ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ପୁଣି ଶିମିଳିପାଳ ଅଭୟାରଣ୍ୟରେ ଲାଗିଲା ନିଆଁ

ପୁଣି ଶିମିଳିପାଳ ଅଭୟାରଣ୍ୟରେ ଲାଗିଲା ନିଆଁ

ଗତବର୍ଷ ଭଳି ଏବର୍ଷ ବି ଠିକ୍ ଏହି ସମୟରେ ଶିମିଳିପାଳରେ ଲାଗିଛି ନିଆଁ । ଗତବର୍ଷ ମାର୍ଚ୍ଚରେ ଲାଗିଥିବା ନିଆଁ ପୁରା ଦେଶର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ୧୫ ଦିନରୁ ଉର୍ଦ୍ଧ୍ୱ ସମୟ ଧରି ଜଳୁଥିଲା ଜଙ୍ଗଲ ।

ଏବେ ମଧ୍ୟ ସମାନ ସ୍ଥିତି ପୁଣି ଦେହରିଛି । ପୁଣିଥରେ ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ସୂଚନା ଅନୂସାରେ ଉତ୍ତର ଶିମିଳିପାଳର ବଡୁଗୁଡିଆ, ତାଳବନ୍ଧ ରେଞ୍ଜରେ ନିଆଁ ଲାଗିଛି ।

୪ଟି ପଏଣ୍ଟରେ ଏହି ନିଆଁ ବ୍ୟାପିଥିବା ବେଳେ ଏବେ ନିଆଁ ଲିଭାଇବା ପାଇଁ ବନ ବିଭାଗର ଉଦ୍ୟମ ଜାରି ରହିଛି । ପୂର୍ବ ବର୍ଷ ଭଳି ଭୟଙ୍କର ଅଗ୍ନିକାଣ୍ଡ ସ୍ଥିତି ଏଡାଇବାକୁ ଏବେଠାରୁ ଆଲର୍ଟ ହୋଇପଡିଛି ବନ ବିଭାଗ ।

ନିଆଁ ଲାଗିଥିବା ସ୍ଥାନରେ ଜଙ୍ଗଲି ପଶୁ ପକ୍ଷୀଙ୍କୁ ଘଉଡାଯାଉଥିବା ବେଳେ ଏପର୍ଯ୍ୟନ୍ତ କୌଣସି ପଶୁଙ୍କ ମୃତ୍ୟୁ ସୂଚନା ଦିଆଯାଇନାହିଁ ।

ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ଘଟିଚାଲିଥିବା ବେଳେ ଏହା ପରିବେଶ ଉପରେ ଠିକ୍ ଏହିଭଳି ପ୍ରଭାବ ପକାଇ ଚାଲିଛି । ସାଧାରଣ ତାପମାତ୍ରା ଠାରୁ ଅଧିକ ତାପମାତ୍ରା ଅନୂଭୁତ ହେବା ଫଳରେ ବିଗତ ବର୍ଷ ବର୍ଷ ଧରି ଶିମିଳିପାଳରେ ନିଆଁ ଲାଗିଆସୁଛି ମାତ୍ର ପ୍ରତିବର୍ଷ ଏହାକୁ ଆୟତ କରାଯାଇ ପୁଣି ଚୁପ୍ ବସିପଡୁଛି ବନ ବିଭାଗ ।

ନିୟମିତ ଭାବରେ ଗଛ କଟା, ପାଣିପାଗର ହଠାତ୍ ପରିବର୍ତ୍ତନ ଏଭଳି ନିଆଁର ପ୍ରମୁଖ କାରଣ ପାଲଟିଥିବା ବେଳେ ଏବେ ବିପଦରେ ଶିମିଳିପାଳରେ ଥିବା ୫୫ ସ୍ୱତନ୍ତ୍ର ପ୍ରଜାତି ଜୀବ ।

Related posts

ଏପ୍ରିଲ୍‌ ୨୮ରୁ ଯୁକ୍ତ ୨ ପରୀକ୍ଷା, ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା

Odisha Halchal

ଗୋରୁ ବୋଝେଇ ଟ୍ରକକୁ ଜବତ କଲା ପୁଲିସ

Odisha Halchal

ଆଇପିଏଲ୍ ୨୦୨୩ ପାଇଁ ନିଲାମି ଆରମ୍ଭ

Odisha Halchal

Leave a Comment