19 C
Bhubaneswar
Friday, December 4, 2020
No menu items!
Home ଏକ୍ସକ୍ଲୁସିଭ୍ ଭିଡ଼ିଓ ପାଣି ପାଇ ଡହଳ ବିକଳ ବିଜାପୁରୁ ଵାସିନ୍ଦା

ପାଣି ପାଇ ଡହଳ ବିକଳ ବିଜାପୁରୁ ଵାସିନ୍ଦା

ରାୟଗଡା:-13/10/20(ରିପୋର୍ଟ-ପ୍ରସାଦ ସାହୁକାର) ଚନ୍ଦ୍ରପୁରୁ ବ୍ଳକ ବିଜେପୁର ଗ୍ରାମ ପଞ୍ଚାୟତ ରାଜ୍ୟସରକାର ପିଇବା ପାଣି ସମସ୍ୟା ଉପରେ ଗୁରୁତ୍ବ ଦେଇ ଘରେ ଘରେ ପାଣି ଯୋଗାଣ କରି ସମସ୍ୟା ଦୂରକରିବାକୁ କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି। ହେଲେ ସରକାରୀ ବାବୁ ମାନେ ଏଥିରୁ ଫାଇଦାମାରି ଲୋକଙ୍କ ପାଣି ସମସ୍ୟା ଦୂର କରିବାରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି , ଯାହାକି ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଲୋକହିତକର ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ତାର ଜ୍ଵଳନ୍ତ ଉଦାହରଣ ରାୟଗଡା ଜିଲ୍ଲାର ମାଓପ୍ରବଣ ତଥା ଅଶିକ୍ଷିତ ପଛୁଆ ଅଞ୍ଚଳ ଭାବେ ପରିଚିତ ଚନ୍ଦ୍ରପୁରୁ ବ୍ଲକ ର ଵିଜାପୁରୁ ପଞ୍ଚାୟତ ସଦର ମହକୁମା।

ଏଠାରେ ପ୍ରାୟ ଦୁଇ ବର୍ଷ ହେବ ପାଣି ସମସ୍ୟା ଦୂରକରିବାକୁ ରାଜ୍ୟ ସରକାର ପଞ୍ଚାୟତ ରାଜ ବିଭାଗର ବସୁନ୍ଧରା ଯୋଜନା ରେ ଓଭରହେଡ ଟାଙ୍କି ଏବଂ ଆଇଟିଡିଏ ତରଫରୁ DMFଯୋଜନାରେ ଅନ୍ୟ ଏକପାଣି ଟାଙ୍କି 2017-18 ମସିହାରେ ଆଇଟିଡିଏ ର ପ୍ରାୟ 23 ଲକ୍ଷ ଟଙ୍କା ଓ ପଞ୍ଚାୟତ ରାଜ ଵିଭାଗର ପ୍ରାୟ 40/50 ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଣି ଯୋଗାଣ ହୋଇପାରିଲା ନାହିଁ।

ଏହି ପାଣି ଘରକୁ ଘର ଯୋଗାଇ ଦେବାପାଇଁ ସମସ୍ତଙ୍କ ଠାରୁ ଆଧାର କାର୍ଡ଼ ମଧ୍ୟ ନିଆଯାଇଛି, ହେଲେ ମହିଳା ମାନେ ଆଶା ବାନ୍ଧିଥିଲେ ନାଳରୁ ପାଣି ଵୋହିବା କଷ୍ଟରୁ ରକ୍ଷା ମିଳିବ ଏବଂ ପାଣି ସମସ୍ୟା ଦୂର ହୋଇଯିବ, କିନ୍ତୁ ଏହି ଦୁର୍ନୀତି ଖୋର ଵିଭାଗୀୟୟ ଯନ୍ତୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ମହିଳା ମାନଙ୍କ ଆଶା ଆଶାରେହି ରହିଗଲା ତେଣୁ ଯେଉଁ ତିମିରକୁ ସେହି ତିମିର।ଏନେଇ ବିଭାଗିୟ ଅଧିକାରୀଙ୍କୁ ସ୍ଥାନୀୟ ଲୋକମାନେ ପଚାରିବାରୁ ଦୁଇ ବିଭାଗର ଅଧିକାରୀ ମାନେ ସନ୍ତୋଷ ଜନକ ଉତ୍ତର ନଦେଇ ଆଉ କିଛି କାମ ବାକି ଅଛି କହି ଟାଙ୍କି ଦ୍ଵୟର ବିଲ୍ ଠି କାଦାର ଉଠାଇ ନେଇଥିବା ବେଳେ ଅଧିକାରୀଙ୍କର ଆଜିପର୍ଯନ୍ତ ଦେଖା ନଥିବା ବେଳେ ପରିତ୍ୟକ୍ତ ଅବସ୍ଥାରେ ପାଣି ଟାଙ୍କି ଦ୍ବୟ ଛିଡାହୋଇଛି ।

