Sunday, October 2, 2022
Homeଅପରାଧପ୍ରଥମେ ଲିପ୍ଟ ପରେ ଲୁଟ୍‌, ଭୁଜାଲିରେ ହାଣି ଲୁଟିନେଲେ ୨୫ ହଜାର ଟଙ୍କା

ପ୍ରଥମେ ଲିପ୍ଟ ପରେ ଲୁଟ୍‌, ଭୁଜାଲିରେ ହାଣି ଲୁଟିନେଲେ ୨୫ ହଜାର ଟଙ୍କା

ଲିଫ୍ଟ ମାଗିବା ବାହାନାରେ ରାସ୍ତା ଯାଉଥିବା ବ୍ୟବସାୟୀଙ୍କୁ ଅଟକାଇ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରି ୨୫ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଅଣ୍ଡର ବାଇପାସ୍ ନିକଟରେ ମଙ୍ଗଳବାର ସକାଳ ୯ଟା ସମୟରେ ଲକ୍ଷ୍ମଣପଡା ଗ୍ରାମର ବ୍ୟବସାୟୀ ପଞ୍ଚାନନ ମହାନ୍ତି ନିଜ ଦୋକାନ ପାଇଁ ଜିନିଷ ଆଣିବାକୁ ବାଇକ୍‌ରେ ଜଳେଶ୍ବର ଯାଉଥିଲେ ।

ସେହି ସମୟରେ ଦୁଇଟି ବାଇକରେ ୫ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଲିଫ୍ଟ ମାଗିବା ବାହାନାରେ ଅଟକାଇ ଥିଲେ । ପଞ୍ଚାନନ ବାଇକ ସ୍ଲୋ କରିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ । ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ଛଟପଟ ହେଉଥିବା ବେଳେ ବାଇକ୍ ଡିକି ଭାଙ୍ଗି ସେଥିରେ ଥିବା ୨୫ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ ।

ସ୍ଥାନୀୟ ଲୋକେ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର