ଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ପୁଣି ଚର୍ଚ୍ଚାରେ ଅନୁଭବଙ୍କ ନୂଆ ଭିଡିଓ

ପୁଣି ଚର୍ଚ୍ଚାରେ ଅନୁଭବଙ୍କ ନୂଆ ଭିଡିଓ

ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍‌କ ସହ ବିବାଦକୁ ନେି ଦୀର୍ଘ ଦିନ ହେଲା ଚର୍ଚ୍ଚାରେ ରହିଛନ୍ତି ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଏବେ ପୁଣି ଏକ ଭିଡିଓକୁ ନେଇ ଚର୍ଚ୍ଚା ହୋଇଛି ।

୩୦ ମିନିଟ୍‌ର ଏକ ଭିଡିଓ ଜାରି କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଯେଉଁ ଭିଡିଓରେ ସେ ନିଜର ମନର କଥା କହିଛନ୍ତି । ବର୍ଷାଙ୍କୁ ସେ ଭଲ ପାଇ ବାହା ହୋଇଥିଲେ । ଆଉ ଏବେ ସେ ଭଲ ପାଇ ଭୁଲ୍ କରିଥିବା କଥା କହିଛନ୍ତି ।

ଅନୁଭବ କହିଛନ୍ତି ଯେ, ୨୦୦୮ ମସିହାରେ ସେ ବର୍ଷାଙ୍କୁ ଅଧିକ ଭଲ ପାଇଥିଲେ ଏବଂ ତାଙ୍କ ବିନା କାହା ବିଷୟରେ ଭାବି ନଥିଲେ । ମାତ୍ର ଏବେ ତାହା ଭୁଲ ହୋଇଛି । ଖାଲି ସେତିକି ନୁହେଁ ବାହାଘର ପାଇଁ ଉଭୟଙ୍କ ଘରେ ରାଜିନଥିଲେ ।

ସମସ୍ତଙ୍କ ବିରୋଧ ପରେ ବି ଉଭୟ ବାହା ହୋଇଥିଲେ । ତେବେ ବର୍ଷାର କୌଣସି ଏକ ବଡ ପାୱାର ତଳିତଳାନ୍ତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ।

Related posts

ଜେଲ ଗଲେ ଅତିରିକ୍ତ ଜିଲ୍ଲାପାଳ

Odisha Halchal

ଟାଟାକୁ ମିଳିଲା ଓଡ଼ିଶାର ଆଉ ଏକ ସରକାରୀ କମ୍ପାନୀ

Odisha Halchal

ଆଗାମୀ ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ

Odisha Halchal

Leave a Comment