରିଣତ ହୋଇଛି”

Related posts

‘WHATSAPP’ ଆଣୁଛି ନୂଆ ଫିଚର, ନମ୍ବର ସେଭ୍ ନକରି ବି କରିହେବ ମେସେଜ୍‌

Odisha Halchal

ହସ୍ପିଟାଲ ବେଡରେ ଲାଲୁ, ଝିଅ ଶେଆର କଲେ ଇମୋସନାଲ ପୋଷ୍ଟ

Odisha Halchal

ବଢ଼ିଲା ରେପୋ ରେଟ୍‌

Odisha Halchal

Leave a Comment