27.1 C
Bhubaneswar
Wednesday, July 28, 2021
No menu items!
Home ଜୀବନଚର୍ଯ୍ୟା ଧଳା କେଶକୁ କଳା କରିବା ପାଇଁ ଆପଣାନ୍ତୁ ଦେଶୀ ଘିଅ

ଧଳା କେଶକୁ କଳା କରିବା ପାଇଁ ଆପଣାନ୍ତୁ ଦେଶୀ ଘିଅ

ଆଜିକାଲି କମ୍ ବୟସ ପିଲାଙ୍କର କେଶ ଧଳା ହେବାରେ ଲାଗିଛି। ଏନେଇ କେଶର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ। ଭୁଲ ଖାଦ୍ୟପେୟ , ପ୍ରଦୂଷଣ କାରଣରୁ ସାଧାରଣତଃ କମ ବୟସରେ କେଶର ରଙ୍ଗ ଧଳା ହୋଇଥାଏ। ଯଦି ଆପଣ ବି ଧଳା କେଶକୁ ନେଇ ଚିନ୍ତିତ ଅଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଧଳା କେଶକୁ କଳା କରିବା ପାଇଁ ଆପଣ ଦେଶୀ ଘିଅକୁ ବ୍ୟବହାର କରିପାରିବେ।

– ଘିଅରେ ଅଳ୍ପ ବାଦାମ ତେଲ ମିଶାଇ କେଶ ମୂଳରେ ମାଲିସ କରନ୍ତୁ। ୧୫ ମିନିଟ ରଖିବା ପରେ ଗୋଲାପ ଜଳ ବ୍ୟବହାର କରି ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା କେଶ କଳା, ନରମ ହୋଇଥାଏ।

– ପ୍ରଥମେ ଘିଅକୁ ୧୦ ମିନିଟ କେଶ ମୂଳରେ ମାଲିସ କରନ୍ତୁ। ଏହାପରେ ଲେମ୍ବୁ ରସ ଲଗାଇ କିଛି ସମୟ ରଖନ୍ତୁ। ଏହାପରେ ଧୋଇ ଦିଅନ୍ତୁ। ଏପରି କିଛି ଦିନ ଲଗାତାର କରିବା ଦ୍ୱାରା କେଶର ଧଳା ରଙ୍ଗ କଳା ହୋଇଥାଏ। ଏହାସହ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ମଧ୍ୟ ସଠିକ ହୋଇଥାଏ।

– ଲଗାତାର ୧୫ ଦିନ କେଶ ମୂଳରେ ଦେଶୀ ଘିଅ ମାଲିସ କରିବା ଦ୍ୱାରା ଦୁଇ ମୁହଁ ବିଶିଷ୍ଟ କେଶ ସମସ୍ୟା ମଧ୍ୟ ଦୂର ହୋଇଥାଏ।

– କେଶରେ ଦେଶୀ ଘିଅ ବ୍ୟବହାର କରିବା ଦ୍ୱାରା କେଶ ମୂଳ ମଜଭୂତ ହୋଇଥାଏ। କେଶର ଚମକ ମଧ୍ୟ ବୃଦ୍ଧି ପାଇଥାଏ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ମିସ୍ ଓ ମିସେସ୍ ଗ୍ଲୋବାଲ ଇଣ୍ଡିଆ ଡିଭାଇନ୍ ପ୍ରତିଯୋଗିତାରେ ଓଡିଆ ପ୍ରତିଯୋଗୀ ଅନୀତା ଓ ସଂସ୍କୃତି ରନର୍ସ ଅପ୍

ମୁମ୍ବାଇ ଅନ୍ଧେରୀ ଓେଷ୍ଟଠାରେ ଅନୁଷ୍ଠିତ ହୋଇଥିଲା ଇଣ୍ଡିଆନ୍‌ ଷ୍ଟାର୍‌ସ୍‌ ଆୱାର୍ଡ- ଗ୍ଲୋବାଲ୍‌ ଇଣ୍ଡିଆ ଡିଭାଇନ୍‌ ଫ୍ୟାସନ୍‌ ସୋ’ । ଏଥିରେ ମିସ୍ ଓ ମିସେସ୍ ଗ୍ଲୋବାଲ ଇଣ୍ଡିଆ ଡିଭାଇନ୍ ପ୍ରତିଯୋଗିତାରେ ଓଡିଆ ମଡେଲ...

ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ବି ରହସ୍ୟ ଉପରୁ ହଟୁନି ପରଦା

ଗଜପତି :-ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଯଦି ସୌମ୍ୟଙ୍କ ଶରୀରର ୯୫% ପୋଡ଼ି ଯାଇଥିଲା ଏଭଳି ପରିସ୍ଥିତିରେ ପାରଳାଖେମୁଣ୍ଡିରୁ କଟକ ସ୍ଥାନାନ୍ତର କରାଗଲା କିପରି ? ଡାକ୍ତର କିଭଳି ସ୍ଥାନାନ୍ତର ପାଇଁ ଅନୁମତି ଦେଲେ...

କାର୍ଯ୍ୟରତ ସାମ୍ବାଦିକଙ୍କୁ ନ୍ୟାୟ ଦାବୀରେ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷଙ୍କୁ ଦାବୀପତ୍ର ପ୍ରଦାନ

ନୂଆପଡା:-(ରିପୋର୍ଟ -ଚେତୁରାମ ପ୍ରଧାନୀ)କେନ୍ଦ୍ରାପଡ଼ା ଜିଲ୍ଳାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସ କନେଷ୍ଟେବଳ ମାଡ଼ ମାରିବା ଓ ତାର ବିବାଦ ପ୍ରସଙ୍ଗରେ ୱେବ ମେଡ଼ିଆ ଆଶ୍ସୋସିଏସନ ଓଡିଶା, ଶାଖା-କୋମନା ଜିଲ୍ଲା ନୂଆପଡା ତରଫରୁ ନ୍ୟାୟ ଦାବୀରେ...

ପୋଲିସର ଗାଡି ଯାଞ୍ଚ ସମୟରେ 60 କେଜି800 ଗ୍ରାମ ଗଂଜେଇ ଜବତ

ରାୟଗଡ଼ା:-(ରିପୋର୍ଟ - ପ୍ରସାଦ ସାହୁକାର) ପଦ୍ମପୁରପୋଲିସ କୌଣସି ସୁତ୍ରରୁ ମିଳିଥିବା ସୂଚନା ଆଧାରରେ ଗାଡି ଗୁଡିକୁ ଯାଞ୍ଚ କରିଥିଲା।ଗାଡ଼ି ଯାଞ୍ଚ କରିବା ସମୟରେ କେନ୍ଦୁଗୁଡା ଫାଣ୍ଡି ସାମ୍ନାରେ ଦୁଇଟି କାର୍ ସହ 60କେଜି...

Recent Comments