ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ପଶ୍ଚିମ ଓଡ଼ିଶାକୁ ତ୍ରାହି ନାହିଁ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ପଶ୍ଚିମ ଓଡ଼ିଶାକୁ ତ୍ରାହି ନାହିଁ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ତତଲା କଡ଼େଇରେ ଛଟପଟ ହେଉଛନ୍ତି ପଶ୍ଚିମ ଓଡ଼ିଶା ବାସୀ। କଲବଲ କରୁଥିବା ତାତିରୁ ନିସ୍ତାର ପାଇଁ ଆଉଟୁପାଉଟୁ ହେଉଥିବା ବେଳେ ଏବେ ସେଥିରୁ ମିଳିବନି ତ୍ରାହି। ଆହୁରି ୨ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଉତ୍ତର-ପଶ୍ଚିମ/ପଶ୍ଚିମ ଦିଗରୁ ଆସୁଥିବା ଉତ୍ତପ୍ତ ଶୁଷ୍କ ବାୟୁ ପ୍ରଭାବରେ ପଶ୍ଚିମ ଓଡ଼ିଶାର ୭ଟି ସହରରେ ପାରଦ ୪୪ ଡିଗ୍ରୀ ଅତିକ୍ରମ କରିଛି। ଏହି ଉତ୍ତପ୍ତ ବାୟୁର ପ୍ରଭାବ ପଶ୍ଚିମ ଓଡ଼ିଶାରେ ଆଗାମୀ ୨ରୁ୩ ଦିନ ପର୍ଯ୍ୟନ୍ତ ରହିବ।

ଏଥିପାଇଁ ଆଗାମୀ ୨୪ ଘଣ୍ଟା ପାଇଁ ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି। ଆସନ୍ତାକାଲି ପାଇଁ ମଧ୍ୟ ଏହି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି- ସମ୍ବଲପୁର,ସୋନପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ଝାରସୁଗୁଡ଼ା ଓ କଳାହାଣ୍ଡି।

ଏହି ୮ଟି ଜିଲ୍ଲାବାସୀ ଆଜି ଦିନ ୧୧ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଯଥାସମ୍ଭବ ଯାତାୟତରୁ ନିବୃତ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।ଗତକାଲି ଟିଟିଲାଗଡ଼ର ତାପମାତ୍ରା ସର୍ବାଧିକ ୪୫.୨ ଡିଗ୍ରୀରେ ରେକର୍ଡ କରାଯାଇଥିଲା। ସେହିପରି ସମ୍ବଲପୁରର ତାପମାତ୍ରା ୪୪.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୪୪.୬, ବରଗଡ଼ରେ ୪୪, ବଲାଙ୍ଗିରରେ ୪୪.୩, ନୂଆପଡ଼ାରେ ୪୦, ବୌଦ୍ଧରେ ୪୩ ଓ ଝାରସୂଗୁଡ଼ାରେ ୪୪.୨ ଡିଗ୍ରୀ ରହିଥିଲା।

ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ସହର, ଯେମିତିକି- ଭବାନୀପାଟଣାରେ ଗତକାଲି ଦିନର ସର୍ବାଧିକ ତାପମାତ୍ରା ୪୪.୬ ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ରେ ୪୧ ଓ ହୀରାକୁଦରେ ୪୩.୬ ଡିଗ୍ରୀ ରହିଥିଲା।

Related posts

ଖଜୁରୀ ରସ କୁ ନେଇ ମହାଭାରତ

Odisha Halchal

ଗରିବ ଓ ଅସହାୟଙ୍କୁ କମ୍ବଳ ବାଣ୍ଟିଲା ବାଲିମେଳା ବିକାଶ ମଞ୍ଚ

Odisha Halchal

ଆରସି ସିଏଫ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର କର ଭବାନୀପାଟଣା ଙ୍କ ଗସ୍ତ

Odisha Halchal

Leave a Comment