ଅପରାଧଓଡ଼ିଶା ଖବରନ୍ୟୁଜ୍

ନାଇଜରରେ ଛାତ୍ରୀଙ୍କ ଆତ୍ମହତ୍ୟା, ହଷ୍ଟେଲ ଛାତରୁ ଡେଇଁପଡିଲେ

ନାଇଜରରେ ଛାତ୍ରୀଙ୍କ ଆତ୍ମହତ୍ୟା, ହଷ୍ଟେଲ ଛାତରୁ ଡେଇଁପଡିଲେ

ନାଇଜରରେ ଛାତ୍ରୀଙ୍କ ଆତ୍ମହତ୍ୟା । କ୍ୟାମ୍ପସ ଛାତରୁ ଡେଇଁ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ଛତିଶଗଡ଼ର ପୂଜା ଜେଠଓ୍ୱାନୀ । ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ପୂଜା ଛତିଶଗଡ଼ରୁ ଆସି ଜଟଣୀ ସ୍ଥିତ ନାଇଜରରେ ରହି ପାଠ ପଢୁଥିଲେ । ସେ ଫିଜିକ୍ସରେ ପିଏଚ୍‌ଡିର ୫ମ ବର୍ଷର ଛାତ୍ରୀ ଥିଲେ ପୂଜା । ହଠାତ୍‌ ସୋମବାର ଦିନ ସେ କ୍ୟାମ୍ପସ୍‌ ଭିତରେ ଥିବା ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର ଖବର ପାଇ ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପିରିକି ଛାତ୍ରୀଙ୍କ ନିକଟରୁ ଏକ ଡାଏରୀ ଜବତ ହୋଇଥିବାର ସୂଚନା ମିଳିଛି ।

ତେବେ କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ? ଆତ୍ମହତ୍ୟା ପଛର କାରଣ କଣ ? ଯଦି ଆତ୍ମହତ୍ୟ କଲେ, ତେବେ ଏଥିପାଇଁ କିଏ ଦାୟୀ ? ଏପରି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ଜଟଣୀ ଥାନା ପୋଲିସ ।

Related posts

ସ୍ୱାମୀ ଉପରେ ସ୍ତ୍ରୀ କିରାସିନି ଢାଳି ଲଗାଇଲା ନିଆଁ

Odisha Halchal

ମଝି ରାସ୍ତାରେ ବୁଲିଲା ଖଣ୍ଡା

Odisha Halchal

ସପ୍ତମ ଶ୍ରେଣୀ ଝିଅକୁ ବିବାହ ର ପ୍ରଲୋଭନ ଦେଖାଇ ଦୁଷ୍କର୍ମ

Odisha Halchal

Leave a Comment