ଏହି ଗ୍ରାମର ଲୋକଙ୍କ ଅଭିଯୋଗ ପାଇ ଆମର ଏକ ସାମ୍ବାଦିକ ଟିମ୍ ପହଞ୍ଚି ଥିଲେ ବିଜାପୁରୁ ଗ୍ରାମରେ ।ସେଠାରେ ସମବେତ ପୁରୁଷ ଓ ମହିଳାମାନେ
ପାଣି ସମସ୍ୟା ବଖାଣିବା ସହ ସରକାରୀ ବାଵୁ ମାନେ ପାଣି ଟାଙ୍କି ଦୁର୍ନିତିରେ ଵୁଡି ରହି ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାର ପ୍ରୟାସ ଵୋଲି ଉପସ୍ଥିତ ମହିଳା ସଞ୍ଜୁକ୍ତା ସାହୁ, ସତ୍ୟଭାମା ପୂଜାରୀ, କନ୍ଧୁଣୀ ରାଉତ, ନମୀତା ଦଣ୍ଡସେନା, ଵିମଳା ନାଲା, ସରସ୍ଵତୀ ବେରଦଳ ଇ ରୀତା ମାଦଳା, ସୁବ୍ରତ ପ୍ରଧାନୀ ଜଗନ୍ନାଥ ପାତ୍ର, ଚନ୍ଦ୍ରଶେଖର ଦଣ୍ଡସେନା, ବାବୁଲା ଵେରଦଳେଇ ପ୍ରମୁଖ ଅଭିଯୋଗ କରିଥିଲେ। ଏନେଇ ଗଣପ୍ରତିନିଧି ଫୋନ ଯୋଗେ ଵିଭାଗୀୟ ଯନ୍ତ୍ରୀଙ୍କ ସହିତ ଯୋଗା ଯୋଗ କରିବାରୁ ଆଇଟିଡିଏ ଯନ୍ତ୍ରୀ କହିଥିଲେ ଆହୁରି କିଛି କାମ ବାକି ଅଛି ଏବଂ କରେଣ୍ଟ ମଧ୍ୟ ନାହିଁ ସେଥି ପାଇଁ ପାଣି ଯାଇପାରିନାହି ଵୋଲି ସଫେଇ ଦେଇଛନ୍ତି। ସେହିପରି ଆର୍ ଡବ୍ଲୁ ଏସ୍ ଏସ୍ ର ଯନ୍ତ୍ରୀ କୁହନ୍ତି ବୋର ଫେଲ ହୋଇଯିବାରୁ ପାଣି ଯୋଗାଣ ହୋଇପାରି ନାହିଁ।

ଏଠାରେ ସାଧାରଣରେ ପ୍ରଶ୍ନ ଉଠେ ଯଦି ଆଗ ଵୋର ଖୋଳା ଫେଲ୍ ହୋଇ ପାଣି ବାହାରିଲା ନାହିଁ ତେଵେ କାହା ସ୍ବାର୍ଥରେ ଫେଲ ଵୋର ପରେ ନାମକୁ ମାତ୍ର ନିମ୍ନମାନର ଓଭର ହେଡ ଟାଙ୍କି କରି ରଙ୍ଗ ମାରୀ କାଗଜ କଲମରେ ସଵୁ ଠିକ୍ ଦର୍ଶାଇ ପ୍ରାୟ ପଚାଶ ଲକ୍ଷ ଟଙ୍କା ସରକାରଙ୍କର ଏକ ପ୍ରକାରେ ପାଣିରେ ପଡିବା କହିଲେ ଅତ୍ୟୁକ୍ତି ହେବ ନାହିଁ।ସେହିପରି ବୁଡୁବାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ନେହୁରୁପଙ୍ଗା ଗ୍ରାମରେ ମଧ୍ୟ ଓଭରହେଡ ଟାଙ୍କି ଅଵସ୍ଥା ଏକାପରି ହୋଇଛି, ସେନେଇ ଆଗରୁ ବହୁ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା ଏହି ବିଭାଗରେ ଚନ୍ଦ୍ରପୁରୁ ଵ୍ଲକ ଓ ମୁନିଗୁଡା ଵ୍ଲକରେ ଵହୁ ଯାଗାରେ ଏପରି ଅବସ୍ଥା ହୋଇଛି।ଯାହାକି ନିଜ ସ୍ଵାର୍ଥ ହାସଲ ପାଇଁ ଏପରି ସୁଷ୍କ ପାଣି ଟାଙ୍କି ନିର୍ମାଣ ହେଉଛି ଏବଂ ଠିକାଦାରଙ୍କ ମର୍ସିରେ ପାଣି ଟାଙ୍କି ନିର୍ମାଣ ହୁଏ ସେଠାକୁ କାମ ଦେଖିବାକୁ ଅଧିକାରୀଙ୍କ ପାଦ ପଡେ ନାହିଁ।

