29.1 C
Bhubaneswar
Saturday, October 16, 2021
No menu items!
Home ଏକ୍ସକ୍ଲୁସିଭ୍ ଭିଡ଼ିଓ ପରିସ୍ଥିତିରେ ଛନ୍ଦା ମା ଙ୍କ ମନ

ପରିସ୍ଥିତିରେ ଛନ୍ଦା ମା ଙ୍କ ମନ

କଳାହାଣ୍ଡି :-ପଶୁ ଠାରୁ ବି ବଳି ପଡ଼ୁଛି ଯନ୍ତ୍ରଣା।ଲୁହାବେଢ଼ି ରେ ବନ୍ଧା ପଡିଛି ମଣିଷ ଜୀବନ, ବେଢ଼ି କିଏ ଖୋଲିବ ଆଉ ଦୁଃଖ କିଏ ହରିବ ସେ ଦିନକୁ ଅପେକ୍ଷା କରିଛି ଜଣେ ନିରୀହ ମା । ।ଆଉ ସରକାରୀ ଯୋଜନା ସାତ ସପନ ହୋଇଛି।

କଳାହାଣ୍ଡି ଜିଲ୍ଲା ଜୟପଟଣା ବ୍ଳକ ଧନସୁଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭିତରପଣ୍ଡି ଗାଁ ଆଦିବାସୀ ଭାଇ ଭଉଣୀ ମଞ୍ଜୁରୀ ମାଝୀ(୨୮)ଓ ଲକୀ ମାଝୀ ଙ୍କର(୧୨)।ଛଅ ବର୍ଷ ହେଲା ମଞ୍ଜୁରୀ ଲୁହା ଶିକୁଳିରେ ବନ୍ଧା ପଡିଥିବା ବେଳେ ତାଙ୍କ ଭାଇ ଲକୀ ଜନ୍ମରୁ ବିକଳାଙ୍ଗ ଥିବା ବେଳେ ଅସହ୍ୟ ବେଦନା ରେ ଛଟପଟ ହେଉଛନ୍ତି।।ସୂଚନା ଅନୁଯାୟୀ ଧନସୁଳି ୧୧ନମ୍ବର ୱାର୍ଡ ଭିତର ପଣ୍ଡି ଗାଁ ରେ ମଞ୍ଜୁରୀ ଓ ତାଙ୍କ ଭାଇ ଲକୀ ଙ୍କ ଘର।ମା ସମ୍ବାରି ବାପା ସୁନ୍ଦର ସିଂ ଓ ତିନି ଭଉଣୀ ସହ ଲକୀ ଆଉ ମଞ୍ଜୁରୀ ଙ୍କୁ ନେଇ ୭ ପରିବାର।ଦୁଇ ଭଉଣୀ ଅବସ୍ଥା ଠିକ ଥିବା ବେଳେ ଭାଇ ଲକୀ (୧୨)ଜନ୍ମ ରୁ ବକଳାଙ୍ଗ।ତାଙ୍କ ଦୁଇ ଗୋଡ ମୋଡି ହୋଇରହିଥିବା ବେଳେ ଠିଆହୋଇ ପାରୁନାହାନ୍ତି କି କଥା ମଧ୍ୟ କହିପାରୁ ନାହାନ୍ତି ।

ଏମିତି ଜଙ୍ଗଲଜାତ ଦ୍ରବ୍ଯ ସଂଗହ କରି ନିକଟରେ ଥିବା ବଜାର ରେ ବିକ୍ରି ପରିବାର ଦୁଃଖ କଷ୍ଟ ରେ ଚାଲିଆସୁଥିଲେ । ୨୦୦୯ରେ ମଞ୍ଜୁରୀଙ୍କ ନିକଟ ଗାଁରେ ବିବାହ ହୋଇଥିବା ବେଳେ ସେଠାରେ ତିନି ଛୁଆ କୁ ଜନ୍ମ ଦେଇଥିଲେ। କିନ୍ତୁ କିଛି ଦିନ ପରେ ତାଙ୍କ ଠାରେ ମାନସିକ ବିକୃତି ଦେଖା ଦେଇଥିଲା।ତାଙ୍କ ସ୍ୱାମୀ ଏ ନେଇ କିଛି ଚିକିତ୍ସା ଅଳ୍ପ ବହୁତ କରିଥିଲେ ମଧ୍ୟ କୋଣସି ସୁଫଳ ମିଳିଲା ନାହିଁ।

ସେ ହଠାତ ଘରୁ ବାହାରକୁ ଆସି ଏଣେତେଣେ ଧାଇଁ ବୁଲିଲେ। ପରେ ମଞ୍ଜୁରୀଙ୍କୁ ତାଙ୍କ ସ୍ୱାମୀ ୨୦୧୪ ରେ ବାପା ଘରେ ଆଣି ଛାଡିଦେଲେ।ସେଦିନରୁ ମଞ୍ଜୁରୀଙ୍କୁ କୁଆଡେ ଚାଲିଯିବା ଭୟରେ ପରିବାର ଲୋକେ ଲୁହାକଡୀ ରେ ବାନ୍ଧି ରଖିଛନ୍ତି।।ବର୍ତ୍ତମାନ ବାପା ସୁନ୍ଦର ଙ୍କ ମୃତ୍ୟୁ ପରେ ଏବେ ବହୁ ଦୁଃଖ କଷ୍ଟ ରେ ମା ସମ୍ବାରିଓ ସାନ ଝିଅ ମିଶି ଲକୀ ଓ ମଞ୍ଜୁରୀ ପ୍ରତିପୋଷଣ କରି ରଖିଛନ୍ତି।

