Friday, October 7, 2022
Homeଅପରାଧପିଉସୀ ଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ କଲା ମଦ୍ୟପ ପୁତୁରା

ପିଉସୀ ଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ କଲା ମଦ୍ୟପ ପୁତୁରା

ନବରଙ୍ଗପୁର:-(ରିପୋର୍ଟ -ପ୍ରଶାନ୍ତ କୁମାର ସାହୁ)ପିଉସୀ ଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ କଲା ମଦ୍ୟପ ପୁତୁରା। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଢ଼ା ପଂଚାୟତ ଗୁଛାଗୁଡ଼ା ଗ୍ରାମରେ । ମଦ୍ୟପ ପିଉସୀ ଶାନ୍ତିବାଇ ଗଣ୍ଡ ଙ୍କୁ ମଦ୍ୟପ ପୁତୁରା ଲଳିତ ଗଣ୍ଡ ନଡ଼ା ପକେଇ ନିଆ ଲଗେଇ ହତ୍ୟା ଉଦ୍ୟମ କରିଛି ।

ଗୁରୁତର ଅବସ୍ତାରେ ଅର୍ଦ୍ଧଦଗ୍ଦ୍ ଶାନ୍ତିବାଈ ଙ୍କୁ ସ୍ଥାନୀୟ ସମିତି ସଭ୍ୟ ଶଙ୍କର ଗଣ୍ଡ ଉଦ୍ଧାର କରି ପ୍ରଥମେ ରାଇଘର ପ୍ରାଥମିକ ଚିକିତ୍ସାଳୟ ରେ ଭର୍ତ୍ତି କରାଇ ଥିଲେ, ପରେ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଥିଲା। ମଦ୍ୟପ ଲଳିତ ଙ୍କୁ ରାଇଘର ଥାନାରେ ଅଟକ ରଖାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଶାନ୍ତିବାଇ ଗଣ୍ଡ ସକାଳୁ ମଦ ପିଇ ଘର ଠାରୁ ଅଧା କିଲୋମିଟର୍ ଦୁର ନିଜ ଦୋକାନ କୁ ଯାଇଥିଲେ ।

କିନ୍ତୁ ଅତ୍ୟଧିକ ମଦ ପାଇଥିବାରୁ ସେ ଦୋକାନ ରୁ ଘରକୁ ଫେରିବା ସମୟ ରେ ଅଧା ବାଟ ରେ ଶୋଇ ପଡ଼ିଥିଲେ । ଏହି ସମୟ ରେ ମଦ୍ୟପ ପୁତୁରା ସେହି ବାଟ ଦେଇ ଫେରୁଥିଲା। ଏହି ସମୟ ରେ ପିଉସୀ ସୋଇଥିବା ଦେଖି ତାଙ୍କ ଉପରେ ପାଳ ନଡ଼ା ପକାଇ ନିଆଁ ଲଗାଇଦେଲା । ବର୍ତମାନ ଶାନ୍ତି ବାଇ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ଅଛନ୍ତି । ଲଳିତ ଙ୍କୁ ରାଇଘର ପୋଲିସ୍ ଅଟକ ରଖି ଅଧିକ ତଦନ୍ତ କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର