ଓଡ଼ିଶା ଖବରନ୍ୟୁଜ୍

ନଦୀରେ ଜାଲ ପକାଉଥିବା ବେଳେ କୁମ୍ଭୀର ଝାମ୍ଫି ନେଲା

ନଦୀରେ ଜାଲ ପକାଉଥିବା ବେଳେ କୁମ୍ଭୀର ଝାମ୍ଫି ନେଲା

କେନ୍ଦ୍ରାପଡା:-(ରିପୋର୍ଟ – ଜନ୍ମେଜୟ ବିଶ୍ୱାଳ)କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା କେୟାରବାଙ୍କ ଗ୍ରାମର ନାଗମଣି ମଲ୍ଲିକ ଗତକାଲି ସନ୍ଧ୍ୟାରେ ଗାଁ ପାଖ ଗୋବରୀ ନଦୀକୁ ଜାଲ ପକାଇ ଯାଇଥିଲେ। ସାଥିରେ ଜାଲୁଆ ଯଶୋବନ୍ତ ମଲ୍ଲିକ ଓ ଟହଲି ମଲ୍ଲିକ ଜାଲ ପକାଉଥିଲେ।

ମାତ୍ର ଦୃର୍ଭାଗ୍ୟର କଥା ଉଜର କାନ୍ଦା ବାଙ୍କ ନିକଟରେ ନଦୀ ପଠାରେ ଥାଇ ନଦୀକୁ ଜାଲ ଫିଙ୍ଗିବା ବେଳେ କୁମ୍ଭୀର ତାଙ୍କୁ ଝାମ୍ଫି ନେଇଥିବା ସାଥି ଜାଲୁଆ କହୁଛନ୍ତି।ଏନେଇ ପରିବାର ଲୋକଙ୍କୁ ଖବର ମିଳିବାରୁ ପରିବାର ଲୋକ ଓ ପଡୋଶୀ ଧାଇଁ ଯାଇଥିଲେ। ବିଳମ୍ବିତ ରାତ୍ରିରୁ ଖୋଜାଖୋଜି ଜାରି ରହିଥିବା ବେଳେ ଆଜି ଅପରାହ୍ନ ରେ ନାଗମଣି ମଲ୍ଲିକଙ୍କ ମୃତ ଦେହ ମିଳିଛି।

ନାଗମଣିଙ୍କ ମୃତ ଖବର ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେପଟେ ସ୍ଥାନୀୟ ବାସିନ୍ଦା ଶୋକସନ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।

Related posts

ଚାଷୀଙ୍କ ବିକାଶରେ ବାଧକ ସାଜିଛି ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା

Odisha Halchal

ଜିଲ୍ଲାପାଳଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର

Odisha Halchal

୩୧୭ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

Odisha Halchal

1 comment

Sangram July 13, 2022 at 2:14 pm

😭

Reply

Leave a Comment