ଏମିତି ଦୀର୍ଘ ୬ ବର୍ଷ ବିତିଗଲାଣି।କିନ୍ତୁ ଲୁହାକଡୀ ରୁ ଏବେବି ମୁକ୍ତ ହୋଇପାରି ନାହାନ୍ତି ମଞ୍ଜୁରୀ ଓ ଦୁଃଖ ଦୂର ହୋଇପାରି ନାହିଁ ଲକୀ ଙ୍କର।ଅର୍ଥ ଅଭାଵ ରୁ ମା ସମ୍ବାରି ଚାହିଁ ବି ଦୁଇ ଭାଇ ଭଉଣୀ ଙ୍କ ପାଇଁ କିଛି କରିପାରୁ ନାହାନ୍ତି।ମନ ଭିତରେ ଅସହ୍ୟ କୋହ ଓ ଯନ୍ତ୍ରଣା।।ସରକାରୀ ସହାୟତା କହିଲେ ଲକୀ କୁ ମିଳୁଛି ମାସକୁ ଚାଉଳ ଓ ୫ଶହ ଟଙ୍କା ଭତ୍ତା।ଏତିକିରେ ଖାଇବେ କି ଖୁଆଇବେ ନା ଚିକିତ୍ସା କରିବେ କିଛି ଭାବିପାରୁ ନାହାନ୍ତି ସମ୍ବାରି।

ସରକାରୀ ଯୋଜନା ବିଷୟରେ ଅଜ୍ଞ ଥିବା ସମ୍ବାରି କିଛି କିଏ ସାହାଯ୍ୟ କଲେ ନିଜର ଝିଅ ଓ ପୁଅ ର ଚିକିତ୍ସା କରିପାରନ୍ତି ବୋଲି କହିଛନ୍ତି।।ଏ ନେଇ ସେ ଅନେକ ଥର ସରପଞ୍ଚ ଙ୍କ ଠାରୁ ବ୍ଳକ ପ୍ରଶାସନ ଙ୍କୁ ଜଣାଇଥିଲେ ମଧ୍ୟ କୋଣସି ସୁଫଳ ମିଳି ନାହିଁ ।
ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ଚାନ୍ଦ ଓ ବ୍ଳକ ମଙ୍ଗଳ ଅଧିକାରୀ କୌଶଲ୍ୟା ମାଝୀ ଙ୍କୁ ପଚାରିବାରୁ ସେ ପଦକ୍ଷେପ ନେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ୬ ଘଣ୍ଟା ପର୍ଯ୍ୟନ୍ତ ଡାଉନ୍ ରହିବା ପରେ ପୁଣି କାମ କରୁଛି

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ପୁଣି କାମ କରୁଛି । କିଛି ଘଣ୍ଟା ପାଇଁ ଏହା ଡାଉନ୍ ରହିବା ପରେ ଗୋଟିକ ପରେ ଗୋଟିଏ ସେବା ପୁଣି ଥରେ ଆରମ୍ଭ ହୋଇଯାଇଛି...

ପଣ୍ଡରାପଥର ଠାରେ ଗାନ୍ଧୀ ଜୟନ୍ତୀ ପାଳନ

ନୂଆପଡା :-(ରିପୋର୍ଟ -ତେଜୁରାମ ନାଏକ ସହ ଘନଶ୍ୟାମ ନାଏକ)କୋମନା ବ୍ଲକ ଓ ସିନାପାଲି ବ୍ଲକ ଅନ୍ତର୍ଗତ MTSC, ପଣ୍ଡରାପଥର ଓ ରାଜଶ୍ରୀ ପବ୍ଲିକ ସ୍କୁଲ, ସିନାପାଲି ଠାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି....

ଲକ୍ଷ୍ୟାଧିକ ଟଙ୍କାର ସାଗୁଆନ କାଠ ଜବତ, ଦୁଇ ଗିରଫ

ମାଲକାନଗିରି:-(ରିପୋର୍ଟ- କ୍ରିଷ୍ଣପଦୋ ରାୟ) ବନ ବିଭାଗ ହାତରେ ଧରାପଡିଲେ କାଠ ମାଫିଆ । ଜବତ ହେଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ । ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ହେଁ...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା 2 ମୃତ

ରାୟଗଡା :-(ରିପୋର୍ଟ -କାଁହୁଚରଣ ପାଢ଼ୀ) ଗୁଣୁପୁର ଥାନା ଅନ୍ତର୍ଗତ ଲିମାମେଡା ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣା ରେ 2 ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣା...

Recent Comments