ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ନା ଜାତକ, ନା ଜାତିଗୋତ୍ର; କନିଆ ସାଜିଲେ ୨ ଅନାଥ ଝିଅ

ନା ଜାତକ, ନା ଜାତିଗୋତ୍ର; କନିଆ ସାଜିଲେ ୨ ଅନାଥ ଝିଅ

ନା ମେଳ ଖାଇଲା ଜାତକ, ନା ମିଶିଲା ଜାତିଗୋତ୍ର। ଯାନି ଯୌତୁକ ବି ନାହିଁ। କନ୍ୟାଙ୍କର ପରିବାର କହିଲେ କନ୍ୟାଶ୍ରମ, ବାପାମା’ କହିଲେ ପରିଚାଳକ। ହେଲେ ଖୁସିଖୁସିରେ ଏପରି ୨ ଅନାଥ ଝିଅଙ୍କୁ ବାହା ହେବାକୁ ରାଜି ହୋଇଗଲେ ୨ ରୋଜଗାରକ୍ଷମ ଯୁବକ। କେବଳ ନିଜେ ରାଜି ହେଲେ ତାହା ନୁହେଁ, ପରିବାର ଲୋକେ ବି ସମ୍ମତି ଦେଲେ, କନ୍ୟାଶ୍ରମ ଝିଅଙ୍କୁ ବୋହୂ କରି ଘରକୁ ନେବାକୁ ଦେଲେ ଗ୍ରୀନ୍‌ ସିଗନାଲ୍‌।

ଶେଷରେ ଦୀର୍ଘ ୨୦ ବର୍ଷ ଧରି କେନ୍ଦ୍ରାପଡା ଜିଲ୍ଲା କୋରୁଆ ପଲ୍ଲିଶ୍ରୀ କନ୍ୟାଶ୍ରମରେ ଥିବା ୨ ଯୁବତୀ ପାଇଲେ ନୂଆ ସଂସାର, ଗଢ଼ିଲେ ନିଜ ଘର। ସେମାନଙ୍କୁ ମିଳିଲା ନୂଆ ପରିଚୟ। କୋରୁଆ ପଲ୍ଲିଶ୍ରୀ କନ୍ୟାଶ୍ରମର ୨ ଅନାଥ ଯୁବତୀ ଶକୁନ୍ତଳା ଓ ଚଞ୍ଚଳାଙ୍କ ଜୀବନସାଥୀ ପାଲଟିଛନ୍ତି ଜୀବନସାଥୀ ପାଲଟିଛନ୍ତି ପରକୁଳ ଗାଁର ଗୟାଧର ପଣ୍ଡା ଓ ଇନ୍ଦୁପୁର ଘାଗରା ଗାଁର ମନୋଜ ପଣ୍ଡା।
ଶେଷରେ ବହୁ ପ୍ରତିକ୍ଷୀତି ଦିନ ଆସି ପହଞ୍ଚିଲା।

କାମେଶ୍ୱର ମନ୍ଦିରରେ ହେଲା ବିବାହ। ଫୁଟିଲା ବାଣ, ବାଜା ରୋଷଣୀରେ ଦୁଲୁକିଲା କୋରୁଆ ଦାଣ୍ଡ। ବରଯାତ୍ରୀଙ୍କ ସହ କନ୍ୟା ଯାତ୍ରୀ ବି ନାଚଗୀତରେ ମାତିଗଲେ। ଶେଷରେ କାମେଶ୍ୱର ମନ୍ଦିର ନିକଟରେ ପହଞ୍ଚିବା ପରେ ହୁଳହୁଳି, ଶଙ୍ଖଧ୍ୱନିରେ କମ୍ପିଲା ପରିବେଶ। ଜଳିଲା ହୋମ ନିଆଁ। ବ୍ରାହ୍ମଣଙ୍କ ମନ୍ତ୍ର ପାଠରେ ପଡ଼ିଲା ହାତ ଗଣ୍ଠି। ମଥାରେ ସିନ୍ଦୂର ଦେଇ ଶକୁନ୍ତଳା ଓ ଚଞ୍ଚଳାଙ୍କୁ ନିଜ ଜୀବନସାଥୀ ଭାବେ ଶପଥ ନେଲେ ଗୟାଧର ଓ ମନୋଜ। ଏହି ଅବସରରେ କନ୍ୟାଶ୍ରମରେ ବହୁ ଭିଡ଼ ହୋଇଥିବା ବେଳେ ଭୋଜିଭାତରେ ଫାଟିଲା ପରିବେଶ।

ଛୋଟ ବେଳୁ ଉଭୟଙ୍କ ଅଳି ଅଝଟ ସବୁ ସହିଥିଲେ କନ୍ୟାଶ୍ରମ ପରିଚାଳକ। ବାପାମା’ ତଥା ନିଜର ବୋଲି କେହି ନ ଥିବା ବେଳେ ଏହି କନ୍ୟାଶ୍ରମରେ ୨୦ ବର୍ଷ ହେବ ରହି ଆସିଥିଲେ। ଏବେ ଉଭୟଙ୍କ ପାଇଁ ଯୋଗ୍ୟ ବରପାତ୍ର ଖୋଜି କନ୍ୟାଦାନ କରୁଥିବାରୁ ବେଶ୍‌ ଖୁସି ଥିବା କହିଛନ୍ତି ପରିଚାଳକ।

ପଲିଶ୍ରୀ ମହିଳା ସମିତି କୋରୁଆ ଓ ପ୍ରଶାସନ ପଦକ୍ଷେପ ନେଇ ଏହି ବିବାହ କାର୍ଯ୍ୟକୁ ସମ୍ପାଦନ କରିଥିଲେ। କାମେଶ୍ୱର ମନ୍ଦିରରେ ବୈଦିକ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପାଦନ କରାଯାଇଛି। ଏହି ବିବାହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶୁଭଚିନ୍ତକ ଉଭୟ ଯୋଗଦେଇ ବର କନ୍ୟାକୁ ଆଶୀର୍ବାଦ ଦେଇଛନ୍ତି।

ବିନା ଯୌତୁକରେ ବାହା ହେଉଥିବାରୁ ଖୁବ୍‌ ଖୁସି ଥିବା ବର ଗୟାଧର ପଣ୍ଡା କହିଥିବା ବେଳେ ଜଣେ ଅନାଥ ଝିଅକୁ ଜୀବନସାଥୀ ଭାବେ ପାଇଥିବାରୁ ସବୁବେଳେ ତାଙ୍କ ଖୁସିକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି ମନୋଜ। ଛୋଟ ବେଳୁ ନିଜର ବୋଲି ଦୁନିଆରେ କେହି ନ ଥିବା ବେଳେ ଏବେ ନିଜ ପରିବାର ପାଇ ବେଶ୍‌ ଖୁସି ଥିବା କହିଛନ୍ତି ଶକୁନ୍ତଳା ଓ ଚଞ୍ଚଳା।

Related posts

ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ନିଆଁ

Odisha Halchal

ଆଗକୁ ଆହୁରି ବଢ଼ିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Odisha Halchal

ଗପ କହିବା ଓ ଶୁଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

Odisha Halchal

Leave a Comment