ଅପରାଧଓଡ଼ିଶା ଖବରନ୍ୟୁଜ୍

ନାବାଳିକାକୁ ଏକ ମାସ ଧରି ଦୁସ୍କର୍ମ ଅଭିଯୋଗ

ନାବାଳିକାକୁ ଏକ ମାସ ଧରି ଦୁସ୍କର୍ମ ଅଭିଯୋଗ

କଟକ: -ଅତ୍ୟନ୍ତ ଲଜ୍ଜାଜନକ ଘଟଣାରେ କଟକର ଜଣେ ବ୍ୟକ୍ତି ତାଙ୍କ ନାବାଳିକା ଝିଅକୁ ଏକ ମାସ ଧରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ଦ୍ୱାରା ଦିଆଯାଇଥିବା ଅଭିଯୋଗ ଆଧାରରେ ବାଦାମବାଡି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ସହରର ଶଙ୍କରପୁର ଅଞ୍ଚଳର ଅଭିଯୁକ୍ତକୁ ଗିରଫ କରିଛି।

ଅଭିଯୋଗ ଅନୁଯାୟୀ, ଜୟଶ୍ରୀ ସିନେମା ହଲ୍ ନିକଟରେ ଏକ ଫଳ ଦୋକାନ ଚଳାଉଥିବା ବ୍ୟକ୍ତି ଗତ ୧୫ ମାସ ଧରି ତାଙ୍କ ୧୫ ବର୍ଷର ଝିଅକୁ ବଳାତ୍କାର କରିଥିଲେ। ଝିଅଟି ଏହି କାର୍ଯ୍ୟକୁ ବିରୋଧ କରିବାକୁ ସାହସ ଜୁଟାଇ ପୋଲିସରେ ଅଭିଯୋଗ କରିଥିଲା।

 

ପୋଲିସ ନାବାଳିକା ଏବଂ ତାଙ୍କ ୧୨ ବର୍ଷର ଭଉଣୀକୁ ଉଦ୍ଧାର କରିଛି। ଡାକ୍ତରୀ ପରୀକ୍ଷା ପରେ ପୀଡିତାଙ୍କୁ ବସୁନ୍ଧରା ଅନାଥ ଆଶ୍ରମକୁ ପଠାଯାଇଥିଲା। ଆଜି ତାଙ୍କ ବିବୃତ୍ତିର ରେକର୍ଡିଂ ପାଇଁ ବାଳିକା ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁଡିସି) ସମ୍ମୁଖରେ ହାଜର ହେବ। ଖବର ଅନୁଯାୟୀ ଅଭିଯୁକ୍ତଙ୍କ ପତ୍ନୀ ଏକ ମାସ ପୂର୍ବରୁ ଜଣେ ଯୁବକଙ୍କ ପେରଅô୍ ହୋଇଯାଇଛନ୍ତି।

Related posts

ସାନ ଭାଇର କାଠ ଫାଳିଆ ମାଡ଼ରେ ବଡ଼ ଭାଇର ଜୀବନ ଗଲା

Odisha Halchal

କଲେଜ ଛାତ୍ରୀ ର ଆତ୍ମହତ୍ଯା କୁ ନେଇ ଥାନା ରେ ଅଭିଯୋଗ

Odisha Halchal

କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତରେ ଗ୍ରାମସଭା

Odisha Halchal

Leave a Comment