ଓଡ଼ିଶା ଖବର

ପୌର ଭୋଟ : ସକାଳ ୯ଟା ସୁଦ୍ଧା ୧୦ ପ୍ରତିଶତ ପୋଲିଂ

ଚାଲିଛି ପୌର ଭୋଟ । ବେଶ୍‌ ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳା ସହ ମତଦାନ ଜାରି ରହିଛି । ତେବେ ପୌର ନିର୍ବାଚନରେ ସକାଳ ୯ଟା ସୁଦ୍ଧା ୧୦ ପ୍ରତିଶତ ପୋଲିଂ ହୋଇଛି । ଏସଂପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ ଏସି ଏବଂ ୩ଟି ମହାନଗର ନିଗମ ପାଇଁ ଚାଲିଛି ଭୋଟ୍ ଗ୍ରହଣ। କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟିଂ ଚାଲିଛି । ନିର୍ବାଚନ ମଇଦାନରେ ୬ହଜାର ୪୧୧ ଜଣ ପ୍ରାର୍ଥୀ ଥିବାବେଳେ ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ। ଏଥର ମ୍ୟୁନିସପାଲଟି ଓ ଏନ୍ ଏସିର ୧ହଜାର ୬୭୨ଟି ୱାର୍ଡ ଏବଂ ୩ଟି ମହାନଗର ନିଗମର ୧୬୫ଟି ୱାର୍ଡରେ ନିର୍ବାଚନ ହେଉଛି ।

ମେୟର/ପୌରାଧ୍ୟକ୍ଷ ପଦବି ପାଇଁ ୫୬୯ଜଣ, କର୍ପୋରେଟର/କାଉନସିଲର ପଦବି ପାଇଁ ୫ ହଜାର ୮୪୨ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ମ୍ୟୁନିସପାଲଟି/ଏନ୍ ଏସିର ୨ହଜାର ୯୮୯ଟି ବୁଥ୍ ରେ ଏବଂ ୩ଟି ମହାନଗର ନିଗମର ୧ ହଜାର ୩୮୪ ବୁଥ୍ ରେ ୪୦ଲକ୍ଷ ୫୫ହଜାର ୫୩ଜଣ ମତଦାନ କରିବେ। ମତଦାତା ଜାଣିବା ପାଇଁ କାଉନସିଲର/କର୍ପୋରେଟର ନିର୍ବାଚନ ପାଇଁ ଗୋଲାପି ରଙ୍ଗର କାଗଜ ଏବଂ ପୌରାଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ହଳଦିଆ କାଗଜ ଇଭିଏମ୍ ରେ ବ୍ୟବହାର କରାଯିବ।

ସେହିପରି ଏଥର ଇଭିଏମ୍ ରେ ନୋଟା ଅପସନ୍ ରହିଛି। ମହିଳାଙ୍କ ପାଇଁ ଫିଙ୍କ୍ ବୁଥ୍ ର ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳାର ସହିତ ଭୋଟ୍ ଗ୍ରହଣ ପାଇଁ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ଉପରେ ନଜର ରଖାଯାଇଛି ।

Related posts

ବିବାଦୀୟ ବିଧାୟକଙ୍କ ଦ୍ବିତୀୟ ଥର ବିବାହ

Odisha Halchal

ବନ ବିଭାଗ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକା

Odisha Halchal

ମନମୁଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରଥମ ଗ୍ରାମସଭା

Odisha Halchal

Leave a Comment