ଅପରାଧଓଡ଼ିଶା ଖବରନ୍ୟୁଜ୍

ପରକିୟା ପ୍ରୀତିରୁ ହତ୍ୟାକାଣ୍ଡ, ଗିରଫ ହେଲେ ୨ ଅଭିଯୁକ୍ତ

ପରକିୟା ପ୍ରୀତିରୁ ହତ୍ୟାକାଣ୍ଡ, ଗିରଫ ହେଲେ ୨ ଅଭିଯୁକ୍ତ

ପରକିୟା ପ୍ରୀତିରୁ ହତ୍ୟାକାଣ୍ଡ । କଟକ ବିଡାନସି ଭୁଆଶୁଣି ପଠା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଧରିଛି ପୋଲିସ । ଏନେଇ କଟକ ଡିସିପି ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।

ଡିସିପି ଆହୁରୀ ମଧ୍ୟ କହିଛନ୍ତି ଯେ, ବିହାରୀ ମିସ୍ତ୍ରୀ ଆଜାଦ ଯାଦବଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ପରକିୟା ପ୍ରୀତି ଯୋଗୁ ଘଟିଥିଲା ଏହି ହତ୍ୟାକାଣ୍ଡ । ଏମିତିକି ଆଜାଦ ଯାଦବଙ୍କୁ ହତ୍ୟା ପାଇଁ ଦିଆଯାଇଥିଲା ୨୦ ହଜାର ଟଙ୍କା । ଏବେ ଘଟଣାର ତଦନ୍ତ ଆରମ୍ଭ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ବିଡାନାସୀ ପୋଲିସ । ୨ ଅଭିଯୁକ୍ତ ହେଲେ-ମୁନିଲାଲ୍‌ ଶର୍ମା ଏବଂ କୈଳାସ ଚୌଧୁରୀ । ଗିରଫ ଅଭିଯୁକ୍ତଙ୍କୁ ଧରି ସିନ୍‌ ରିକ୍ରିଏସନ କରିଛି ପୋଲିସ ।

ସେପଟେ ଅନ୍ୟ ଜଣେ ଅନ୍ୟ ଜଣେ ଅଭିଯୁକ୍ତ ପଙ୍କଜ ଶର୍ମା ଏବେବି ଫେରାର୍ ଅଛନ୍ତି । ତାକୁ ଧରିବା ପାଇଁ କମିଶନ୍‌ରେଟ୍‌ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ବିଭିନ୍ନ ସ୍ଥାନରେ ଅଭିଯୁକ୍ତକୁ ଧରିବା ପାଇଁ ଚଢାଉ ମଧ୍ୟ ହେଉଛି ।

Related posts

ଫସଲ ନଷ୍ଟ କରୁଛନ୍ତି ଜଙ୍ଗଲୀ ହାତୀ

Odisha Halchal

କଂଗ୍ରେସ ପକ୍ଷରୁ ନିର୍ବାଚନୀ ପ୍ରଚାର ଅଭିଯୋଗ

Odisha Halchal

ପ୍ରଥମ ଥର ଅନସ୍କ୍ରିନ୍‌ ରୋମାନ୍ସ କରିବେ ଇଶାନ୍‌-ତାରା

Odisha Halchal

Leave a Comment