ଖେଳଦେଶ ବିଦେଶନ୍ୟୁଜ୍

ପେସ୍‌ଙ୍କ ସହ କୋର୍ଟ ମ୍ୟାରେଜ୍‌ କରିବେ କିମ୍‌

ପେସ୍‌ଙ୍କ ସହ କୋର୍ଟ ମ୍ୟାରେଜ୍‌ କରିବେ କିମ୍‌

ଖୁବ୍‌ଶୀଘ୍ର ଟେନିସ୍‌ ତାରକା ଲିଆଣ୍ଡର ପେସ୍‌ଙ୍କ ହାତ ଧରିବେ ଅଭିନେତ୍ରୀ କିମ୍‌ ଶର୍ମା। ଉଭୟଙ୍କ ବାଜିବ ଶାହାନାଇ। ତେବେ ଅନ୍ୟ ସେଲେବ୍ରିଟିଙ୍କ ଭଳି ଏମାନଙ୍କ ବିବାହ କୌଣସି ଗ୍ରାଣ୍ଡ ୱେଣ୍ଡିଂ ହେବ ନାହିଁ। ଉଭୟ କୋର୍ଟ ମ୍ୟାରେଜ୍‌ କରିବାକୁ ଯୋଜନା କରିଛନ୍ତି।
କିମ୍‌ ଓ ଲିଆଣ୍ଡରଙ୍କ ପ୍ରେମ ସମ୍ପର୍କ ବିଷୟରେ ଏବେ କାହାକୁ ଆଉ ଅଛପା ନାହିଁ। ଦିନକୁ ଦିନ ଦୁହିଁଙ୍କ ପ୍ରେମ ଆହୁରି ନିବିଡ ହେବାରେ ଲାଗିଛି। ସୋଶାଲ ମିଡିଆରେ ଉଭୟ ଅନେକ ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ଏହି ଦମ୍ପତି ଖୋଲାଖୋଲି ଭାବେ ନିଜ ପ୍ରେମକୁ ପ୍ରକାଶ କରିଛନ୍ତି। ଏବେ ଉଭୟଙ୍କ ଏହି ପ୍ରେମ ସମ୍ପର୍କଙ୍କୁ ପରିବାର ଲୋକଙ୍କ ପକ୍ଷରୁ ମଧ୍ୟ ଗ୍ରୀନ୍‌ ସିଗ୍‌ନାଲ ମିଳିଛି। ଉଭୟଙ୍କ ପରିବାର ତରଫରୁ କିମ୍‌ ଓ ଲିଆଣ୍ଡରଙ୍କୁ ବିବାହ ପାଇଁ ମଞ୍ଜୁରୀ ମିଳିଥିବା ସୂଚନା ରହିଛି। ତେଣୁ ଏଦୁହେଁ ଖୁବ୍‌ ଗୁଡ୍‌ ନ୍ୟୁଜ୍‌ ଦେଇପାରିନ୍ତି ବୋଲି ଚର୍ଚ୍ଚା ହେଉଛି।

ପିଙ୍କ ଭିଲ୍ଲାର ରିପୋର୍ଟ ଅନୁଯାୟୀ କିମ୍‌ ଓ ଲିଆଣ୍ଡର ନିଜ ସମ୍ପର୍କକୁ ନୂଆ ନାଁ ଦେବାକୁ ଚାହୁଁଛନ୍ତି। ଦୀର୍ଘ ବର୍ଷ ଡେଟ୍‌ କରିବା ପରେ ଏବେ ସ୍ୱାମୀ-ସ୍ତ୍ରୀ ହେବାକୁ ଯାଉଛନ୍ତି ଏମାନେ। ନୂଆ ସମ୍ପର୍କ ପାଇଁ କିମ୍ ଶର୍ମା ଏବଂ ଲିଆଣ୍ଡର୍ ପେସ୍‌ଙ୍କ ବାପା ମା’ଙ୍କ ନିକଟରେ ମୁମ୍ବାଇରେ ପରସ୍ପର ଭେଟଘାଟ ହୋଇଥିଲା।

