Tuesday, October 4, 2022
Homeଓଡ଼ିଶା ଖବରପିକ୍ଅପ ଭେନ ଓଲଟି ଦୁଇ ମୃତ ଦୁଇ ଗୁରୁତର

ପିକ୍ଅପ ଭେନ ଓଲଟି ଦୁଇ ମୃତ ଦୁଇ ଗୁରୁତର

ମାଲକାନଗିରି:- ୨୯/୦୪/୨୦୨୨ (ରିପୋର୍ଟ-କ୍ରିଷ୍ଣପଦୋ ରାୟ) ବର୍ତ୍ତମାନ ର ଗୁରୁତ୍ଵପୂର୍ଣ୍ଣ ଖବର ଯାହା ମାଲକାନଗିରି ରୁ ଆସି ପହଞ୍ଚିଛି। ମୋଟାମୋଟି ଭାବରେ ଏକ ଦୁଃଖଦ ଖବର।

ଗୋଟିଏ ପିକ୍ଅପ ଭେନ ଯୋଗେ ସାତ ଜଣ ଯାତ୍ରୀ ବସିଯାତ୍ରା କରିଥିବା ସମୟରେ ଗାଡ଼ି ଟି ଏକ ମଟରସାଇକେଲ କୁ ସାଇଟ୍ ଦେବାକୁ ଯାଇ ଭାରସାମ୍ୟ ହରାଇ ପାଲଟି ହୋଇଛି।ତେବେ ଦୁର୍ଭାଗ୍ୟ ଜନକ ଏହି ଘଟଣା,ମାଲକାନଗିରି ଜିଲ୍ଲା ଭେଜେଙ୍ଗିୱଡ଼ା ନିକଟସ୍ଥ ବଦିଲିଗୁଡ଼ା ଗ୍ରାମ ଠାରେ ପିକପି ଭେନ ଓଲଟି 4 ଜଣ ଗୁରୁତର ଆହତ ହୋଇଥିବା ବେଳେ,ଆହତଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ତେବେ, ସେଥିମଧ୍ୟରୁ ଡକ୍ଟର ଦୁଇ ଜଣଙ୍କୁ ମୃତ

ଘୋଷଣା କରିଥିବା ବେଳେ,ଅନ୍ୟ ଦୁଇ ଜଣ ଗୁରୁତର ଆହତ ଅବସ୍ଥାରେ ଅନ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ସୂଚନା ମୁତାବକ କେନ୍ଦୁ ପତ୍ର ଅନଲୋଡ଼ କରି ଗାଡ଼ିଟି ଫେରୁଥିବା ସମୟରେ ଦ୍ରୁତ ଗତିର ଶୀକାର ହୋଇ ଭାରସମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର