ଓଡ଼ିଶା ଖବରନ୍ୟୁଜ୍

ପଣା ସଂକ୍ରାନ୍ତି ଉପଲକ୍ଷେ ଟ୍ରାକ୍ଟର ମାଲିକଙ୍କ ତରଫରୁ ଜଳଛତ୍ର

ପଣା ସଂକ୍ରାନ୍ତି ଉପଲକ୍ଷେ ଟ୍ରାକ୍ଟର ମାଲିକଙ୍କ ତରଫରୁ ଜଳଛତ୍ର

କେନ୍ଦ୍ରାପଡା :-(ରିପୋର୍ଟ -ଜନ୍ମେଜୟ ବିଶ୍ୱାଳ)ଆମ ଓଡ଼ିଆ ମାନଙ୍କର ସବୁଠୁ ପ୍ରିୟ ପ୍ରାନୀୟ ପ୍ରଚଣ୍ଡ ଖରାରେ ନିଜର ତୃଷ୍ଣା ମେଣ୍ଟାଇବା ପାଇଁ ପଣା ଗ୍ଲାସ ପିଇଦେଲେ ଆତ୍ମା ଶାନ୍ତି ପାଇଯାଏ। ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ମହାକାଳପଡ଼ା ଟ୍ରାକ୍ଟର ମାଲିକ ସଂଙ୍ଘ ତରଫରୁ ଏବଂ ଅଜଣା ପଞ୍ଚ ସଙ୍ଖା ମନ୍ଦିରର ଯୁବକ ମାନଙ୍କୁ ନେଇ ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷର ଅଭିନନ୍ଦନ ଜଣାଇବା ଅବସରରେ ଅଜଣା ପଞ୍ଚସଙ୍ଖାଙ୍କ ନିକଟରେ ଏକ ଜଳଛତ୍ର କାର୍ଯ୍ୟକ୍ରମ କରାଯାଇଥିଲା।

ଦହି, ଲେମ୍ବୁ, ପୋଦିନା ପତ୍ର, ଚିନି, ଗୋଲମରିଚ ଇତ୍ୟାଦି ମିଶ୍ରଣରେ ପ୍ରସ୍ତୁତ ଏହି ସୁନ୍ଦର ପଣାରେ ସାଧାରଣ ଲୋକ ବାଟୋଇ ମାନେ ବେସ୍ ଆନନ୍ଦୀତ ହୋଇଥିଲେ। ଟ୍ରାକ୍ଟର ମାଲିକଙ୍କ ସହ ଅଜଣା ପଞ୍ଚସଙ୍ଖା ଯୁବକ ମାନେ ପରିଚାଳନା କରିଥିଲେ। ଧିରେ ଧିରେ ଆମ ଓଡ଼ିଆ ସଂସ୍କୃତି ଆମ ଓଡ଼ିଆ ପରମ୍ଫରା ହଜିଯାଉଥିବା ବେଳେ ପଣା ସଂକ୍ରାନ୍ତି ଅବସରରେ ଏହି ସୁନ୍ଦର ଜଳଛତ୍ର କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଏକ ସ୍ୱାଗତ ଯୋଗ୍ୟ।

Related posts

ଥାନାଧିକାରୀଙ୍କ ନିର୍ଯାତନା ସହି ପାରୁ ନାହାଁନ୍ତି ଏସ୍‌ଆଇ

Odisha Halchal

ଭେଷଜ ନିୟନ୍ତ୍ରକ ଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ଛତ୍ରପୁର ର ଔଷଧ ଦୋକାନୀ ସଂଘ

Odisha Halchal

ନନ୍ଦନକାନନରେ ବାଘ ଛୁଆ ରକି ଅସୁସ୍ଥ, ସ୍ୱତନ୍ତ୍ର କୋଠରୀରେ ରଖାଯାଇ କରାଯାଉଛି ଚିକିତ୍ସା

Odisha Halchal

Leave a Comment