କିମ୍‌ଙ୍କ ବାନ୍ଦ୍ରା ସ୍ଥିତ ଘରେ ଏହି ଦେଖାସାକ୍ଷାତ ହୋଇଥିଲା। ଏଥିରେ ଉଭୟ କୋର୍ଟ ମ୍ୟାରେଜ କରିବେ ବୋଲି ନିଷ୍ପତ୍ତି ହୋଇଛି ବୋଲି କୁହାଯାଇଛି। ତେବେ ଏହା ଆଗକୁ ସତ ହେଉଛି ନାଁ ମିଛ ତାହା ଜଣାପଡିବ। ତେବେ କିମ୍‌ ଓ ଲିଆଣ୍ଡରଙ୍କ ପରିବାର ଲୋକଙ୍କ ମଧ୍ୟରେ ଏହା ପ୍ରଥମ ଦେଖାସାକ୍ଷାତ ନଥିଲା। ଏହା ପୂର୍ବରୁ ମଧ୍ୟ ଗତବର୍ଷ ଡିସେମ୍ବର ଉଭୟ ପରିବାର କୋଲକାତାରେ ଦେଖାସାକ୍ଷାତ କରିଥିଲେ।
କିମ୍‌ ଓ ଲିଆଣ୍ଡରଙ୍କ ବିବାହକୁ ନେଇ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହିତ ଅଛନ୍ତି। କିମ୍‌ଙ୍କର ଏହାର ଦ୍ୱିତୀୟ ଓ ଲିଆଣ୍ଡରଙ୍କ ତୃତୀୟ ବିବାହ ହେବ। କିମ୍‌ ୨୦୧୦ ମସିହାରେ ଜଣେ ବ୍ୟସାୟୀ ଅଲ୍ଲି ପୁନଜାନିଙ୍କୁ ବିବାହ କରିଥିଲେ। ହେଲେ ବିବାହର ୬ ବର୍ଷ ପରେ ୨୦୧୬ରେ ଦୁହେଁ ଅଲଗା ହୋଇ ଯାଇଥିଲେ। କ୍ରିକେଟର ଯୁବରାଜ ସିଂହଙ୍କ ସହ ମଧ୍ୟ କିମ୍‌ଙ୍କ ସମ୍ପର୍କ ବେଶ୍‌ ଚର୍ଚ୍ଚାରେ ଥିଲା।

ସେହିପରି ଲିଆଣ୍ଡର ପ୍ରଥମେ ଅଭିନେତ୍ରୀ ମହିମା ଚୌଧୁରୀଙ୍କୁ ସହ ଡେଟିଂ କରିଥିଲେ ପରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଥିଲା। ପରେ ସଞ୍ଜୟ ଦତ୍ତଙ୍କ ପତ୍ନୀ ରିୟା ପିଲ୍ଲାଇଙ୍କୁ ମଧ୍ୟ ଡେଟିଂ କରିଥିଲେ ଲିଆଣ୍ଡର। ଉଭୟ ଲିଭ୍‌-ଇନ୍‌ରେ ମଧ୍ୟ ରହୁଥିଲେ। ଉଭୟଙ୍କ ୨୦୦୫ରେ ଗୋଟିଏ ଝିଅ ଜନ୍ମ ହୋଇଥିଲା।

Related posts

ଆଉ ୫ ଦିନ ପ୍ରଚଣ୍ଡ ତାତି, ରାଜ୍ୟରେ ହିଟ୍ ୱେଭ୍ ନେଇ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି

Odisha Halchal

ଅଫିସ୍‌ ଯିବା ବେଳେ ସ୍କୁଟିରୁ ଖସି ପଡ଼ିଲେ ଯୁବତୀ, ବସ୍‌ ଧକ୍କାରେ ଚାଲିଗଲା ଜୀବନ

Odisha Halchal

ବିଧାନସଭାରେ ଉଠିଲା ମାନସ ହତ୍ୟା ପ୍ରସଙ୍ଗ

Odisha Halchal

Leave a Comment