ଅପରାଧଓଡ଼ିଶା ଖବରନ୍ୟୁଜ୍

ପାଟ୍ରୋଲିଂ ବେଳେ ପୁଲିସ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ପାଟ୍ରୋଲିଂ ବେଳେ ପୁଲିସ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ପାଟ୍ରୋଲିଂ କରୁଥିବା ସମୟରେ ପୁଲିସ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଚିଙ୍ଗୁଡିପୁର ଛକ ନିକଟରେ। ମୃତକ ହେଲେ ଏସପିଓ ସୁଜିତ ପାଣ୍ଡବ। ତାଙ୍କ ଘର ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ। ତାଙ୍କୁ ୪୦ ବର୍ଷ ହୋଇଥିଲା।

ଆଜି ଭୋର ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଚିଙ୍ଗୁଡିପୁର ଛକ ନିକଟରେ ହଠାତ ରାସ୍ତା ଜାମ ହୋଇଯାଇଥିଲା। ଏହି ସମୟରେ ଜାତୀୟ ରାଜପଥରେ ପାଟ୍ରୋଲିଂ ଦାୟିତ୍ୱରେ ଥିବା ସୁଜିତ ରାସ୍ତା କ୍ଲିୟର କରୁଥିଲେ। ଏହି ସମୟରେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ତାଙ୍କ ଉପରେ ମାଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ହେଲେ କଟକ ନେବା ବାଟରେ ବଣଚଣା ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସୁଜିତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୁଲିସ ଜବତ କରିଛି। ଗାଡ଼ି ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିବା ସହ ଓ ଘଟଣାର ତଦନ୍ତ କରୁଛି।

Related posts

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ: ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ

Odisha Halchal

ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇଁ ଜନ ଜୀବନ ଅସ୍ତବ୍ୟସ୍ତ

Odisha Halchal

ଅତୁନୁ ସବ୍ୟସାଚୀଙ୍କ ଦିନିକିଆ ଗସ୍ତ

Odisha Halchal

Leave a Comment