ଦେଶ ବିଦେଶନ୍ୟୁଜ୍

ଦେଶରେ ବଢ଼ିଲା ବେରୋଜଗାରୀ ହାର; ବେକାରୀ ସଂଖ୍ୟାରେ ନମ୍ବର ୱାନ୍ ଏହି ରାଜ୍ୟ

ଦେଶରେ ବଢ଼ିଲା ବେରୋଜଗାରୀ ହାର; ବେକାରୀ ସଂଖ୍ୟାରେ ନମ୍ବର ୱାନ୍ ଏହି ରାଜ୍ୟ

ଦେଶରେ ବେରୋଜଗାରୀ ଦର ବଢ଼ି ଚାଲିଛି। ନିଯୁକ୍ତିର ସ୍ୱପ୍ନ ଦେଖାଇ ସରକାର ଗଠନ କରିଥିବା ବିଜେପି କିନ୍ତୁ ନିଯୁକ୍ତି ଦେବାର ବିଫଳ ହୋଇଛି। ପ୍ରତି ମାସରେ ଦେଶର ବେରୋଜଗାରୀ ହାର ବଢ଼ିବା ସହିତ କେନ୍ଦ୍ର ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି।

ଭାରତୀୟ ଅର୍ଥନୀତି ପରିଚାଳନା ସଂସ୍ଥା(CMIE)ର ସୂଚନା ଅନୁସାରେ, ଏପ୍ରିଲ ମାସରେ ଦେଶରେ ବେରୋଜଗାରୀ ଦର ୭.୮୩କୁ ବୃଦ୍ଧି ପାଇଛି। ଯାହା ମାର୍ଚ୍ଚରେ ୭.୬୦ ପ୍ରତିଶତ ଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସହରାଞ୍ଚଳରେ ବେକାରୀ ଦର ୯.୨୨ ପ୍ରତିଶତ ବଢ଼ିଛି। ଯାହା ମାର୍ଚ୍ଚ ମାସରେ ୮.୨୮ ପ୍ରତିଶତ ଥିଲା। ସୋମବାର CMIE ଏହି ତଥ୍ୟ ଦେଇଛି।

ତେବେ କେବଳ ସହର ନୁହେଁ ଗ୍ରାମଞ୍ଚଳରେ ବି ବେକାରୀ ସମସ୍ୟା ବୃଦ୍ଧି ପାଇଛି। ଗତ ମାର୍ଚ୍ଚ ମାସରେ ଗ୍ରାମାଞ୍ଚଳରେ ବେକାରୀ ହାର ୭.୧୮ ପ୍ରତିଶତ ଥିଲା। ହେଲେ ଏପ୍ରିଲ୍‌ରେ ଏହି ହାର ୭.୨୯ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ବେରୋଜଗାରୀରେ ସବୁଠାରୁ ଆଗରେ ରହିଛି ବିଜେପି ଶାସିତ ରାଜ୍ୟ ହରିୟାଣା। ଏହି ରାଜ୍ୟରେ ବେକାରୀ ହାର ସର୍ବାଧିକ ୩୪.୫ ପ୍ରତିଶତ ରହିଛି। ଏହା ପଛକୁ ରହିଛି କଂଗ୍ରେସ ଶାସିତ ରାଜସ୍ଥାନ। ଏଠାରେ ବେକାରୀ ହାର ୨୮.୮ ପ୍ରତିଶତ ରହିଛି। ସେହିପରି ବିଜେପି ଶାସିତ ବିହାରରେ ୨୧.୧ ପ୍ରତିଶତ ଏବଂ ଜାମ୍ମୁ-କାଶ୍ମୀରରେ ୧୫.୬ ପ୍ରତିଶତ ବେରୋଜଗାରୀ ହାର ରହିଛି ବୋଲି CMIE ସୂଚନା ଦେଇଛି।

ଏହି ସମ୍ପର୍କରେ ସୂଚନା ଦେଇ CMIE ମ୍ୟାନେଜିଂ ଡାଇରେକ୍ଟର ମହେଶ ଭ୍ୟାସ୍‌ ପିଟିଆଇକୁ କହିଛନ୍ତି ଯେ ଏପ୍ରିଲ୍‌ରେ ବେରୋଜଗାରୀ ହାର ବଢିଛି ସତ ହେଲେ ଏହି ମାସରେ ଶ୍ରମିକ ଶକ୍ତିର ଅଧିକ ବ୍ୟବହାର ହେବା ସହିତ ନିଯୁକ୍ତି ହାର ବଢ଼ିଛି ବୋଲି ମେହେଶ ଭ୍ୟାସ କହିଛନ୍ତି। ଏହା ଦେଶ ପାଇଁ ଭଲ ଖବର। ଦେଶରେ ନିଯୁକ୍ତି ହାର ୩୬.୪୬ ପ୍ରତିଶତରୁ ୩୭.୦୫ ପ୍ରତିଶତକୁ ବୃଦ୍ଧି ହୋଇଛି ବୋଲି ସେ କହିଛନ୍ତି।

Related posts

ଭଣ୍ଡ ସାରଥୀ ପରେ ଭଣ୍ଡ ମାତା

Odisha Halchal

ପ୍ରେମିକାର ଅନ୍ୟତ୍ର ବାହାଘର ହେଉଥିବା ଖବର ଶୁଣି ଗଛରେ ଝୁଲି ପଡ଼ିଲେ ପ୍ରେମିକ

Odisha Halchal

ପୁଣି ଚର୍ଚ୍ଚାରେ ଅନୁଭବଙ୍କ ନୂଆ ଭିଡିଓ

Odisha Halchal

Leave a Comment