ପୁଣି ଚମକିଲେ ନବରଙ୍ଗପୁର ଜିଲ୍ଲାର ଝିଅ

0
216
ପୁଣି ଚମକିଲେ ନବରଙ୍ଗପୁର ଜିଲ୍ଲାର ଝିଅ
ପୁଣି ଚମକିଲେ ନବରଙ୍ଗପୁର ଜିଲ୍ଲାର ଝିଅ

ନବରଙ୍ଗପୁର :-(ରିପୋର୍ଟ :-ପ୍ରଶାନ୍ତ କୁମାର ସାହୁ)ଉମରକୋଟର ବନିତା ଦାସ ପାଇଛନ୍ତି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର । ଏହି ଖବର ପ୍ରଚାରିତ ହେବା ପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଖୁସିର ଲହରୀ ଖେଳିଯାଇଛି।ଜାତୀୟ ବାଳିକା ଦିବସରେ କ୍ଷୁଦ୍ର ଗ୍ରହର ଆବିଷ୍କାରକ ବନିତା ଦାସ ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲରେ ବନିତାଙ୍କ ସହ କଥା ହୋଇଛନ୍ତି। ତାଙ୍କୁ ପୁରସ୍କାର ସ୍ବରୂପ ଏକ ଲକ୍ଷ ଟଙ୍କା ଓ ଇ-ପ୍ରମାଣପତ୍ର ପ୍ରଦାନ କରାଯାଇଛି।ଜାତୀୟ ଶିଶୁ ଦିବସ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ଚୁଆଲ ମାଧ୍ୟମରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଦେଶର ମୋଟ ୨୯ ଜଣ ଝିଅ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଛନ୍ତି । ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇବା ପାଇଁ ଯେଉଁ ମାନେ ଯୋଗ୍ୟ ବିବେଚିତ ହୋଇଥିଲେ । ଜିଲ୍ଲାପାଳ ଓ ବାଲ ପୁରସ୍କାର ପାଇଥିବା ବାଳିକା ଓ ତାଙ୍କ ପରିବାର ସହିତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here