ଓଡ଼ିଶା ଖବରନ୍ୟୁଜ୍

ଧାନବୋଝୋଇ ମ୍ୟାକ୍ସ ପିକ୍ଅପ ଦୁର୍ଘଟଣା ଗ୍ରସ୍ତ ତିନି ଆହତ ଦୁଇ ମୃତ

ଧାନବୋଝୋଇ ମ୍ୟାକ୍ସ ପିକ୍ଅପ ଦୁର୍ଘଟଣା ଗ୍ରସ୍ତ ତିନି ଆହତ ଦୁଇ ମୃତ

ରାୟଗଡ଼ା:-(ରିପୋର୍ଟ-ପ୍ରସାଦ ସାହୁକାର)ଚାନ୍ଦିଲି ଥାନା ଅନ୍ତର୍ଗତ ମୀନାଝୋଲା ଓ ବାଡିସୋଲା ଗାଁ ମଝିରେ ଭାରସାମ୍ୟ ହରାଇ ଏକ ମିନିଟ୍ରକ ଦୁର୍ଘଟଣା ଘଟିଥିବା ଜଣାପଡିଛି।ସୂଚନା ଅନୁଯାୟୀ ଉକ୍ତ ମ୍ୟାକ୍ସ ପିକଅପ ଟି ଧାନବୋଝୋଇ ହୋଇ ହାତିଖାମ୍ବା ଠାରୁ ପେଣେକାମ ନିକଟସ୍ଥ ଝରା ମିଲ୍ କୁ ଯାଉଥିବା ସମୟରେ ମୀନାଝୋଲା ଓ ବାଡିସୋଲା ଗ୍ରାମ ମଧ୍ୟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା।

ଉକ୍ତ ମିନିଟ୍ରକ ନମ୍ବର ଓଡି-୨୦-୩୬୭୫ବୋଲି ଜଣାପଡିଛି।ଫଳରେ ଘଟଣାସ୍ଥଳରେ ଜଣେ ଯୁବକର ମୁତ୍ୟୁ ହୋଇଥିବାବେଳେ ଅନ୍ୟ ୪ଜଣ ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହୟତାରେ ୧୦୮ଆମ୍ବୁଲାନ୍ସ ଯୋଗେ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ଏଥିରେ ୩ଜଣଙ୍କ ସ୍ବାସ୍ଥ୍ୟବ୍ୟସ୍ଥା ସ୍ତିର ରହିଥିବା ବେଳେ ଅନ୍ୟ ଜଣେ ଯୁବକ ଅବସ୍ଥା ସଙ୍କଟାପନ୍ନ ଥିବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭତ୍ତି କରାଯାଇଛି।

ତେବେ ଘଟଣା ସ୍ଥଳରେ ତେଜିୟା ମାଣ୍ଡାଙ୍ଗି ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋପୀନାଥ କୁମ୍ବ୍ରିକା ଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ମୃତ୍ୟୁ ଘଟିଥିବା ଜଣାପଡିଛି ଏହି ଉଭୟ ମୃତ ବ୍ୟକ୍ତିଙ୍କ ଘର ଭୋଇମଡା ପଂଚାୟତ ଅନ୍ତର୍ଗତ ରାମପୁର ବୋଲି ଖବର ମିଳିଛି, ଅନ୍ୟ ୩ଗୁରୁତରଙ୍କ ମଧ୍ୟରେ ଅଞ୍ଜନ ନିମାଲା, ପୁନିଆ ନିମାଲା, ଚନ୍ଦ୍ର ନିଶାଳ ବୋଲି ସୂଚନା ମିଳିଛି।ଖବରପାଇ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ହର୍ଷଚନ୍ଦ୍ର ପାଣି ପହଞ୍ଚି ଏକ ମାମଲା ରୁଜୁ କରାଯାଇ ଘଟଣା ତଦନ୍ତ ଜାରିରହିଛି।

Related posts

ଲୁଟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଅଫିସର! ଦମ୍ପତ୍ତିଙ୍କୁ ଗିରଫ କଲା ପୋଲିସ

Odisha Halchal

ପ୍ରେମିକାଙ୍କୁ ଘରକୁ ପଶାଇ ଦେଉ ନାହିଁ ପ୍ରେମିକ

Odisha Halchal

ଭିଜିଲାନ୍ସ ପଞ୍ଝାରେ ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

Odisha Halchal

Leave a Comment