ଅପରାଧଓଡ଼ିଶା ଖବରନ୍ୟୁଜ୍

ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜେଲ୍‌ ଗଲେ ଫାଷ୍ଟଫୁଡ୍‌ ଦୋକାନୀ ସମେତ ୫ ଅଭିଯୁକ୍ତ

ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜେଲ୍‌ ଗଲେ ଫାଷ୍ଟଫୁଡ୍‌ ଦୋକାନୀ ସମେତ ୫ ଅଭିଯୁକ୍ତ

ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜେଲ୍‌ ଗଲେ ଫାଷ୍ଟଫୁଡ୍‌ ଦୋକାନୀ ସମେତ ୫ ଅଭିଯୁକ୍ତ  ଖବର ଅନୁଯାୟୀ, ଅନୁଗୁଳ ବଅଁରପାଳର ସାମ୍ବାଦିକ ରାଜେଶ ନାୟକ ଓ ତାଙ୍କର ୩ ଜଣ ବନ୍ଧୁ ପୁରୀ ବୁଲିବାକୁ ଆସିଥିଲେ । ଭିକ୍ଟୋରିଆ ହୋଟେଲ୍‌ ପାଶ୍ୱର୍ ଆନନ୍ଦ ମେଳା ଲଜ୍‌ରେ ସେମାନେ ରହିଥିଲେ । ଲଜ୍‌ ନିକଟରେ ରାହୁଲ୍‌ର ଏକ ଫାଷ୍ଟ୍‌ଫୁଡ୍‌ ଦୋକାନ ରହିଛି । ଲଜ୍‌କୁ ଯିବା ବେଳେ ସାମ୍ବାଦିକ ରାଜେଶଙ୍କୁ ଡାକିଥିଲା ରାହୁଲ୍‌ ।

ସେମାନେ କୁଆଡ଼େ ୧୦୦ ଟଙ୍କାର ତେଲରେ ଛଣା ଯାଇଥିବା ଚିଙ୍ଗୁଡ଼ି ଅର୍ଡର୍‌ କରିଥିଲେ ବୋଲି କହିଥିଲା । କିନ୍ତୁ ଏବେ ସେମାନେ ଲଜ୍‌କୁ ଆସୁଥିବା ଓ ଏହି ଅର୍ଡର୍‌ ଲଜ୍‌ରେ ରହୁଥିବା ଅନ୍ୟ କେହି କରିଥିବା କହିଥିଲେ ରାଜେଶ । ହେଲେ ଦୋକାନୀ ରାହୁଲ୍‌ ନଛୋଡବନ୍ଧା । ତୁମେ ଅର୍ଡର୍‌ ଦେଇଛ, ୧୦୦ ଟଙ୍କା ଦିଅ ବୋଲି ଜିଦ୍‌ ଧରିଥିଲେ । ସେପଟେ ଅର୍ଡର୍‌ କରିନାହୁଁ ମାନେ ଆମେ ଅଯଥାରେ ଟଙ୍କା ଦେଇ ପାରିବୁ ନାହିଁ ବୋଲି ମଧ୍ୟ ନିଜ ଜିଦ୍‌ରେ ଅଟଳ ରହିଥିଲେ ରାଜେଶ ।

ପ୍ରମେୟ’ ସାମ୍ବାଦିକ ବିକ୍ରମ କେଶରୀ ଆଚାର୍ଯ୍ୟଙ୍କୁ ଆକ୍ରମଣ କରି ହତ୍ୟା ଉଦ୍ୟମ ଘଟଣା । ଭିକ୍ଟୋରିଆ ହୋଟେଲ୍‌ ନିକଟରେ ମରଣାନ୍ତକ ଆକ୍ରମଣ କରି ବିକ୍ରମଙ୍କ ମୋବାଇଲ୍‌ ଓ ସୁନା ମୁଦି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏନେଇ ସମୁଦ୍ରକୂଳ ଥାନା ପୁଲିସ ଏକ ମାମଲା କରି ୫ଜଣଙ୍କୁ ଗିରଫ କରିଛି । ମାମଲାରେ ଆଉ ୩ ଜଣ ଏକ ବାଇକ ସହ ଫେରାର୍‌ ହୋଇଯାଇଛନ୍ତି ।

ତେବେ ଗିରଫ ଅଭିଯୁକ୍ତମାନେ ହେଲେ ରାହୁଲ ଦାସ (୨୩), ତା’ ଦାଦା କାଳନ୍ଦୀ ଚରଣ ଦାସ (୪୦), ଏସ୍‌.ରବି ରାଓ (୨୮), ଜି.ଶଙ୍କର ରାଓ (୨୧) ଓ ଡି.ସୁରେଶ ବେହେରା (୨୮) । ଏମାନେ ସମସ୍ତେ ଏହି ଥାନା ଅଧୀନ ବାଲିନୋଳିଆ ସାହିର ବୋଲି ଜଣାପଡିଛି । ସେହି ଅଞ୍ଚଳର ରାଜା ରାଓ ଏବଂ ତା’ର ଆଉ ୨ ଜଣ ସହଯୋଗୀଙ୍କୁ ପୁଲିସ ଖୋଜୁଛି ।

Related posts

କମେଣ୍ଟମରା ଘଟଣାକୁ ନେଇ ପିପିଲିରେ ଗୁଳିମାଡ

Odisha Halchal

ବନ୍ଧୁକ ଦେଖାଇ ୨ ଲକ୍ଷ ୭୭ ହଜାର ଟଙ୍କା ଲୁଟି ନେଲା ଲୁଟେରା

Odisha Halchal

ଜଳଛତ୍ର ଅବଢ଼ା ତୃଷାର୍ତ୍ତ ପଥିକମାନଙ୍କୁ ବଣ୍ଟନ

Odisha Halchal

Leave a Comment