ଅପରାଧଓଡ଼ିଶା ଖବରନ୍ୟୁଜ୍

ପୁଣି ଲାଗିଲା ମାଓ ପୋଷ୍ଟର

ପୁଣି ଲାଗିଲା ମାଓ ପୋଷ୍ଟର

ବୌଦ୍ଧ:-(ରିପୋର୍ଟ -ଆଶିଷ ବିହାରୀ ଠାକୁର)ରାସ୍ତା କଡ ବିଶ୍ରାମା ଗାରରେ ଲାଗିଛି ମାଓ ପୋଷ୍ଟର । ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ବରଡ଼ିପଦର ଛକରେ ଲାଗିଛି ଏହି ପୋଷ୍ଟର । ଗଂଜେଇ ଚାଷୀଙ୍କ ଉଦ୍ଧେଶ୍ୟଓ ଅସୁଥିବା ରାସ୍ତା କାମ ଆବାସ ଯୋଜନା ନିମ୍ନମାନର ଅର୍ଥ ଆତ୍ମସାତ କରିବା ସ୍କୁଲପିଲାଙ୍କ ପାଇଁ ଆସୁଥିବା ଯୋଜନାର ଅର୍ଥ ହଡପ ମାଓବାଦୀ ଙ୍କ ବିଷୟରେ ପୋଲିସ କୁ ଖବର ଦେବା ଭଳି ଅନେକେ ଏହି ପୋଷ୍ଟରଟି କେକେବିଏନ ଡିଭିଜନାଲ କମିଟୀ ଭକପା( ମାଓବାଦୀ) ନାଁରେ ଲଗାଯାଇଛି ।

ଆଜି ସକାଳୁ ଛକ ର ବିଶ୍ରାମଗାର ରେ ପୋଷ୍ଟରଟି ଲାଗିଥିବା ଜଣାପଡିବାପରେ ଛକରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ପ୍ରକୃତରେ ଏହି ପୋଷ୍ଟରଟି କୌଣସି ମାଓବାଦୀଙ୍କ ଦ୍ୱାରା କିମ୍ବା ଅନ୍ୟ କେହି ଲଗାଇଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଗତକଲି ମନମୁଣ୍ଡା ଥାନା ର ପାଣ୍ଡୀରପଡା ଛକରେ ଲାଗିଥିବା ବେଳେ ଗତବର୍ଷ ଜୁଲାଇ ମାସରେ କଂଟାମାଳ ଥାନା ଉମା ପଂଚାୟତରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ଗୁଳି ବିନିମୟ ହୋଇଥିଲା ।

ସେହିଭଳି ଗତ ଏକମାସ ତଳେ କଂଟାମାଳ ଏବଂ ବାଲିଗୁଡା ସୀମାନ୍ତରେ ମଧ୍ୟ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଏଣୁ ଆଜିର ଏହି ପୋଷ୍ଟର ଲାଗିବା ପରେ ଲୋକଙ୍କମନରେ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

Related posts

ମିଳିଲା ସଫଳତା,ଦୁଇ କୁଖ୍ୟାତ ଲୁଟେରାଙ୍କୁ ଗିରଫ

Odisha Halchal

ମହାନଗର ନିର୍ବାଚନ ପାଇଁ ପ୍ରସ୍ତୁତି

Odisha Halchal

ବୁଗୁଡ଼ା ବାନାଞ୍ଚଳ ପକ୍ଷରୁ ୧୧ ଖଣ୍ଡ ଆମ୍ବ ଗଣ୍ଡି ସହ ଟ୍ରାକ୍ଟର ଜବତ

Odisha Halchal

Leave a Comment