19 C
Bhubaneswar
Friday, December 4, 2020
No menu items!
Home ମୁଖ୍ୟ ଖବର ଅପରାଧ ପାଟଣାଗଡ଼ରେ ଚାଞ୍ଚଲ୍ୟ: ଗୋଟେ ଘରୁ ୬ ଜଣ ପରିବାର ସଦସ୍ୟଙ୍କ ମୃତଦେହ ଉଦ୍ଧାର

ପାଟଣାଗଡ଼ରେ ଚାଞ୍ଚଲ୍ୟ: ଗୋଟେ ଘରୁ ୬ ଜଣ ପରିବାର ସଦସ୍ୟଙ୍କ ମୃତଦେହ ଉଦ୍ଧାର

ପାଟଣାଗଡ଼: ଘର ଭିତରୁ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତଦେହ ମିଳିଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସଅଁରାପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତଦେହ ଉପରେ କମ୍ବଳ ଘୋଡ଼ା ହୋଇଥିବା ଦେଖିବାକୁ ମିଳିଛି।

ମୃତକଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ, ୩ ପୁଅ ଏବଂ ଜଣେ ଝିଅ ଅଛନ୍ତି। ଘର ଭିତରେ କମ୍ବଳ ଘୋଡ଼ା ଅବସ୍ଥାରେ ପରିବାରର ୬ ଜଣଙ୍କ ସଦସ୍ୟ ପଡ଼ି ରହିଥିବା ନେଇ ସ୍ଥାନୀୟ ଲୋକ ପୋଲିସ୍‌କୁ ଖବର ଦେଇଥିଲେ।

ସମସ୍ତ ୬ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଅତିରିକ୍ତ ଏସ୍‌ପି ସ୍ପଷ୍ଟ କରିଛନ୍ତି। ତେବେ କେଉଁ କାରଣ ଯୋଗୁ ଏମାନଙ୍କର ମୃତ୍ୟୁ ଘଟିଲା ତାହା ଜଣାପଡ଼ିନାହିଁ। ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ପାଟଣାଗଡ଼ ବ୍ରହ୍ମପୁରା ସହରା ପଡା ରେ 10ବର୍ଷ ହେବ ଏଠି ରହି ଏମାନେ ମହୁ ବିକ୍ରି କରୁଥିଲେ ଏମାନେ ଛତିଶଗଡ଼ ରୁ ଆସି ମହୁ ବିକ୍ରି କରିଥିଲେ ଏମାନେ ମହୁ ବିକ୍ରି ସହ ଅନେକ ଅନୈ।ତିକ୍ କାର୍ଯ ରେ ଲିପ୍ତ ରହନ୍ତି, କାଲି ରାତ୍ରି ରେ ଏମାନେ ପାଟି ତୁଣ୍ଡ କରିବା ସହ ଝଗଡା କରୁଥିବା ପାଖ ଲୋକ ଶୁଣିଛନ୍ତି ଘର ଭିତରେ ମଦ ପାଉଚ୍ ସହ ଟାଙ୍ଗିଆ ପଡି ରହିଥିବା ଦେଖିବାକୁ ମିଳୁଛି ।ପରିବାର ର ମୁଖ୍ୟ ବୁଲୁ ଜନୀ ବୋଲି ଜଣା ପଡିଛି ସବୁ ମୃତ ଦେହ ରେ ଶୀତ ବସ୍ତ୍ର ଗୋଡ଼ାଇ ହୋଇଥିବା ବେଳେ ପୋଲିସ 6 ଜଣ ବୋଲି ସୂଚନା ଦେଉଛି ।ଘଟଣା ସ୍ଥଳରେ ଏଡିଶନାଲ୍ sp ତଦନ୍ତ କରୁଛନ୍ତି ଘର କୁ କଡ଼ନ୍ କରି ରଖାଯାଇଛି ।

ସାଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଥ୍ୟ ସଂଗ୍ରହ କରିବା ସହ ପୋଲିସ୍ ତଦନ୍ତ ଜାରି ରଖିଛନ୍ତି। ମୃତଦେହକୁ ତଦନ୍ତ କରିବ ଘଟଣା ବିଷୟରେ କେହି ଜାଣି ନ ଥିବା ବେଳେ ପୋଲିସତଦନ୍ତ ଚଳାଇଛି। ଅଧିକ ତଦନ୍ତ ପାଇଁ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ଏମ ସନ୍ଦୀପ ସମ୍ପଦ ମାଡେକର ଘଟଣା ସ୍ଥଳରେ ପହଂଚିଛନ୍ତି।

LEAVE A REPLY

Please enter your comment!
Please enter your name here

Most Popular

ଶନିବାର ରାଶିଫଳ…

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ବ୍ୟବସାୟରେ ଉନ୍ନତି ଓ ବ୍ୟବସାୟ ସମ୍ପ୍ରସାରଣ କରିବାରେ ଧ୍ୟାନ ଦେବେ । ପରିବହନ ବ୍ୟବସାୟରେ ଆଜି ଅଧିକ ଆୟ...

୧୫ରେ ନୂଆ ଭୋଟର ତାଲିକା

ଭୁବନେଶ୍ୱର: ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଭୋଟ ପରିଚୟ ପତ୍ର ସଂଶୋଧନକୁ ନେଇ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ...

ପରୀ ହତ୍ୟା ଘଟଣା: ନୟାଗଡ଼ ଏସପିଙ୍କୁ ସମନ

ଭୁବନେଶ୍ୱର: ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ମାମଲାରେରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ନୟାଗଡ଼ ଏସପିଙ୍କୁ ସମନ କରିଥିବା ଜଣାଯାଇଛି। ସୂଚନା ଅନୁସାରେ, ପରୀ ହତ୍ୟାକାଣ୍ଡ ନେଇ ଏନସିପିସିଆର ନୟାଗଡ଼ ଏସପିଙ୍କ...

ସତ ମାନିଲେ ଆକାଶ

ଭୁବନେଶ୍ୱର: ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି। ଭିଜିଲାନ୍ସ ଜେରା କଲାବେଳେ ସତ ଓଗାଳିଛନ୍ତି ଆକାଶ। ଟାଟା...

Recent Comments