କେଵଳ ସେତିକି ନୁହେଁ ବର୍ତମାନର କନିଷ୍ଠ ଯନ୍ତ୍ରୀ ଦୀର୍ଘ ଦିନ ହେବ ଵିଷମକଟକ ବ୍ଲକ ରେ ଥାଇ ଚନ୍ଦ୍ରପୁରୁ ବ୍ଲକ ଦାୟିତ୍ବ ନେବାଦିନୁ ଏପରି ଅନିୟମିତ ଦୁର୍ନୀତି କରିଚାଲୁଥିଲେ ମଧ୍ୟ ନେତାଙ୍କ ବାହୁ ଛାୟା ତଳେ ରହି ଆଖି ବୁଜା ଅନୀୟମିତ କରି କୋଟି ପତି ପାଲଟି ଥିବା ଅଭିଯୋଗ ହେଉଛି। ନିଜର ସମ୍ପର୍କୀୟ ଙ୍କ ମାଧ୍ୟମରେ ସ୍ଵଛ ଭାରତ ଯୋଜନାରେ ଵିଜାପୁରୁ ପଞ୍ଚାୟତର ଡେକାପଙ୍କାଳ, ବୁଲୁଗୁଡା, ଏପରି ପଞ୍ଚାୟତ ସାରା ତିନିଟି ରଙ୍ଗିନୀ ଟିଣା ପୋତି ପାଇଖାନା ଆକୃତି କରି ଲକ୍ଷ ଲକ୍ଷ ଟଙ୍କା ଗରୀଵ ଆଦିବାସୀ, ହରୀଜନଙ୍କ ପାଇଖାନା ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଆସୁଛି।

ଅପରପକ୍ଷରେ ଏହି ବ୍ଲକରେ ଆଇଟିଡିଏ ପକ୍ଷରୁ ଯେତେ ଡିଏମ୍ଏଫ୍ ଯୋଜନା, ସ୍ଵ ଜଳ ଧାରା, ଓ ଓଟିଏଲ୍ପି ରେ ହେଉଥିଵା ଜଳ ଯୋଗାଣ ଅଧିକାଙ୍ସ ଲୋକମାନଙ୍କ ହିତରେ ଆସୁନୀ କେବଳ ଟାଙ୍କି ଅଛି ଏବଂ ଗ୍ରାମକୁ ପାଇପ୍ ବିଛା ଯାଇ ଛି ହେଲେ ବର୍ଷ ବର୍ଷ ଧରି ପାଣି ଆସୁ ନାହିଁ। ଏଣୁ ଏହାର ସମାଧାନ କରି ଵିଜାପୁରୁକୁ କୌଣସି ପ୍ରକାର ପିଇବା ପାଣି ଯୋଗାଇ ଦେବା ସହ ପାଣି ଟା ଙ୍କି ନିର୍ମାଣଦୁର୍ନିତିରେ ଭିଜିଲାନ୍ସ ତଦନ୍ତ କରି ଲୋକଲୋଚନକୁ ଆଣିବାକୁ ଅଞ୍ଚଳଵାସୀ ଦାଵି କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Most Popular

ଶନିବାର ରାଶିଫଳ…

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ବ୍ୟବସାୟରେ ଉନ୍ନତି ଓ ବ୍ୟବସାୟ ସମ୍ପ୍ରସାରଣ କରିବାରେ ଧ୍ୟାନ ଦେବେ । ପରିବହନ ବ୍ୟବସାୟରେ ଆଜି ଅଧିକ ଆୟ...

୧୫ରେ ନୂଆ ଭୋଟର ତାଲିକା

ଭୁବନେଶ୍ୱର: ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଭୋଟ ପରିଚୟ ପତ୍ର ସଂଶୋଧନକୁ ନେଇ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ...

ପରୀ ହତ୍ୟା ଘଟଣା: ନୟାଗଡ଼ ଏସପିଙ୍କୁ ସମନ

ଭୁବନେଶ୍ୱର: ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ମାମଲାରେରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ନୟାଗଡ଼ ଏସପିଙ୍କୁ ସମନ କରିଥିବା ଜଣାଯାଇଛି। ସୂଚନା ଅନୁସାରେ, ପରୀ ହତ୍ୟାକାଣ୍ଡ ନେଇ ଏନସିପିସିଆର ନୟାଗଡ଼ ଏସପିଙ୍କ...

ସତ ମାନିଲେ ଆକାଶ

ଭୁବନେଶ୍ୱର: ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି। ଭିଜିଲାନ୍ସ ଜେରା କଲାବେଳେ ସତ ଓଗାଳିଛନ୍ତି ଆକାଶ। ଟାଟା...

Recent Comments