27.1 C
Bhubaneswar
Wednesday, September 29, 2021
No menu items!
Home ମୁଖ୍ୟ ଖବର ଅପରାଧ ପୋଖରୀରେ ନବଜାତ ଶିଶୁର ଭାସୁଛି ମୃତଦେହ

ପୋଖରୀରେ ନବଜାତ ଶିଶୁର ଭାସୁଛି ମୃତଦେହ

ଭଦ୍ରକ :-୦୨/୦୬/୨୧( ରିପୋର୍ଟ -କମଳାକାନ୍ତ ପରିଡା) ଗୋଟେ ଅନ୍ତସତ୍ୱା ମା କିପରି ଏମିତି ହୋଇପାରେ । ନିଜ ହାତରେ ନିଜ ପିଲାକୁ ନଷ୍ଟ କରିପାରେ । ଜନ୍ମ ହେଲା ପିଲାଟି ନୂଆ ଦୁନିୟା ଦେଖୁ ଦେଖୁ କେମିତି ଏମିତି ଗୋଟେ ମଣିଷ କରିପାରେ ।
ପୋଖରୀରେ ନବଜାତ ଶିଶୁର ଭାସୁଛି ମୃତଦେହ । ଭଦ୍ରକ ଜିଲ୍ଲା ଭାଣ୍ଡରିପୋଖରୀ ଥାନା ବୟାବନାପୁର ପଞ୍ଚାୟତର ହଳଦିଗଢିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗ୍ରାମର ବୈକୁଣ୍ଠ ଖଣ୍ଡାଇ ଆଜି ସକାଳ ୭ଟା ସମୟରେ ବାରି ପଛ ପରିତ୍ୟକ୍ତ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ମୃତ ଶିଶୁ ପୁତ୍ର ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମ ବାସୀଙ୍କୁ ଜଣାଇବା ପରେ ଗ୍ରାମବାସୀ ମାନେ ଦେଖିଥିଲେ। ତେବେ ଶିଶୁର ନାଭି ମଧ୍ୟ କଟାଯାଇ ନଥିବା ଦେଖିବା ପାଇଁ ମିଳିଛି । ଗାଁର ଏକ ପୋଖରୀରେ ଶିଶୁକୁ କେହି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।

ଶିଶୁଟି ପୁଅ କିମ୍ବା ଝିଅ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ସ୍ଥାନୀୟ ଲୋକ ଶିଶୁକୁ ପୋଖରୀ ମଝିକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକେ ଶିଶୁର ମୃତଦେହ ପୋଖରୀରେ ଭାସୁଥିବା ଦେଖି ଭାଣ୍ଡରିପୋଖରୀ ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଲ୍ୟାଣ୍ଡଫଲ କଲା ବାତ୍ୟା“ଗୁଲାବ” ତିନି ଘଣ୍ଟା ଧରି ଚାଲିବ ପ୍ରକ୍ରୀୟା

ଆନ୍ଧ୍ରପ୍ରଦେଶର କାଲିଙ୍ଗପାଟନମ୍ ଏବଂ ଓଡିଶାର ଗୋପାଳପୁର ମଧ୍ୟରେ ବାତ୍ୟା “ଗୁଲାବ” ଲ୍ୟାଣ୍ଡଫଲ ପ୍ରକ୍ରୀୟା ଆରମ୍ଭ କରିଛି। ଏହି ଅବତରଣ ପ୍ରକ୍ରିୟା ତିନି ଘଣ୍ଟା ଧରି ଚାଲିବ ବୋଲି ଭାରତ ପାଣିପାଗ ବିଭାଗ ଡିଜି...

ଗୁଣିଗାରେଡ଼ି ସନ୍ଦେହରେ ଗଲା କାଟି ହତ୍ୟା

ମାଲକାନଗିରି 🙁 ରିପୋର୍ଟ- କ୍ରିଷ୍ଣପଦୋ ରାୟ) କାଲିମେଳା ବ୍ଲକ ଅନ୍ତର୍ଗତ ଏମ:ଭି ୭୯ ଥାନା ଅଧିନସ୍ଥ କୋଟମେଟଲା ଗ୍ରାମ ରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ସୁବା...

ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ଅଗ୍ରସର

ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି । ଏହା ଗୋପାଳପୁର ଠାରୁ ରିପୋର୍ଟ ଲେଖାଯିବା ବେଳକୁ ୩୧୦ କିମି ଦୂରରେ ରହିଛି । ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର...

ରାଜ୍ୟ ସ୍ତରୀୟ ମାଟିଲଗ୍ନା ଛାତ୍ର ମେଧା ସମ୍ମାନ

ମାଲକାନଗିରି :-(ରିପୋର୍ଟ- କ୍ରିଷ୍ଣପଦୋ ରାୟ)ମାଆ, ମାତୃଭୂମି ଓ ମାତୃଭାଷାର ସୁରକ୍ଷା ପାଇଁ ଗତ ଏକ ବର୍ଷ ଧରି ଓଡ଼ିଶାର ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡିଥିବା ମାଟିଲଗ୍ନା ସାହିତ୍ୟ...

Recent Comments