ଅପରାଧଓଡ଼ିଶା ଖବରନ୍ୟୁଜ୍

ପୌର କର୍ମଚାରୀଙ୍କ ଟଙ୍କା ହଡପ ମାମଲା ପୂର୍ବତନ ଜିଲ୍ଲାପାଳଙ୍କ ନାଁରେ ଅଭିଯୋଗ

ପୌର କର୍ମଚାରୀଙ୍କ ଟଙ୍କା ହଡପ ମାମଲା ପୂର୍ବତନ ଜିଲ୍ଲାପାଳଙ୍କ ନାଁରେ ଅଭିଯୋଗ

ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ପ୍ରାପ୍ୟକୁ ଛାଡିଲେନି। ବିଭିନ୍ନ ଅସତ ଉପାୟରେ ଟଙ୍କା ହଡପ କଲେ ଦେବଗଡ ପୌର ପରିଷଦର ଅଧିକାରୀ ଏବଂ କର୍ମଚାରୀ। ଏ ନେଇ ଅବସରପ୍ରାପ୍ତ କର୍ମଚାରୀ ବକେୟା ଅର୍ଥ ହଡପ ହୋଇଥିବା ନେଇ ଦେବଗଡ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ। ଏହାର ତଦନ୍ତ କରାଯାଇ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ମାନେ ହେଲେ ଭୁବନ ମୋହନ ନାଏକ, ଓମ ପ୍ରକାଶ ସାହୁ ଓ ଅମୃତି ସାହୁ। ସବୁଠୁ ବଡ କଥା ମାମଲାରେ ଦେବଗଡର ପୂର୍ବତନ ଜିଲ୍ଲାପାଳଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି।

ପୌର ପରିଷଦରେ କାର୍ଯ୍ୟ କରି ୨୦୧୯ ମସିହାରେ ଅବସର ଗ୍ରହଣ କରିଥିଲେ କର୍ମଚାରୀ ଜଗବନ୍ଧୁ ମୁଣ୍ଡା। ତେବେ ତାଙ୍କ ଅବସରକାଳୀନ ବକେୟା ପ୍ରାପ୍ୟକୁ ହଡପ ନେଇ ଜୁନ ମାସ ୧୫ ତାରିଖରେ ଦେବଗଡ ଆଦର୍ଶ ଥାନାରେ ଅଭିଯୋଗ ହୋଇଥିଲା। ଜଗବନ୍ଧୁ ୨୦୧୯ ମସିହାରେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିବା ବେଳେ ତାଙ୍କର ବକେୟା ପ୍ରାପ୍ୟ ମିଳିନଥିଲା । ଏନେଇ ସେ ବାରମ୍ବାର କାର୍ଯ୍ୟାଳୟ ଦୌଡିବା ପରେ ଦୁଇଟି କିସ୍ତିରେ ତିନି ଲକ୍ଷ ଟଙ୍କା ଦିଆଯାଇଥିଲା, ଯେଉଁ ଅର୍ଥରୁ ପୌର ପରିଷଦରେ କାର୍ଯ୍ୟରତ ବିଭିନ୍ନ ବାବୁମାନେ ଭାଗ ମଧ୍ୟ ନେଇଥିଲେ । ପରେ ଜଗବନ୍ଧୁଙ୍କର ଆହୁରି ୧୩ ଲକ୍ଷରୁ ଉର୍ଦ୍ଧ୍ବ ବକେୟା ଟଙ୍କା ଆସିଥିବା ବେଳେ ଏହାକୁ ଦୁଇଟି ଭିନ୍ନ ଭିନ୍ନ ଆକାଉଣ୍ଟକୁ ପଠାଇ ହଡପ କରାଯାଇଥିଲା।

ଏନେଇ ପୌର ପରିଷଦ ନିର୍ବାହୀ ଅଧିକାରୀ ଆକାଉଣ୍ଟାଣ୍ଟ ବିନୋଦ ନାଗଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଏଥିସହ ବୃଦ୍ଧ ଜଗବନ୍ଧୁ ଦେବଗଡ ଆଦର୍ଶ ଥାନାରେ ତତ୍କାଳୀନ ପୌର ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ନିର୍ବାହୀ ଅଧିକାରୀ ଅତସୀ ପରିଡା, ଆକାଉଣ୍ଟାଣ୍ଟ ବିନୋଦ ନାଗ ଓ ହେଡକ୍ଲର୍କ ଅଶ୍ବିନୀ ବେହେରାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏହି ଘଟଣା ନେଇ ପୌର ପରିଷଦର ନବନିର୍ବାଚିତ ବିଜେପି କାଉନସିଲରମାନେ ଏସପିଙ୍କୁ ଭେଟି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ ।

ତଦନ୍ତ ସମୟରେ ଅବସରପ୍ରାପ୍ତ କର୍ମଚାରୀ ଜଗବନ୍ଧୁ ମୁଣ୍ଡାଙ୍କ ଅବସରକାଳୀନ ବିଭିନ୍ନ ବକେୟା ଟଙ୍କାକୁ ଆକାଉଣ୍ଟାଣ୍ଟ ବିନୋଦ ଅନ୍ୟ ଦୁଇଜଣ ଭୁବନ ମୋହନ ନାଏକ ଓ ଅମୃତି ସାହୁଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ପଠାଇ ଦିଆଯାଇଥିବା ଜଣା ପଡିଥିଲା । ନବନିର୍ବାଚିତ ପ୍ରତିନିଧି ମାନେ ଏହି ଘଟଣାରେ ବଡ ଧରଣର ଦୂର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ତିନିଜଣ ଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବିନୋଦ ନାଗ ବର୍ତ୍ତମାନ ମଧ୍ୟ ଫେରାର ଅଛନ୍ତି।

Related posts

ରାତିରେ କଳାକନା ବୁଲାଇଦେଲେ ଲୁଟେରା

Odisha Halchal

ଭିଜିଲାନ୍ସ ପଞ୍ଝାରେ ପ୍ରାଣୀଧନ ନିରୀକ୍ଷକ, ଏକାସାଙ୍ଗେ ୯ଟି ସ୍ଥାନରେ ଚାଲିଛି ଚଢାଉ

Odisha Halchal

ମାର୍ଚ୍ଚ ୩୧ ପୁର୍ବରୁ ବସିବ ବିଧାନସଭା ଅଧିବେଶନ, ରାଜ୍ୟପାଳଙ୍କ ଅନୁମୋଦନକୁ ଅପେକ୍ଷା

Odisha Halchal

Leave a Comment