27.1 C
Bhubaneswar
Wednesday, September 29, 2021
No menu items!
Home ଏକ୍ସକ୍ଲୁସିଭ୍ ଭିଡ଼ିଓ ପୁଞ୍ଜିପଥର ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ପୁଞ୍ଜିପଥର ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବଲାଙ୍ଗୀର :-(ରିପୋର୍ଟ – ପ୍ରମୋଦ କୁମାର ବେହେରା )କଣ୍ଟାବାଞ୍ଜି ରୁ ବଙ୍ଗୋମୁଣ୍ଡା ଯାଉଥିବା ୪୨ ନମ୍ବର ରାଜ୍ୟ ରାଜପଥ ପୁଞ୍ଜିପଥର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରକ ଚାପା ରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ମୃତକ ଜଣକ ହେଲେ କଣ୍ଟାବାଞ୍ଜି ଥାନା କୁକୁଡାହାଡ଼ ଗାଁର ବକ୍ତାବର ଯୁଗନିଆ । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ଥିବା ବେଳେ କଣ୍ଟାବାଞ୍ଜି ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଦେଇଛି । ମୃତ ବକ୍ତାବରଙ୍କ ସହ କୁକୁହାହାଡ଼ ଗାଁର ଭୀଷ୍ମ ନାମକ ଜଣେ ବ୍ୟକ୍ତି ଥିବା ବେଳେ ସେ ମଧ୍ୟ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟ ପକ୍ଷରେ ମୃତକଙ୍କ ପରିବାର ଲୋକ ଏବଂ ଗାଁ ଲୋକ କ୍ଷତି ପୂରଣ ଦାବି ନେଇ କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ୪୨ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି । କଣ୍ଟାବାଞ୍ଜି ପୋଲିସ ବୁଝାସୁଝା କରୁଥିବା ବେଳେ ଆନ୍ଦୋଳନକାରୀ ନିଜ ଜିଦ ରେ ଅଟଳ ରହି ରାସ୍ତା ରୋକ ଆନ୍ଦୋଳନ ଜାରି ରଖି ଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଲ୍ୟାଣ୍ଡଫଲ କଲା ବାତ୍ୟା“ଗୁଲାବ” ତିନି ଘଣ୍ଟା ଧରି ଚାଲିବ ପ୍ରକ୍ରୀୟା

ଆନ୍ଧ୍ରପ୍ରଦେଶର କାଲିଙ୍ଗପାଟନମ୍ ଏବଂ ଓଡିଶାର ଗୋପାଳପୁର ମଧ୍ୟରେ ବାତ୍ୟା “ଗୁଲାବ” ଲ୍ୟାଣ୍ଡଫଲ ପ୍ରକ୍ରୀୟା ଆରମ୍ଭ କରିଛି। ଏହି ଅବତରଣ ପ୍ରକ୍ରିୟା ତିନି ଘଣ୍ଟା ଧରି ଚାଲିବ ବୋଲି ଭାରତ ପାଣିପାଗ ବିଭାଗ ଡିଜି...

ଗୁଣିଗାରେଡ଼ି ସନ୍ଦେହରେ ଗଲା କାଟି ହତ୍ୟା

ମାଲକାନଗିରି 🙁 ରିପୋର୍ଟ- କ୍ରିଷ୍ଣପଦୋ ରାୟ) କାଲିମେଳା ବ୍ଲକ ଅନ୍ତର୍ଗତ ଏମ:ଭି ୭୯ ଥାନା ଅଧିନସ୍ଥ କୋଟମେଟଲା ଗ୍ରାମ ରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ସୁବା...

ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ଅଗ୍ରସର

ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି । ଏହା ଗୋପାଳପୁର ଠାରୁ ରିପୋର୍ଟ ଲେଖାଯିବା ବେଳକୁ ୩୧୦ କିମି ଦୂରରେ ରହିଛି । ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର...

ରାଜ୍ୟ ସ୍ତରୀୟ ମାଟିଲଗ୍ନା ଛାତ୍ର ମେଧା ସମ୍ମାନ

ମାଲକାନଗିରି :-(ରିପୋର୍ଟ- କ୍ରିଷ୍ଣପଦୋ ରାୟ)ମାଆ, ମାତୃଭୂମି ଓ ମାତୃଭାଷାର ସୁରକ୍ଷା ପାଇଁ ଗତ ଏକ ବର୍ଷ ଧରି ଓଡ଼ିଶାର ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡିଥିବା ମାଟିଲଗ୍ନା ସାହିତ୍ୟ...

Recent Comments